PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

‘ମୁଁ ଗରିବ ହୋଇପାରେ କିନ୍ତୁ ୧୦ ହଜାର ଟଙ୍କାପାଇଁ ବିକ୍ରି ହେବିନି’: ମୃତ୍ୟୁ ପୂର୍ବରୁ ସାଙ୍ଗଙ୍କୁ ଏମିତି କହିଥିଲେ ଅଙ୍କିତା…

ଶ୍ରୀନଗର ୨୫/ ୦୯: ଉତ୍ତରାଖଣ୍ଡ ପୌଡି ଜିଲ୍ଲା ଓ୍ବନନ୍ତରା ରିସର୍ଟରେ ୧୯ ବର୍ଷୀୟା ରିସପସନିଷ୍ଟ ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡ ଘଟଣା ଏବେ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାରେ ଏବେ ଉତ୍ତରାଖଣ୍ଡ ରାଜନୀତି ଉଠୁଛି ପଡୁଛି । ମୁଖ୍ୟ ଅଭିଯୁକ୍ତ ବିଜେପି ନେତାଙ୍କ ପୁଅ ପୁଲକିତ ଆର୍ଯ୍ୟକୁ ପୋଲିସ ଗିରଫ କରିଥିବା ବେଳେ ରିମାଣ୍ଡରେ ନେଇ ପଚରାଉଚରା ଜାରି ରଖିଛି ।

ତେବେ ଅଙ୍କିତାଙ୍କୁ ହତ୍ୟା କରାଯିବାର କିଛିଦିନ ପୂର୍ବରୁ ଚାଞ୍ଚଲ୍ୟକର ବୟାନ ଦେଇଥିଲେ । ତାଙ୍କର ଜଣେ ବାନ୍ଧବୀଙ୍କୁ ଅଙ୍କିତା ଜଣାଇଥିଲେ ଯେ, ଉକ୍ତ ରିସର୍ଟରେ କିଭଳି ଭାବେ ବେଆଇନ କାମ କରିବା ପାଇଁ ଜବରଦସ୍ତି କରାଯାଉଛି । ରିସର୍ଟର ମାଲିକ ବିଜେପି ନେତାଙ୍କ ପୁଅ ପୁଲକିତ ଏବଂ ମ୍ୟାନେଜର ଅଙ୍କିତାଙ୍କୁ ବଳପୂର୍ବକ ଅନୈତିକ କାର୍ଯ୍ୟରେ ଲିପ୍ତ ରହିବାକୁ ବାଧ୍ୟ କରୁଥିଲେ । ଏହା ସହିତ ଭିଭିଆଇପିଙ୍କୁ ସ୍ବତନ୍ତ୍ର ସେବା ଯୋଗାଇବାକୁ କହୁଥିବା ଅଙ୍କିତା ତାଙ୍କ ବାନ୍ଧବୀଙ୍କୁ ଜଣାଇଥିଲେ । ଅଙ୍କିତା ତାଙ୍କ ସାଙ୍ଗଙ୍କୁ କହିଥିଲେ, ‘ମୁଁ ଗରିବ ହୋଇପାରେ କିନ୍ତୁ ୧୦ ହଜାର ଟଙ୍କା ପାଇଁ କେବେ ନିଜକୁ ବିକ୍ରି କରିବିନି’।

ରିସପସନିଷ୍ଟ ଅଙ୍କିତା ହତ୍ୟାକାଣ୍ଡ ଘଟଣାରେ ଉତ୍ତରାଖଣ୍ଡରେ ତୀବ୍ର ବିରୋଧ ଜାରିରହିଛି । ଗତ ସେପ୍ଟେମ୍ବର ୧୮ ତାରିଖରେ ଅପରାହ୍ନ ୩ଟା ପରଠାରୁ ନିଖୋଜ ହୋଇଯାଇଥିଲେ ଅଙ୍କିତା ଭଣ୍ଡାରୀ । ପରେ ତାଙ୍କର ମୃତଦେହ ଚିଲ୍ଲା ପାଓ୍ବାରହାଉସ୍‌ ନିକଟ ଏକ ନାଳରୁ ମିଳିଥିଲା । ପୁଲକିତ୍‌ ସହ ରିସର୍ଟ ମ୍ୟାନେଜର ଓ ଅନ୍ୟଜଣେ ବ୍ୟକ୍ତିଙ୍କ ସହ ଅଙ୍କିତାଙ୍କ କୌଣସି କାରଣରୁ ଝଗଡା ହେବାପରେ ତାଙ୍କୁ ନାଳକୁ ଠେଲିଦେଇଥିଲେ । ପାଣିରେ ବୁଡି ଅଙ୍କିତାଙ୍କ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ପରେ ଜଣାପଡିଥିଲା । ଘଟଣାରେ ରିସର୍ଟର ମାଲିକ ପୁଲକିତ, ମ୍ୟାନେଜର ଏବଂ ଅନ୍ୟ ଜଣେ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ ।

ଅଙ୍କିତାଙ୍କ ଶବ ପୋଷ୍ଟମର୍ଟମ ହୋଇ ରବିବାର ବାସଭବନରେ ପହଞ୍ଚିଥିବା ବେଳେ ଅନ୍ତିମ ସଂସ୍କାର କରାଯିବାର ଥିଲା । କିନ୍ତୁ ପରିବାର ଲୋକ ଅନ୍ତିମ ସଂସ୍କାର କରିବା ପାଇଁ ମନା କରିଦେଇଛନ୍ତି । ପୀଡିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଯେ, ପ୍ରଶାସନ ଉପରେ ସେମାନଙ୍କର ଆଦୌ ଭରସା ନାହିଁ । ଯେ ପର୍ଯ୍ୟନ୍ତ ଅଙ୍କିତାଙ୍କର ପୋଷ୍ଟମର୍ଟମ୍‌ ରିପୋର୍ଟ ନଆସିଛି ସେପର୍ଯ୍ୟନ୍ତ ଶବ ସଂସ୍କାର କରାଯିବନି ବୋଲି ପରିବାର ଲୋକ ରୋକଠୋକ୍‌ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ବିଜେପି ନେତା ବିନୋଦ ଆର୍ଯ୍ୟଙ୍କ ପୁଅ ପୁଲକିତ ଆର୍ଯ୍ୟର ମାଲିକାନାରେ ଥିବା ଏକ ରିସର୍ଟରେ ରିସପସନିଷ୍ଟ ଭାବେ କାର୍ଯ୍ୟ କରୁଥିଲେ ଅଙ୍କିତା ଭଣ୍ଡାରୀ । ଯାହାକି ପୌରୀ ଜିଲ୍ଲା ୟମକେଶ୍ବର ନିକଟରେ ଅବସ୍ଥିତ । କିଛିଦିନ ପୂର୍ବରୁ ଅଙ୍କିତା ଡ୍ୟୁଟି ଯାଇ ସେହି ରିସର୍ଟରୁ ହିଁ ନିଖୋଜ ହୋଇଯାଇଥିଲେ । ନିଖୋଜର କିଛିଦିନ ପରେ ତାଙ୍କର ମୃତଦେହ ଜବତ କରାଯାଇଥିଲା । ପ୍ରାଥମିକ ତଦନ୍ତ କରି ରିସର୍ଟ ମାଲିକ ପୁଲକୀତ ଆର୍ଯ୍ୟ ଏବଂ ସେଠାରେ କାର୍ଯ୍ୟ କରୁଥିବା ଦୁଇ ଜଣଙ୍କୁ ଗିରଫ କରିଥିଲା ପୋଲିସ ।

ସମ୍ବନ୍ଧିତ ଖବର