ଜଗ ମୋହନ ରେଡ୍ଡୀଙ୍କ ଐତିହାସିକ ନିଷ୍ପତ୍ତି, ଆନ୍ଧ୍ରରେ ରହିବେ ଏତେ ଜଣ ଉପ-ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୭।୬: ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ୫ ଜଣ ଉପମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତ କରିବାର ନିଷ୍ପତ୍ତି ନେଇଛନ୍ତି। ଏହି ଉପ-ମୁଖ୍ୟମନ୍ତ୍ରୀଙ୍କ ଭିତରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆ ବର୍ଗ, ସଂଖ୍ୟାଲଘୁ ଓ କାପୁ ସମ୍ପ୍ରଦାୟରର ରହିଛନ୍ତି। ଶୁକ୍ରବାର ଦଳୀୟ ବୈଠକରେ ରେଡ୍ଡୀ ନିଜର ଯୋଜନା ସମ୍ପର୍କରେ ସୂଚନା ଦେଇଛନ୍ତି। ଦେଶରେ ଏଭଳି ପ୍ରଥମ ତର ହେବାକୁ ଯାଉଛି, ଯେବେ କୌଣସି କ୍ୟାବିନେଟରେ ୫ ଜଣ ମୁଖ୍ୟମନ୍ତ୍ରୀ ରହିବେ। ଏହି ୫ ଜଣଙ୍କ ମଧ୍ୟରେ ଦୁଇଜଣ ପୂର୍ବ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ପାଇଁ କାମ କରିସାରିଛନ୍ତି, ଯେଉଁମାନେ କି ପଛୁଆ ଏବଂ କାପୁ ସମ୍ପ୍ରଦାୟର ବୋଲି କୁହାଯାଉଛି।
ସେ କହିଛନ୍ତି, ଅଢେଇ ବର୍ଷ ପରେ କ୍ୟାବିନେଟ୍ ସମ୍ପ୍ରସାରଣ କରିବେ। ସେ ଦଳର ବିଧାୟକଙ୍କୁ ଲୋକଙ୍କ ଅଭିଯୋଗ ପ୍ରତି ଧ୍ୟାନ ଦେବାକୁ କହିଛନ୍ତି। ଏହା ସହ କହିଛନ୍ତି ଲେକାମାନେ ତାଙ୍କର ପ୍ରଦର୍ଶନକୁ ନିକଟରୁ ଦେଖୁଛନ୍ତି। ରେଡ୍ଡି କହିଛନ୍ତି ସେ ପୂର୍ବତନ ସରକାର ଓ ଏବେ ମଧ୍ୟ ସରକାର ଭିତରେ ଅନ୍ତର ଦେଖିବାକୁ ଚାହାନ୍ତି। ଆନ୍ଧ୍ରରେ କ୍ଷମତାଶୀନ ଓ୍ବାଇଏସଆର କଂଗ୍ରେସ ଦଳର ବିଧାୟକ ମହମ୍ମଦ ମୁସ୍ତାଫା ଶେଖଙ୍କ କହିବା ଅନୁସାରେ, ରାଜ୍ୟ କ୍ୟାବିନେଟରେ ଜଣେ କିମ୍ବା ଦୁଇଜଣ ନୁହେଁ ବଂର ୫ ଜଣ ଉପ-ମୁଖ୍ୟମନ୍ତ୍ରୀ ରହିବେ।