ନୟାଗଡ, ୧୪।୬ : ଦଶପଲ୍ଲା ବିଡ଼ିଓ ଶରତ ଚନ୍ଦ୍ର ମଲ୍ଲିକଙ୍କ ଗାଡି ଉପରକୁ ପଥରମାଡ ଘଟଣାରେ ଦଶପଲ୍ଲା ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଯୁବକ ଦୁଇଜଣ ହେଲେ ନଛିପୁର ପଞ୍ଚାୟତ ଆଲପଙ୍ଗା ଗ୍ରାମର ସୁଶାନ୍ତ ବେହେରା ଏବଂ ତାଙ୍କ ସାଙ୍ଗ ଘୁଗୁଡ଼ିପଡ଼ା ଗ୍ରାମର ରବି ଭୋଇ ।
ଗତ ଶୁକ୍ରବାର S.I.R କାମ ସାରି ଅଫିସକୁ ଫେରୁଥିବା ବେଳେ ନଛିପୂର ଗାଁ ନିକଟରେ ହଠାତ୍ ଏକ ବାଇକ୍ ରେ ଆସି ଦୁଇଜଣ ଯୁବକ ବିଡିଓଙ୍କ ଗାଡିକୁ ପଥର ମାଡ଼ କରିଥିଲେ । ଯାହା ଫଳରେ ବିଡ଼ିଓଙ୍କ ଗାଡ଼ିର ଆଗ କାଚ ଭାଙ୍ଗି ଯିବା ସହ ବିଡ଼ିଓଙ୍କ ଡ୍ରାଇଭର ସାମାନ୍ୟ ଆହତ ହୋଇଥିଲେ । ଦଶପଲ୍ଲା ପୋଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭି ଯାଞ୍ଚ କରି ଦୁଇଜଣ ଯୁବକଙ୍କୁ ଗିରଫ କରିଛି । ଯୁବକ ଦୁଇଜଣ ହେଲେ ନଛିପୁର ପଞ୍ଚାୟତ ଆଲପଙ୍ଗା ଗ୍ରାମର ସୁଶାନ୍ତ ବେହେରା ଏବଂ ତାଙ୍କ ସାଙ୍ଗ ଘୁଗୁଡ଼ିପଡ଼ା ଗ୍ରାମର ରବି ଭୋଇ । ସୁକାନ୍ତଙ୍କ ରାସନ କାର୍ଡ କଟି ଯାଇଥିବାରୁ ବିଡ଼ିଓଙ୍କ ଉପରେ ପୂର୍ବରୁ ରାଗ ରଖି ଏହି ଭଳି କାଣ୍ଡ ଭିଆଇ ଥିଲେ ବୋଲି ପୋଲିସ ଆଗରେ ସ୍ବୀକାର କରିଛନ୍ତି ଦୁଇ ଅଭିଯୁକ୍ତ ।
ଆହୁରି ପଢନ୍ତୁ : ପୃଥକ ଦୁର୍ଘଟଣା : ଟ୍ରକ ଧକ୍କାରେ ୩ ଜଣଙ୍କ ମୃତ୍ୟୁ, ଅଜଣା ଗାଡି ଧକ୍କାରେ ୨ ଭାଇ ମୃତ