ନୂଆଦିଲ୍ଲୀ : ଏୟାରଟେଲର ଖରାପ ସର୍ଭିସରେ ବିରକ୍ତ ହୋଇ ଜଣେ ୟୁଜର ଏମିତି କାମ କରିଛନ୍ତି, ଯାହା କେବଳ ଏହାର ଖରାପ ସେବା ନୁହେଁ ବରଂ ଏହାର ଅବହେଳାକୁ ମଧ୍ୟ ଖୋଲି ଦେଇଛି। ଏୟାରଟେଲର ବ୍ଲାକ୍ ସେବାରେ ହତାଶ ହୋଇ ଏହି ଗ୍ରାହକ AirtelBlack.com ୱେବସାଇଟ୍ ତିଆରି କରିଛନ୍ତି। ଏହି ୱେବସାଇଟ୍ ଲାଇଭ୍ ହୋଇଛି ଏବଂ ବର୍ତ୍ତମାନ ଉପଭୋକ୍ତାମାନେ କମ୍ପାନୀର ଖରାପ ସେବାର ପର୍ଦ୍ଦାଫାସ୍ କରୁଛନ୍ତି। ହୋମ୍ ପେଜରେ, ଆପଣଙ୍କୁ ସ୍ୱାଗତ ଇୟୋର ଇସ୍ୟୁ ହାଜ୍ ବିନ୍ ରିଜଲଭଡ୍ ନୁହେଁ ଇଗନୋର୍ଡରେ ହେବ। ପ୍ରିମିୟମ୍ ସେବା, ପ୍ରିମିୟମ୍ ନେଗଲେଟ୍ ଭଳି ଫିଚର୍ସ ମଧ୍ୟ ମିଳିବ। ଆପଣ ଭାବୁଥିବେ ଏହା କିପରି ହୋଇ ପାରିବ ? ଏହା ଘଟିଛି, କାରଣ ଏୟାରଟେଲ୍ AirtelBlack.com କୁ ପଞ୍ଜୀକୃତ କରି ନଥିଲା।
ଏୟାରଟେଲ୍ ବ୍ଲାକଆଉଟର ଟପ୍ ଫିଚର-
ୱେବସାଇଟର ହୋମପେଜ୍ରେ ଲେଖା ଯାଇଛି, "ଏୟାରଟେଲ୍ ବ୍ଲାକଆଉଟ୍କୁ ଆପଣଙ୍କୁ ସ୍ୱାଗତ - ଭାରତର ସବୁଠାରୁ ଅଧିକ ଲାଭଜନକ ଟେଲିକମ୍ କମ୍ପାନୀକୁ ଏକ ପ୍ରେମପତ୍ର, ଯେଉଁଠାରେ ଆପଣଙ୍କର "1 Gbps ପର୍ଯ୍ୟନ୍ତ" କନେକ୍ସନ ଠାରୁ ମଧ୍ୟ ଦ୍ରୁତ ଗତିରେ କେବଳ ଗୋଟିଏ ହିଁ ଜିନିଷ ଏବଂ ତାହା ହେଉଛି ଆପଣଙ୍କର ଟିକେଟକୁ ବିନା ପଢ଼ି ମଧ୍ୟ ବନ୍ଦ କରି ପାରିବେ।"
କଷ୍ଟମର ଏହି ୱେବସାଇଟରେ ସେମାନଙ୍କର ସମସ୍ତ ହତାଶା ପ୍ରକାଶ କରିଛନ୍ତି। ଯେପରି ତଳକୁ ସ୍କ୍ରୋଲ୍ କରିବାରେ ଲେଖାଯାଇଛି, ଯଦି ଆପଣ ସନ୍ତୁଷ୍ଟ ତେବେ ୧ ରିପ୍ଲାଇ କରନ୍ତୁ ଏବଂ ଯଦି ଆପଣ ଅସୁବିଧା ଅନୁଭବ କରୁଛନ୍ତି , ତେବେ ୨ ସହ ଉତ୍ତର ଦିଅନ୍ତୁ। ଆମର ଇଞ୍ଜିନିୟରମାନେ କେବେବି ଆପଣଙ୍କ ସ୍ଥାନକୁ ପରିଦର୍ଶନ କରିବେ ନାହିଁ। ପ୍ରିମିୟମ୍ ସେବା, ପ୍ରିମିୟମ୍ ନେଗଲେଟ୍କୁ ବୁଝାଇ ଲେଖାଯାଇଛି।
ୱେବସାଇଟ୍ରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ , କିପରି ସେବା ଟିକେଟ୍ ୪୮ ଘଣ୍ଟା ମଧ୍ୟରେ ଆପେ ଆପେ ବାତିଲ୍ ହୋଇଯାଏ। ଜଣେ ଏୟାରଟେଲ୍ ଇଞ୍ଜିନିୟର ଆସନ୍ତି, google.com ଖୋଲି ବୁଝାନ୍ତି ଯେ, ସବୁକିଛି ଠିକ୍ ଅଛି। ଏହା ସ୍ପଷ୍ଟ ଯେ ,ଗ୍ରାହକ ଖୁବ୍ ବିରକ୍ତ ହୋଇ ଯାଇଛନ୍ତି। ସୋସିଆଲ ମିଡିଆରେ ୱେବସାଇଟ୍ ଭାଇରାଲ ହେବା ପରେ, ଜଣେ ବ୍ୟବହାରକାରୀ Reddit ରେ ଏହାସହ ଜଡ଼ିତ ବ୍ୟାକଗ୍ରାଉଣ୍ଡ ଷ୍ଟୋରୀ ମଧ୍ୟ ସେୟାର କରିଛନ୍ତି।
anir0y ନାମକ ଜଣେ ୟୁଜର ଦାବି କରି ଥିଲେ ଯେ, ୱେବସାଇଟ୍ ତାଙ୍କର। ଏୟାରଟେଲ୍ ତାଙ୍କୁ ୩୦ ଦିନ ଧରି ନିରନ୍ତର ହଇରାଣ କରି ଥିଲା, ତେଣୁ ସେ ସେମାନଙ୍କୁ ହଇରାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ପୋଷ୍ଟରେ କୁହାଯାଇଛି ଯେ ଏସବୁ ପରେ, ଏୟାରଟେଲ୍ ତାଙ୍କ ସହିତ ଯୋଗାଯୋଗ କରି ତାଙ୍କ ଟଙ୍କା ଫେରସ୍ତ କରିଥିଲା, ଏବଂ ୱେବସାଇଟ୍ ବନ୍ଦ କରିବାକୁ ମଧ୍ୟ ଅନୁରୋଧ କରିଥିଲା।