ନୂଆଦିଲ୍ଲୀ,୦୮/୦୨; ଆମେରିକାର ଯୌନ ଅପରାଧୀ ଜେଫ୍ରି ଏପ୍‌ଷ୍ଚିନ୍‌ଙ୍କ ପ୍ରଭାବ କେବଳ ଆମେରିକାର ଶିଳ୍ପପତି, ରାଜନେତା ତଥା ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସୀମିତ ନଥିଲା । ଭାରତ ଶିଳ୍ପପତି ଓ ଅନ୍ୟ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ମଧ୍ୟ ସମ୍ପର୍କ ରହିଥିଲା । ଏପ୍‌ଷ୍ଟିନ୍‌ ଫାଇଲ୍ସରେ ଶିଳ୍ପପତି ଅନିଲ ଅମ୍ବାନୀଙ୍କ ନାଁ ରହିଥିବା ସାମ୍ନାକୁ ଆସିଛି । ଆମେରିକା ନ୍ୟାୟ ବିଭାଗ ଦ୍ୱାରା ଜାରି ଏପ୍‌ଷ୍ଟିନ୍‌ ଫାଇଲରେ ୨୦୧୭ରୁ ୧୦୧୯ ମସିହା ମଧ୍ୟରେ ଅନିଲ ଅମ୍ବାନୀ ଓ ଏପ୍‌ଷ୍ଚିନ୍‌ଙ୍କ ସମ୍ପର୍କ ଥିବା କଥା ଜଣାପଡ଼ିଛି ।

ଏକ ଇମେଲ୍ ଅନୁଯାୟୀ, ମାର୍ଚ୍ଚ ୯, ୨୦୧୭ରେ ଅନିଲ ଏପ୍‌ଷ୍ଟିନଙ୍କୁ ତାଙ୍କ ପ୍ରସ୍ତାବ ସମ୍ପର୍କରେ ପଚାରିଥିଲେ । ଏପଷ୍ଟିନ୍ ସେମାନଙ୍କର ସାକ୍ଷାତକୁ ଅଧିକ ମଜାଦାର କରିବାକୁ ଡେଙ୍କା, ଗୋରା ସ୍ୱିଡେନ୍ ମହିଲାଙ୍କ ପ୍ରସ୍ତାବ ଦେଇଥିଲେ । ଅନି ତାଙ୍କୁ ଏହା ଯୋଗାଡ କରିବାକୁ କହିଥିଲେ । ସେତେବେଳକୁ ଏପ୍‌ଷ୍ଟିନ୍‌ ନାବାଳକଙ୍କ ସହିତ ଯୌନ ଅପରାଧ ମାମଲାରେ ଦଣ୍ଡିତ ହୋଇ ସାରିଥିଲେ ।ତଥ୍ୟ ଅନୁସାରେ, ଅନିଲ ଅମ୍ବାନୀ ଓ ଏପଷ୍ଟିନ୍ ପ୍ୟାରିସ୍ ଓ ନ୍ୟୁୟର୍କରେ ଭେଟିବାକୁ ଯୋଜନା କରିଥିଲେ । ୨୦୧୯ ମେ ମାସରେ ଅନିଲ ଅମ୍ବାନୀଙ୍କ ନ୍ୟୁୟର୍କ ଗସ୍ତ ସମୟରେ ଏପଷ୍ଟିନ୍ ତାଙ୍କୁ ମ୍ୟାନହାଟନସ୍ଥିନ ଘରକୁ ନିମନ୍ତ୍ରଣ କରିଥିଲେ ।

ଏହା ବି ପଢନ୍ତୁ...ଏପଷ୍ଟିନ୍ ଫାଇଲ୍ସରେ ବଡ଼ ଖୁଲାସା: ଲିଷ୍ଟରେ ବଲିଉଡ୍‌ର ନାମୀଦାମୀ ନିର୍ଦ୍ଦେଶକ ଅନୁରାଗ କଶ୍ୟପ, ମୀରା ନାୟରଙ୍କ ନାଁ

​​​​​​​ସେଠାରେ ଦୁଇଜଣ ପରସ୍ପରକୁ ଭେଟିଥିଲେ । ଅନ୍ୟ ଇମେଲରୁ ଅନିଲ ଅମ୍ବାନୀ ଓ ଏପଷ୍ଟିନଙ୍କ ମଧ୍ୟରେ ଆନ୍ତର୍ଜାତିକ ଯାତ୍ରା, ବ୍ୟବସାୟିକ ବୈଠକ ତଥା ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମକୁ ନେଇ ଆଲୋନଚା ହୋଇଥିବା ଜଣାପଡିଛି । ବିଶ୍ୱ ଅର୍ଥନୈତିକ ଫୋରମ୍‌ ସମ୍ପର୍କରେ ମଧ୍ୟ ଉଲ୍ଲେଖ ରହିଛି । ୨୦୧୯ରେ ଯୌନ ଅପରାଧ ମାମଲାରେ ଏପଷ୍ଟିନ ପୁଣି ଥରେ ଗିରଫ ହୋଇଥିଲେ । ଏପଷ୍ଟିନଙ୍କ ସହିତ କଥାବାର୍ତ୍ତା ବେଳେ ଅନିଲ ଅମ୍ବାନୀ ହଲିଉଡ ଅଭିନେତ୍ରୀ ସ୍କାରଲେଟ୍ ଜୋହାନସନ୍‌ଙ୍କ ନାଁ ତାଙ୍କ ପ୍ରିୟ ଅଭିନେତ୍ରୀ ଭାବେ ନେଇଥିଲେ । ସେବେ ରିଲାଏନ୍ସ ଏଣ୍ଟରଟେନମେଣ୍ଟ ସେତେବେଳେ 'ଘୋଷ୍ଟ ଇନ୍ ଦ ସେଲ୍' ଚଳଚ୍ଚିତ୍ରର ସହନିର୍ମାତା ଥିଲା ।ଅନୀଲଙ୍କ ବ୍ୟତୀତ ଭାରତୀୟ ଫିଲ୍ମ ନିର୍ମାତା ମୀରା ନାୟାର, ନିର୍ଦ୍ଦେଶକ ଅନୁରାଗ କଶ୍ୟପ, ଅଭିନେତ୍ରୀ ନନ୍ଦିତା ଦାସ, ୱେଲନେସ୍‌ ଗୁରୁ ଦୀପକ ଚୋପ୍ରା ମଧ୍ୟ ଏପ୍‌ଷ୍ଟିନ୍‌ଙ୍କ ସମ୍ପର୍କରେ ଥିଲେ ।