ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ପୁଣି ପଶିଲା ହିଡେନ୍ କ୍ୟାମେରା, ଭିଡିଓ କରିବା ବେଳେ ଧରା ପଡ଼ିଲେ ଯୁବକ
  • ||
  • ଭୁବନେଶ୍ୱର : ଷଣ୍ଢକୁ ଧକ୍କା ଦେଲା ବାଇକ୍‌, ଦୁର୍ଘଟଣାରେ ଚାଲିଗଲା ଅନ୍ତର୍ଜାତୀୟ ବଡି ବିଲ୍ଡରଙ୍କ ଜୀବନ
  • ||
  • IPLରୁ କ୍ରିକେଟର୍‌ ରବିଚନ୍ଦ୍ରନ୍ ଅଶ୍ବିନ୍‌ଙ୍କ ଅବସର ଘୋଷଣା
  • ||
  • ଲଗାଣ ବର୍ଷାରେ ବେହାଲ ମାଲକାନଗିରି, ଜନଜୀବନ ଅସ୍ତବ୍ୟସ୍ତ
  • ||
  • ଅଗ୍ରପୂଜ୍ୟ ଗଜାନନଙ୍କ ଆବାହନ : ଚଳଚଞ୍ଚଳ ପୁରପଲ୍ଲୀ, ରାଜଧାନୀରେ ୩୪୦ରେ ମଣ୍ଡପରେ ବିନାୟକଙ୍କ ପୂଜା
  • ||
  • ଫୁଲୁଛି ସୁବର୍ଣ୍ଣରେଖା ନଦୀ; ବଢୁଛି ଦୁର୍ଦ୍ଦଶା, ସ୍ଥିତି ସମୀକ୍ଷା କଲେ ରାଜ୍ୟପାଳ
  • ||
  • ଆଜି ଆକାଉଣ୍ଟକୁ ଆସିବ ସିଏମ୍‌ କିଷାନ ଟଙ୍କା, ଉପକୃତ ହେବେ ୫୧ ଲକ୍ଷରୁ ଅଧିକ ଚାଷୀ
  • ||
  • ବୈଷ୍ଣୋଦେବୀରେ ଭୂସ୍ଖଳନ; ୩୧ ଛୁଇଁଲା ମୃତ୍ୟୁସଂଖ୍ୟା, ଉଦ୍ଧାର ଅଭିଯାନ ଜାରି
  • ||
  • ଭାରତ ଉପରେ ଆଜିଠୁ ଫୁଟିବ ୫୦% ଟ୍ରମ୍ପଙ୍କ ଟାରିଫ୍ ବୋମା, ସଂଙ୍କଟରେ ୫ଲକ୍ଷ କୋଟିର ରତ୍ପାନୀ
  • ||

ବିଦ୍ୟାଳୟରେ ତାଲା; ହୋଇ ପାରିଲାନି ଗଣେଶ ପୂଜା, ନିରାଶ ହୋଇ ଫେରିଲେ ଛାତ୍ରଛାତ୍ରୀ

Published By : Harapriya Sethi | August 27, 2025 12:15 PM

ଛତ୍ରପୁର,୨୭/୮: ମହା ଆଡ଼ମ୍ବରରେ ଚାଲିଛି ଅଗ୍ରପୂଜ୍ୟ ଗଣେଶଙ୍କ ପୂଜା । ସ୍କୁଲ ଠାରୁ କଲେଜ ପର୍ଯ୍ୟନ୍ତ ସବୁଠି ପୂଜା ପାଉଛନ୍ତି ବିଘ୍ନ ବିନାଶକ । ହେଲେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ନୋଳିଆନୂଆ ଗାଁ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗଣେଶ ପୂଜା ହୋଇପାରିଲା ନାହିଁ । ଶିକ୍ଷକ ଓ ସ୍କୁଲ ପରିଚାଳନା କମିଟି ମଧ୍ୟରେ ତିକ୍ତତା ଯୋଗୁ ସ୍କୁଲ୍ ଫାଟକରେ ତାଲା ପକାଇଲା ସ୍କୁଲ୍ କମିଟି । ଯାହା ଫଳରେ ପ୍ରଭୁ ଗଣେଶଙ୍କ ପୂଜାଅର୍ଚ୍ଚନା ହୋଇପାରିନାହିଁ । ଏଣୁ ଛାତ୍ରଛାତ୍ରୀମାନେ ପୂଜା ଥାଳି ଧରି ନିରାଶରେ ଘରକୁ ଫେରିଛନ୍ତି । 

ଅନ୍ୟ ପକ୍ଷରେ ସ୍କୁଲ୍ ଫାଟକରେ ତାଲା ପଡ଼ିଥିବା ଦେଖି ସ୍କୁଲକୁ ଆସିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ବାହାରେ ଠିଆ ହୋଇଥିଲେ । ସେଥି ମଧ୍ୟରୁ ଜଣେ ଶିକ୍ଷୟିତ୍ରୀ ମୂର୍ଚ୍ଛା ହୋଇଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ସ୍କୁଲ କମିଟି ଓ ଶିକ୍ଷକମାନେ ମିଶି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପରେ ସେଠାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗଣେଶ ପୂଜା ପାଇଁ ପ୍ରସ୍ତୁତି ନେଇ ଆଲୋଚନା ପାଇଁ ସ୍କୁଲ ପରିଚାଳନା କମିଟି, ପ୍ରଧାନ ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କୁ ଡାକିଥିଲେ । କିନ୍ତୁ ସେମାନେ ନଯିବାରୁ କମିଟି ଗଣେଶ ଚତୁର୍ଥୀରେ ବିଦ୍ୟାଳୟରେ ତାଲା ପକାଇଛି  ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.