ଅଭିନେତ୍ରୀଙ୍କୁ ନିର୍ଘାତ ପିଟିଲେ ଏକ୍ସ-ବଏଫ୍ରେଣ୍ଡ୍, ଚେହେରା ଚିହ୍ନିବା ମୁସ୍କିଲ୍

aajtak
ନୂଆଦିଲ୍ଲୀ ୦୮/୦୩: ସାଉଥ୍ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଅନିକା ବିକ୍ରମନ ଆଜିକାଲି ଚର୍ଚ୍ଚାରେ। ଏହାର କାରଣ ହେଉଛି ଅନିକାଙ୍କ ଫଟୋ। ଅଭିନେତ୍ରୀ ତାଙ୍କ ଇନଷ୍ଟାଗ୍ରାମ୍ରେ ଏପରି କିଛି ଫଟୋ ସେୟାର କରିଛନ୍ତି, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଛନ୍ତି। ଫଟୋଗୁଡିକରେ ଦେଖାଯାଇଛି ଜଣେ ମହିଳାଙ୍କୁ କେତେ ପରିମାଣରେ ଅସଦାଚରଣ କରାଯାଇପାରେ।
ଅନିକା ଏହି ଫଟୋଗୁଡିକୁ ସେୟାର କରି ତାଙ୍କର ଏପରି ଅବସ୍ଥା ପାଇଁ କିଏ ଦାୟୀ ବୋଲି କହିଛନ୍ତି। ତାଙ୍କ ପୂର୍ବତନ ପ୍ରେମିକ ତାଙ୍କର ଏପରି ଅବସ୍ଥା କରିଛନ୍ତି ବୋଲି ଅଭିନେତ୍ରୀ କହିଛନ୍ତି। ସେ କହିଛନ୍ତି, ପ୍ରଥମେ ଯାହା ମୋ ସହିତ ଘଟିଥିଲା, ମୁଁ ଏହାକୁ ଅତୀତରେ ଛାଡି ଦେଇଛି, ତଥାପି ମୋତେ କ୍ରମାଗତ ଧମକପୂର୍ଣ୍ଣ କଲ ଆସୁଛି। ମୋ ପରିବାରକୁ ବଦନାମ କରାଯାଉଛି। ମୋ ଭାଗ୍ୟ ଖରାପ ଥିଲା ଯେ ମୁଁ ଅନୁପ ପିଲ୍ଲାଇକୁ ଡେଟ୍ କରୁଥିଲି।
ଅନିକାଙ୍କ ଅନୁଯାୟୀ, ଅନୁପ ତାଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଇଛନ୍ତି। ସେ କହିଛନ୍ତି, ମୁଁ ଆଜି ପର୍ଯ୍ୟନ୍ତ ତା ପରି ମଣିଷ ଦେଖି ନାହିଁ। ପ୍ରଥମ ଥର ସେ ଯେବେ ମୋ ଉପରେ ହାତ ଉଠାଇଲା ସେ ଚେନ୍ନାଇରେ ଥିଲା। ପରେ ସେ ମୋ ପାଦତଳେ ପଡ଼ି କ୍ଷମା ମାଗିଲା। ମୁଁ ମଧ୍ୟ କ୍ଷମା କରିଥିଲି ତା’ପରେ ଦ୍ୱିତୀୟ ଥର ସେ ବାଙ୍ଗାଲୋରରେ ମୋ ଉପରେ ହାତ ଉଠାଇଲା। ମୁଁ ପୋଲିସକୁ ମଧ୍ୟ ଜଣାଇଥିଲି, କିନ୍ତୁ ଟଙ୍କା ଦେଇ ମାମଲା ସମାଧାନ କରି ଦିଆଗଲା। ପୋଲିସ ନିକଟରେ ଅଭିଯୋଗ କରିବା ପରେ ସେ ପୁଣି ଥରେ ମୋ ଉପରେ ଆକ୍ରମଣ କଲା।
ଅନିକା ବିକ୍ରମନ୍ ମାଲାୟାଲମର ଜଣେ ଉଦୀୟମାନ ଅଭିନେତ୍ରୀ। ସେ ‘ବିଶମକରନ୍’, ‘ଆଇକେକେ’ ଏବଂ ‘ଏଙ୍ଗା ପଟ୍ଟନ’ ଭଳି ଫିଲ୍ମରେ କାମ କରିଛନ୍ତି। ତେବେ ଅନିକାଙ୍କ ଏହି ଫଟୋ ଦେଖି ସମସ୍ତେ ତାଙ୍କ ପ୍ରେମିକ ଉପରେ କ୍ରୋଧ ପ୍ରକାଶ କରୁଛନ୍ତି। ସମସ୍ତେ ଅଭିନେତ୍ରୀଙ୍କୁ ସମର୍ଥନ କରୁଛନ୍ତି।