ନୂଆଦିଲ୍ଲୀ,୨୨।୧: ଅଷ୍ଟ୍ରେଲିଆରେ ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ସୋସିଆଲ ମିଡିଆ ବ୍ୟବହାର କରିବାରୁ ନିଷେଧ କରାଯାଇଛି। ଅଷ୍ଟ୍ରେଲିଆ ସରକାରଙ୍କ ଏହି ପଦକ୍ଷେପକୁ ସାରା ବିଶ୍ୱରେ ପ୍ରଶଂସା କରାଯାଉଛି। ଏବେ, ଆନ୍ଧ୍ର ପ୍ରଦେଶ ସରକାର ଅଷ୍ଟ୍ରେଲିଆର ପଥକୁ ଅନୁସରଣ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଆନ୍ଧ୍ର ପ୍ରଦେଶର ଚନ୍ଦ୍ରବାବୁ ନାଇଡୁ ସରକାରଙ୍କ ଏହା ଉପରେ ବିଚାର କରୁଛନ୍ତି। ରାଜ୍ୟ ଆଇଟି ଏବଂ ମାନବ ସମ୍ବଳ ମନ୍ତ୍ରୀ ନାରା ଲୋକେଶ ଅଷ୍ଟ୍ରେଲିଆ ସରକାରଙ୍କ ନିୟମ ଆନ୍ଧ୍ରରେ ଲାଗୁ କରିବାକୁ ଚାହୁଁଛନ୍ତି।
ଆନ୍ଧ୍ର ପ୍ରଦେଶ ସରକାରଙ୍କ ଯୋଜନା କ’ଣ ?
ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF) ବାର୍ଷିକ ବୈଠକରେ ନାରା ଲୋକେଶ କହିଛନ୍ତି,‘ଅଷ୍ଟ୍ରେଲିଆ ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆକୁ ନିଷେଧ କରିଥିଲା। ଆମେ ଏହି ନିଷ୍ପତ୍ତି ଉପରେ ଅଧ୍ୟୟନ କରୁଛୁ। ଆମେ ବିଶ୍ୱାସ କରୁଛୁ ଯେ ପିଲାମାନଙ୍କ ସୋସିଆଲ ମିଡିଆ ବ୍ୟବହାରକୁ ନିୟନ୍ତ୍ରଣ କରିବା ପାଇଁ କଠୋର ଆଇନର ଆବଶ୍ୟକତା ଅଛି। ନାରା ଲୋକେଶ କହିଛନ୍ତି ଯେ ପିଲାମାନେ ଏକ ନିର୍ଦ୍ଦିଷ୍ଟ ବୟସ ପର୍ଯ୍ୟନ୍ତ ସୋସିଆଲ ମିଡିଆରୁ ଦୂରେଇ ରହିବା ଉଚିତ, କାରଣ ସେମାନେ ଯାହା ଦେଖନ୍ତି ତାହା ବୁଝିପାରନ୍ତି ନାହିଁ। ଏହା ପିଲାମାନଙ୍କ ମନ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ।’
ଭାରତରେ କ’ଣ ନିୟମ ଅଛି?
ଭାରତରେ, ବାପା-ମା ନିଷ୍ପତ୍ତି ନିଅନ୍ତି ଯେ ତାଙ୍କ ପିଲାମାନଙ୍କୁ ସୋସିଆଲ ମିଡିଆ ବ୍ୟବହାର କରିବାକୁ ଅନୁମତି ଦିଆଯିବ କି ନାହିଁ। ବର୍ତ୍ତମାନ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି କଟକଣା ଲଗା ଯାଇ ନାହିଁ।
ଅଷ୍ଟ୍ରେଲିଆରେ ସୋସିଆଲ ମିଡିଆ ବ୍ୟାନ୍
ଅଷ୍ଟ୍ରେଲିଆ ବିଶ୍ୱର ପ୍ରଥମ ଦେଶ ଯିଏ ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ଇଣ୍ଟରନେଟ୍ ମିଡିଆକୁ ସମ୍ପୂର୍ଣ୍ଣ ନିଷେଧ କରିଛି। ୧୦ ଡିସେମ୍ବର ୨୦୨୫ ରେ ଏହି ଆଇନ କାର୍ଯ୍ୟକାରୀ ହୋଇଛି। ଏହି ଆଇନ ଅନୁସାରେ ଟିକଟକ୍, ଆଲଫାବେଟ୍ର ୟୁଟ୍ୟୁବ୍ ଓ ମେଟାର ଇଷନଷ୍ଟାଗ୍ରାମ୍ ଓ ଫେସବୁକ୍ ସହିତ ବହୁ ପ୍ଲାଟଫର୍ମ ପର୍ଯ୍ୟନ୍ତ ପହଁଞ୍ଚିବା ପାଇଁ ପିଲାଙ୍କ ଉପରେ କଟକଣା ଲଗାଇଛି। ଆଇନର ଉଲଂଘନ କରୁଥିବା ଶିଶୁଙ୍କୁ ୧୦ ବଡ ପ୍ଲାଟଫର୍ମରେ ବ୍ଲକ୍ କରିବା କିମ୍ବା ୩.୩ କୋଟି ଟଙ୍କାର ଜରିମାନା ଲଗାଯାଇପାରେ। ଏହି ଆଇନ ଅନୁସାରେ,ପିଲାମାନେ ନୂଆ ଆକାଉଣ୍ଟ ଖୋଲି ପାରିବେନି କିମ୍ବା ପୁରୁଣା ଆକାଉଣ୍ଟକୁ ଚାଲୁ କରିପାରିବେନି।
ଶିଶୁଙ୍କୁ ସୁରକ୍ଷା ଉଦ୍ଦେଶ୍ୟ
ଆନ୍ଧ୍ର ପ୍ରଦେଶ ସରକାର ଏହି ମଡେଲ ଉପରେ ଏବେ ଷ୍ଟଡି କରୁଛନ୍ତି। ଯଦି ଏହି ନିଷ୍ପତ୍ତି ଲାଗୁ ହୁଏ,ତେବେ ଆନ୍ଧ୍ର ପ୍ରଶେର ଭାରତର ପ୍ରଥମ ରାଜ୍ୟ ହେବ, ଯାହାକି ୧୬ ବର୍ଷରୁ କମ୍ ପିଲାଙ୍କ ସୋସିଆଲ ମିଡିଆ ବ୍ୟବହାର ଉପରେ ଆଇନଗତ କଟକଣା ଲଗାଇବ। ତେଲଗୁ ଦେଶମ ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର ଦୀପକ ରେଡ୍ହୀ ଏହି ପ୍ରସ୍ତାବକୁ ସମର୍ଥନ କରି କହିଛନ୍ତି,ଗତ ଓ୍ବାଇଏସ୍ଆରସିପି ସରକାର ବେଳେ ସୋସିଆଲ ମିଡିଆର ଦୁରୁପଯୋଗ ହୋଇଥିଲା। ବିଶେଷ ଭାବରେ ମହିଳାଙ୍କ ବିରୋଧରେ ଆପତ୍ତିଜନକ ଏବଂ ଅପମାନଜନକ ଆକ୍ରମଣ ହେଉଥିଲା। କମ୍ ବୟସ୍କ ଶିଶୁ ଭାବନାତ୍ମକ ରୂପରେ ଏତେ ପରିପକ୍ବ ନୁହଁନ୍ତି। ଅନଲାଇନ୍ରେ ଥିବା କ୍ଷତିକାରକ କଣ୍ଟେଣ୍ଟକୁ ବୁଝିପାରିବେ। ଏଥିପାଇଁ ଆନ୍ଧ୍ର ସରକାର ଦୁନିଆର ସବୁଠାରୁ ଭଲ ଉଦାହରଣ ଉପରେ ଷ୍ଟଡି କରିବା ଆରମ୍ଭ କରିଛି।
ଆହୁରି ପଢନ୍ତୁ :ଅହମ୍ମଦାବାଦ ଦୁର୍ଘଟଣା ଏୟାର ଇଣ୍ଡିଆ ପାଇଁ ପାଲଟିଲା ‘ମହାସଙ୍କଟ’, ୧୫ ହଜାର କୋଟି ଟଙ୍କାର କ୍ଷତି !