ନୂଆଦିଲ୍ଲୀ – କଥାପ୍ରବଚକ ଅନିରୁଦ୍ଧାଚାର୍ଯ୍ୟ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍‌ ଗେଟ୍ସ ଓ ତାଙ୍କର ଏକ୍ସ ୱାଇଫ୍‌ ମେଲିଣ୍ଡା ଗେଟ୍ସଙ୍କ ତଲାକକୁ ବୟାନ ଦେଇଛନ୍ତି। ସେ କହିଛନ୍ତି- ଆଜି ଦେଖନ୍ତୁ ବଡ଼ ବଡ଼ ଡାକ୍ତରମାନେ ଅଛନ୍ତି, ବଡ଼ ବଡ଼ ବିଚାରପତି , ବଡ଼ ବଡ଼ ଇଞ୍ଜିନିୟର , ବଡ଼ ବଡ଼ ଆଡଭୋକେଟ୍ ଅଛନ୍ତି ... ଲେଖା ପଢା ସମାଜ। ଏ ଲୋକେ ବଡ଼ ସୁନ୍ଦର ବିଜନେସ୍‌ ତ କରି ପାରୁଛନ୍ତି। କିନ୍ତୁ ସେହି ଲୋକ ନିଜ ପରିବାର ଚଲାଇ ପାରୁ ନାହାନ୍ତି , ନିଜ ପତ୍ନୀଙ୍କୁ ଖୁସି ରଖି ପାରୁନାହାନ୍ତି, ନିଜ ପିଲାଙ୍କୁ ଠିକ୍‌ ରାସ୍ତା ଦେଖାଇ ପାରୁନାହାନ୍ତି।

ହର୍ଷ ଲିମ୍ୱାଚିଆଙ୍କର ପୋଡକାଷ୍ଟରେ ଅନିରୁଦ୍ଧାଚାର୍ଯ୍ୟ ଭାରତୀ ସିଂହ କହିଥିଲେ , ବିଲ୍‌ ଗେଟ୍ସଙ୍କର ଏକ ଛୋଟ ଉଦାହରଣ ଦେଉଛି। ବିଲ୍‌ ଗେଟ୍ସଙ୍କ ଭଳି ସଫଳ ବିଜନେସ୍‌ ମ୍ୟାନ ଏ ପୃଥିବୀରେ କିଏ ହେବ ? ସେ ବିଜନେସ୍‌ କରିବା ତ ଶିଖି ଗଲେ , ହେଲେ ପରିବାର ଚଲାଇବା ଶିଖି ପାରିଲେ ନାହିଁ। ଏଥିପାଇଁ ୨୭ ବର୍ଷ ପରେ ବିଲ୍‌ ଗେଟ୍ସଙ୍କର ପତ୍ନୀ ତାଙ୍କୁ ତଲାକ୍‌ ଦେଇଛନ୍ତି। 

ଅନିରୁଦ୍ଧାଚାର୍ଯ୍ୟ ନିଜ କଥାକୁ ବୁଝାଇ କହିଛନ୍ତି , ପରିବାର ଚଲାଇବା ଅଲଗା କଥା ଓ ବିଜନେସ ଚଲାଇବା ଅଲଗା। ଆଜିକାଲି ଲୋକେ କେବଳ ଟଙ୍କା ପଛରେ ଦୌଡ଼ୁଛନ୍ତି। ଟଙ୍କା ରହିବା ଉଚିତ୍‌। ଏହା ଖରାପ ନୁହେଁ। କିନ୍ତୁ ଟଙ୍କା ଠାରୁ ଅଧିକ ମହତ୍ତ୍ୱ ପରିବାରକୁ ଦେବା ଉଚିତ୍‌। ପରିବାରକୁ ସବୁଠୁ ଉପରେ ରଖିବା ଉଚିତ୍‌।  ଯଦି  ପତ୍ନୀ, ପୁଅ ଓ ମାଆ ବାପା ଖୁସି ରହିବେ ତ ଟଙ୍କା ଆପଣାଛାଏଁ ଆସିଯିବ। ଆବଶ୍ୟକ ସମୟରେ ଟଙ୍କା କାମରେ ଆସିଥାଏ , କିନ୍ତୁ ଯେଉଁ ଜିନିଷ ଟଙ୍କା କରିପାରେ ନାହିଁ , ତାହା ପରିବାର କରିଦିଏ। ଏଥିପାଇଁ ଏହାର ମହତ୍ତ୍ୱ ଟଙ୍କା ଠାରୁ ଆହୁରି ଅଧିକ।