ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ରାଜ୍ୟରେ ଆନେମିଆ ସ୍ଥିତି ଗମ୍ଭୀର: ୬ ମାସରେ ୩୨ ଲକ୍ଷ ରୋଗୀ, ୮ ଲକ୍ଷ ଶିଶୁ, ୬ ଲକ୍ଷ ଗର୍ଭବତୀ ଶିକାର

Published By : Prameya | April 14, 2025 12:00 PM

ଭୁବନେଶ୍ୱର,୧୪/୦୪: ରାଜ୍ୟରେ ଆନେମିଆ (ରକ୍ତ  ହୀନତା) ସ୍ଥିତି ଉଦ୍‌ବେଗଜନକ । ଗତବର୍ଷ ଏପ୍ରିଲ ମାସରୁ  ସେପ୍ଟେମ୍ବର ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୬୭ ଲକ୍ଷ ୪୯ ହଜାର ୫୬୨  ଜଣଙ୍କ ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୨  ଲକ୍ଷ ୨୨ ହଜାର ୫୮୦ ଜଣ ଆନେମିଆରେ ପୀଡ଼ିତ । ୨୩ ଲକ୍ଷ  ୮୨ ହଜାର ୮୧୩ ଜଣ ନିମ୍ନ, ୮୧ ହଜାର ୩୨୧୬ ମଧ୍ୟମ ଓ ୨୬  ହଜାର ୫୫୧ ଜଣ ଗୁରୁତର ଆନେମିଆରେ ପୀଡ଼ିତ । ସର୍ବାଧିକ ୭  ଲକ୍ଷ ୮୧ ହଜାର ୮୬୯ ଶିଶୁ (୬ରୁ ୫୯ ମାସ) ଆନେମିଆରେ  ଆକ୍ରାନ୍ତ ଥିବା ପରୀକ୍ଷାରୁ ଜଣାପଡ଼ିଛି । 

ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ  ରିପୋର୍ଟରୁ ଏଭଳି ତଥ୍ୟ  ହସ୍ତଗତ ହୋଇଛି । ତଥ୍ୟ  କହୁଛି, ୪ଲକ୍ଷ ୫୦ହଜାର  ୩୭୯ କିଶୋର/କିଶୋରୀ(୫- ୯ବର୍ଷ), ୪ଲକ୍ଷ ୨୨ହଜାର  ୪୭୦ ସ୍କୁଲ ଛାତ୍ରଛାତ୍ରୀ (୧୦- ୧୯ବର୍ଷ), ୨ଲକ୍ଷ ୨୦ହଜାର ୮୮୨ ଝିଅ(୧୦ରୁ ୧୯ବର୍ଷ), ୩ଲକ୍ଷ ୧୧ହଜାର ୪୫୧ ଯୁବତୀ, ୫ଲକ୍ଷ ୯୫ ହଜାର ୯୫୩ ଗର୍ଭବତୀ,  ୪ ଲକ୍ଷ ୩୯ ହଜାର ୫୭୬ ପ୍ରସୂତିଙ୍କ ଶରୀରରେ ଆନେମିଆ  ରହିଛି। ରାଜ୍ୟରେ ଏହି ଆନେମିଆର ହାର ୪୭.୭ ପ୍ରତିଶତ ।  ଆନେମିଆ ଦୂର କରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ  ବିଭାଗ ପକ୍ଷରୁ ଆନେମିଆ ମୁକ୍ତ ଲକ୍ଷ୍ୟ ଅଭିଯାନ (ଅମ୍ଳାନ) ଆରମ୍ଭ  ହୋଇଛି । 

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆନେମିଆ  ଚିହ୍ନଟ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଚାଲିଛି । ସମସ୍ତ ସରକାରୀ ଓ  ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପଢ଼ୁଥିବା ପ୍ରଥମରୁ ଦ୍ୱାଦଶ  ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଆନେମିଆ ପରୀକ୍ଷା କରାଯାଇ  ଡାକ୍ତରୀ ପରାମର୍ଶ ଦିଆଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.