ପ୍ରମୁଖ ଖବର
  • ବୌଦ୍ଧ : ବାଇକ୍କୁ ଧକ୍କା ଦେଲା ରେଲୱେ ବିଭାଗର ବୋଲେରୋ, ବାଇକ୍ ଆରୋହୀ ମୃତ
  • ||
  • ଖରସ୍ରୋତାରେ ୨ ଭାଇ ନିଖୋଜ ଘଟଣା, ବଡ଼ଭାଇର ମୃତଦେହ ଉଦ୍ଧାର
  • ||
  • ବରଗଡ଼: ଡ଼ଭା ଛକରେ ପୋଲିସର ଚେକିଂ ବେଳେ ୬ ଲକ୍ଷ ୫୨ ହଜାର ୮୦୦ଟଙ୍କା ଜବତ, ୨ ଜଣ ଅଟକ
  • ||
  • ନନ୍ଦନକାନନରେ ଆଖିବୁଜିଲା ଧଳା ବାଘୁଣୀ ସ୍ନେହା, ଗୁରୁତର ଅବସ୍ଥାରେ ଚାଲିଥିଲା ଚିକିତ୍ସା
  • ||
  • ନିର୍ଘାତ ତାତି: ସାଢ଼େ ୮ଟା ସୁଦ୍ଧା ୩୫ ଡିଗ୍ରୀ ଉପରେ ତାଳଚେର ତାପମାତ୍ରା, ୩୦ ଡିଗ୍ରୀ ଉପରେ ୧୪ ସହର ପାରଦ
  • ||
  • ସୁନା ଦରରେ ଲାଗିଲା ବ୍ରେକ୍‌, ୨୪ କ୍ୟାରେଟ୍‌ ସୁନା ଦର ୩୩୦ ଟଙ୍କା ହ୍ରାସ
  • ||
  • ବିଦ୍ରୋହୀ ବିଗାଡ଼ିବେ ଅଙ୍କ, ଚିନ୍ତାରେ ବିଜେପି: ପ୍ରଥମ ଦଫା ଭୋଟ ପାଇଁ ନାମାଙ୍କନ ଆରମ୍ଭ,ଜୟପୁର ପାଇଁ ପ୍ରାର୍ଥୀ ପାଉନି ଦଳ
  • ||
  • ନିୟମଗିରିରେ ମ୍ୟାଲେରିଆ ଆତଙ୍କ: ବହୁସଂଖ୍ୟାରେ ଡଙ୍ଗରିଆ ପୀଡ଼ିତ, ପହଞ୍ଚିଲା ଡାକ୍ତରୀ ଟିମ୍
  • ||
  • ବିଜେଡି ଛାଡ଼ି ବିଜେପି ଯିବେ ପ୍ରସନ୍ନ ପାଟ୍ଟଶାଣୀ ! ଆଜି ହୋଇପାରେ କିଛି ବଡ଼ ଘୋଷଣା
  • ||
  • IPL 2024 : ସୁପର ଜାଏଣ୍ଟସ୍‌କୁ ଭେଟିବ ସୁପରକିଙ୍ଗସ୍, ଏକାନ୍ନା ଷ୍ଟାଡ଼ିୟମ୍‌ର ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌
  • ||
  • ଗଣତନ୍ତ୍ରର ମହାପର୍ବ: ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ
  • ||
  • ବିପଜ୍ଜନକ ଖରା: ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା, ଆହୁରି ୩ ଦିନ ଜଳାଇବ, ୨୨ରୁ ହାଲୁକା ଆଶ୍ୱସ୍ତ
  • ||

ଅଙ୍ଗନବାଡ଼ି ସମୟରେ ପରିବର୍ତ୍ତନ: ଆସନ୍ତା ୨୭ରୁ ସକାଳ ୯ରୁ ୨ଟା ଯାଏ ଚାଲିବ ଅଙ୍ଗନବାଡ଼ି

ଭୁବନେଶ୍ୱର,୨୪/୦୬: ରାଜ୍ୟରେ ଅଙ୍ଗନବାଡ଼ିର ସମୟରେ ପରିବର୍ତ୍ତନ କରାଯାଇଛି । ଆସନ୍ତା ୨୭ ତାରିଖରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି ସକାଳ ୯ଟାରୁ ଅପରାହ୍ଣ ୨ଟା ଯାଏ ଚାଲିବ । ଯେଉଁ ଅଙ୍ଗନବାଡ଼ି ସ୍କୁଲ ଗୃହରେ ଚାଲୁଛି ସେସବୁ ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ଯାଏ ଖୋଲିବ ।

ସେହିପରି ଆସନ୍ତା ଏପ୍ରିଲ୍‌ ୧ରୁ ଜୁନ୍‌ ୨୬ ପର୍ଯ୍ୟନ୍ତ ସମସ୍ତ ଅଙ୍ଗନବାଡ଼ି ସକାଳ ୬ରୁ ୧୧ଟା ପର୍ଯ୍ୟନ୍ତ ଚାଲିବ । ଏନେଇ ଗୁରୁବାର ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି । ସକାଳ ୯ଟାରୁ ୯ଟା ୧୫ ଯାଏ ପିଲାଙ୍କ ବସିବା ବ୍ୟବସ୍ଥା କରାଯିବ । ପରେ ୯ଟାରୁ ୧୨ଟା ୪୫ ପର୍ଯ୍ୟନ୍ତ ପ୍ରାର୍ଥନା, ପିଲାଙ୍କୁ ଜଳଖିଆ ଦିଆଯିବ ।

ସେହି ଭିତରେ ଖେଳକୁଦ ସହ ପାଠ ପଢ଼ାଯିବ । ପିଲାଙ୍କୁ ଅଭ୍ୟାସ ବହି କରିବାକୁ ଦିଆଯିବ । ୧୨ଟା ୪୫ରୁ ୧ଟା ଭିତରେ ପିଲାମାନେ ମଧ୍ୟାହ୍ନଭୋଜନ ଖାଇ ଘରକୁ ଯିବେ । ୧ଟା ୧୫ରୁ ୨ଟା ପର୍ଯ୍ୟନ୍ତ ଅଙ୍ଗନବାଡ଼ି ଦିଦି ଓ ସହାୟିକାମାନେ ଅତିକମ୍‌ରେ ସେହି ଅଞ୍ଚଳରେ ଥିବା ଦୁଇ ଜଣ ଗର୍ଭବତୀ ଓ ପ୍ରସୂତିଙ୍କ ପାଖକୁ ଯାଇ କାଉନ୍‌ସେଲିଂ କରାଇବେ, ଛୁଆଙ୍କ ଓଜନ ମାପିବେ ବୋଲି ଚିଠିରେ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.