ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

କ୍ଲାସ୍‌ ଚାଲିଥିବା ବଳେ ବାଲକୋନିକୁ ଆସି ତଳକୁ ଡେଇଁ ପଡ଼ିଲେ ଛାତ୍ର, ଚାଲିଗଲା ଜୀବନ

Published By : Tapas Panda | January 23, 2025 4:04 PM

Image Courtesy: ndtv

ଅମରାବତୀ: ଆନ୍ଧ୍ର ପ୍ରଦେଶର ଏକ ଘରୋଇ କଲେଜ୍‌ରେ ଅଭାବନୀୟ ଘଟଣା ଘଟିଛି । ୩ ମହଲା ବିଲ୍ଡିଂ ଉପରୁ ତଳକୁ ଡେଇଁ ଆତ୍ମହତ୍ୟା କରିଛନ୍ତି +୨ ପ୍ରଥମ ବର୍ଷର ଛାତ୍ର । କ୍ଲାସ୍‌ ଚାଲିଥିବା ବେଳେ ଛାତ୍ର ଜଣଙ୍କ ବାହାରକୁ ଆସିଥିଲେ ଏବଂ ହଠାତ ବିଲ୍ଡିଂରୁ ତଳକୁ ଡେଇଁ ପଡ଼ିଥିଲେ । ଏ ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । 

ମିଳିଥିବା ସୂଚନା ଅନୁସାରେ, ଆନ୍ଧ୍ର ପ୍ରଦେଶର ନାରାୟଣ କଲେଜ୍‌ରେ ଏହି ଘଟଣା ଘଟିଛି । ଆଜି (ଗୁରୁବାର) ସକାଳ ପ୍ରାୟ ୧୦.୧୫ରେ ଶ୍ରେଣୀ ଗୃହ ଭିତରୁ ଛାତ୍ର ଜଣଙ୍କ ବାହାରକୁ ଚାଲି ଆସିଥିଲେ । କେହି କିଛି ବୁଝିବା ଆଗରୁ ସେ ବିଲ୍ଡିଂରୁ ତଳକୁ ଡେଇଁ ପଡ଼ିଥିଲେ । ସହପାଠୀ ଏବଂ ଶିକ୍ଷକ ବାହାରକୁ ଆସି ଦେଖିବା ବେଳକୁ ସବୁ କିଛି ଶେଷ ହୋଇଯାଇଥିଲା । 

ଛାତ୍ର ଜଣଙ୍କ ରକ୍ତ ଜୁଡୁବୁଡ଼ୁ ହୋଇ ପଡ଼ି ରହିଥିଲେ ଏବଂ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ତେବେ ଛାତ୍ର ଜଣଙ୍କ କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ସେନେଇ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ଘଟଣାସ୍ଥଳରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ମୃତକଙ୍କ ନାଁ ଚରଣ ବୋଲି ଜଣାପଡ଼ିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.