PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ସ୍କୁଲ ପରିସରକୁ ବେଆଇନ ପ୍ରବେଶ, ଅଙ୍ଗନୱାଡ଼ି କର୍ମୀ ଓ ପିଲାଙ୍କ ସହିତ ଗଣ୍ଡଗୋଳ କରି ଫାଟକରେ ତାଲା ପକାଇଲେ ନିରାଶ ଆଶାୟୀ…   

ଭୋଗରାଇ,୧୮/୧୧(ଆ.ପ୍ର.) ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଶୁଭନନ୍ଦିପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ବେଆଇନ ଭାବେ ପ୍ରବେଶ କରି ସ୍କୁଲ ଶ୍ରେଣୀ ଗୃହରେ ଚାଲିଥିବା ଅଙ୍ଗନୱାଡ଼ି କେନ୍ଦ୍ର ଚଳାଇ ନଦେବା ଏବଂ ଅଙ୍ଗନୱାଡ଼ି କର୍ମୀ ଓ ପିଲାଙ୍କ ସହିତ ଗଣ୍ଡଗୋଳ କରିବା, ବେଆଇନ ଭାବେ ସ୍କୁଲ ଫାଟକରେ ତାଲା ପକାଇବା ଘଟଣାକୁ ନେଇ ସଂପୃକ୍ତ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ସମେତ ବିଇଓ ଏବଂ ସିଡିପିଓଙ୍କ ଭୂମିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଥାନାରେ ଅଭିଯୋଗ ନକରି ବିଡ଼ିଓଙ୍କୁ ଚିଠି ଲେଖି ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇ ଦେଇଛନ୍ତି ବିଇଓ । ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଅଙ୍ଗନୱାଡ଼ି କେନ୍ଦ୍ର ସୁଚାରୁରୂପେ ଚାଲିବା ବ୍ୟବସ୍ଥା କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି ।

ପ୍ରକାଶ ଯେ, ଭୋଗରାଇ ବ୍ଲକ ପାଣିଷଣ୍ଡା ପଞ୍ଚାୟତ ଅନ୍ତର୍ଗତ ଶୁଭନନ୍ଦିପୁର ଅଙ୍ଗନୱାଡ଼ି କେନ୍ଦ୍ରର ନିଜସ୍ଵ ଗୃହ ନଥିବାରୁ ଦୀର୍ଘ ୧୨ ବର୍ଷ ହେଲା ତତ୍କାଳୀନ ବାଲେଶ୍ଵର ଜିଲ୍ଲାପାଳ ଏବଂ ଭୋଗରାଇ ବିଡ଼ିଓଙ୍କ ଆଦେଶ ମୁତାବକ ସେହି ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟର ଏକ ଶ୍ରେଣୀ ଗୃହରେ ଏହା ଚାଲିଛି । ଅଙ୍ଗନୱାଡ଼ି କେନ୍ଦ୍ରର ଗୃହ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଥିଲା ବେଳେ ବିଡ଼ିଓ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଏବଂ ସିଡିପିଓ ସେହି ଗାଁରେ ପହଞ୍ଚି ସାମ୍ଭାବ୍ୟ ବିଭିନ୍ନ ସ୍ଥାନ ବୁଲି ଦେଖିବା ପରେ ସଂପୃକ୍ତ ପ୍ରାଥମିକ ବିଦ୍ୟାଳୟ କୋଠା ଉପରେ ଏହି କେନ୍ଦ୍ର ନିର୍ମାଣ ପାଇଁ ଚୁଡାନ୍ତ ନିଷ୍ପତ୍ତି ନେବା ସହ କାର୍ଯ୍ୟାଦେଶ ପ୍ରଦାନ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡିଛି । ଅନ୍ୟପକ୍ଷରେ ଏହି କେନ୍ଦ୍ରରେ ସହାୟିକା ନିଯୁକ୍ତି ନିମନ୍ତେ ବିଜ୍ଞାପନ ପ୍ରକାଶ ପାଇଥିଲା ବେଳେ ତିନି ଜଣ ଆଶାୟୀ ଏଥିପାଇଁ ଆବେଦନ କରିଥିଲେ । ଗତ ୧୪ ତାରିଖରେ ସିଡିପିଓ ପବିତ୍ରା ହାଜିରାଙ୍କ ଦ୍ଵାରା ସେହି ଗ୍ରାମରେ ଏକ ମହିଳା ସଭା ଅନୁଷ୍ଠିତ ହୋଇଥିଲା ବେଳେ ସର୍ବାଧିକ ସମର୍ଥନ ପ୍ରାପ୍ତ ଆଶାୟୀ ମିନତୀ ସାହୁଙ୍କୁ ସହାୟିକା ଭାବେ ନିଯୁକ୍ତି ଦିଆଯାଇଛି । ଏହାକୁ ବିରୋଧ କରି ଅନ୍ୟତମ ଆଶାୟୀ କବିତା ବେହେରା ନିଜ ସମର୍ଥକଙ୍କୁ ନେଇ ୧୫ ତାରିଖ ଠାରୁ ଜୋରଜବରଦସ୍ତ ଭାବେ ସ୍କୁଲ ଫାଟକରେ ତାଲା ପକାଇ ଅଙ୍ଗନୱାଡ଼ି ପିଲା ଓ କର୍ମୀଙ୍କୁ ଭିତରେ ପ୍ରବେଶ କରିବା ପାଇଁ ଦେଇନଥିଲେ । ଫଳରେ ଅଙ୍ଗନୱାଡ଼ିର କୁନିକୁନି ପିଲାମାନେ ସ୍କୁଲ ଫାଟକ ସମ୍ମୁଖ ରାସ୍ତାରେ ବସି ପାଠ ପଢ଼ିବା ସହ ସେହିଠାରେ ଭୋଜନ କରି ଆସୁଛନ୍ତି । ସଂପୃକ୍ତ ମହିଳା କବିତା ବେହେରା ସ୍କୁଲ ଫାଟକରେ ବେଆଇନ ଭାବେ ତାଲା ବନ୍ଦ କରିବା ସହ ସ୍କୁଲ ପରିସରରେ ଅଙ୍ଗନୱାଡ଼ି କେନ୍ଦ୍ର ପାଇଁ ପ୍ରଦାନ କରାଯାଇଥିବା ଶ୍ରେଣୀ ଗୃହର ତାଲା ଭାଙ୍ଗି ଅନ୍ୟ ଏକ ନୂତନ ତାଲା ଲଗାଇଥିଲା ବେଳେ ସ୍କୁଲର ପ୍ରଧାନ ଶିକ୍ଷକ ନୀରବଦ୍ରଷ୍ଟା ସାଜିଛନ୍ତି ।

 ମଙ୍ଗଳବାର ଏହି ସମସ୍ୟା ସୃଷ୍ଟି ହେବା ମାତ୍ରେ ଓ୍ବାର୍ଡମେମ୍ବରଙ୍କ ସମେତ ଅଙ୍ଗନୱାଡ଼ିର ମାତୃ କମିଟି ଓ ଯାଞ୍ଚ କମିଟିର ସଦସ୍ୟା ଓ ସଦସ୍ୟ ମାନେ ଲିଖିତ ଭାବେ ସିଡିପିଓ ଏବଂ ବିଡିଓଙ୍କୁ ଅବଗତ କରାଇଥିଲେ । ଦୀର୍ଘ ତିନି ଦିନ ଧରି ଏଭଳି ସମସ୍ୟା ଲାଗି ରହିଥିଲା ବେଳେ ଗୁରୁବାର ବିଇଓଙ୍କ ନିର୍ଦ୍ଦେଶରେ ସିଆରସିସି ବେନୁଚରଣ ଜେନା ସେହି ସ୍କୁଲରେ ପହଞ୍ଚି ପ୍ରଧାନ ଶିକ୍ଷକଙ୍କ ସହିତ ସମସ୍ୟା ସମ୍ପର୍କରେ ଆଲୋଚନା କରି ବିଇଓଙ୍କୁ ଲିଖିତ ରିପୋର୍ଟ ପ୍ରଦାନ କରିଥିଲେ । ଶୁକ୍ରବାର ବିଇଓଙ୍କ ନିର୍ଦ୍ଦେଶରେ ଫାଟକ ଖୋଲାଯାଇ ଅଙ୍ଗନୱାଡ଼ି ପିଲା ଓ କର୍ମୀଙ୍କୁ ଭିତରେ ପ୍ରବେଶ କରାଯିବା ମାତ୍ରେ କବିତା ବେହେରାଙ୍କ ସମେତ ତାଙ୍କ ସମର୍ଥକ ମାନେ ଜୋରଜବରଦସ୍ତ ସ୍କୁଲ ପରିସରକୁ ବେଆଇନ ଭାବେ ଧସେଇ ପଶିବା ସହିତ ସେଠାରେ ଅଙ୍ଗନୱାଡ଼ି କରାଇ ଦେବେ ନାହିଁଁ କହି ଅଙ୍ଗନୱାଡ଼ି କର୍ମୀ ଓ କୁନିକୁନି ପିଲାଙ୍କ ସହିତ ଗଣ୍ଡଗୋଳ କରିବା ସହ ଗାଳିଗୁଲଜ କରିଥିଲେ । ଏହି ଘଟଣା ସମ୍ପର୍କରେ ସଙ୍ଗେ ସଙ୍ଗେ ସିଆରସିସିଙ୍କ ଠାରୁ ଆରମ୍ଭ କରି ବିଇଓ,ସିଡିପିଓ ଏବଂ ବିଡ଼ିଓଙ୍କ ପର୍ଯ୍ୟନ୍ତ ସମସ୍ତେ ଅବଗତ ହୋଇଥିଲେ ମଧ୍ୟ ସ୍କୁଲ ପରିସରକୁ ବେଆଇନ ଭାବେ ପ୍ରବେଶ କରି ଗଣ୍ଡଗୋଳ କରିବା ବିରୋଧରେ ପ୍ରଧାନ ଶିକ୍ଷକ ଏବଂ ବିଇଓ ଥାନାରେ ଏତାଲା ନଦେବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପକ୍ଷରେ ସ୍କୁଲ ପରିସରରେ ଶିକ୍ଷଣ କାର୍ଯ୍ୟ ବ୍ୟାହତ ଜନୀତ ସମସ୍ୟାର ସମାଧାନ କରାଇବା ପାଇଁ ବିଇଓଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠି ନଂ ୪୪୫୨ ରେ ଭୋଗରାଇ ବିଡ଼ିଓଙ୍କୁ ଚିଠି କରି ବିଇଓ ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇ ଦେଇଛନ୍ତି। ଏହାକୁ ନେଇ ବିଡ଼ିଓଙ୍କ ଭୂମିକା କ’ଣ ରହୁଛି ତାହା ଦେଖିବାକୁ ବାକି ରହିଛି ।