PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ଅଙ୍କିତାଙ୍କ ଶବ ସଂସ୍କାର କରିବାକୁ ମନାକଲେ ପରିବାର: ବାପା କହିଲେ, ‘ବିବାଦୀୟ ରିସର୍ଟ କାହିଁକି ଭାଙ୍ଗିଲେ? ସେଠି ହିଁ ସବୁ ପ୍ରମାଣ ଥିଲା’

ଶ୍ରୀନଗର ୨୫/ ୦୯: ବହୁଚର୍ଚ୍ଚିତ ରିସପସନିଷ୍ଟ ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡ ଘଟଣାରେ ଗୋଟିଏ ପରେ ଗୋଟିଏ ଖୁଲାସା କରୁଛି ପୋଲିସ । ହତ୍ୟାକାଣ୍ଡରେ ସଂପୃକ୍ତ ବିଜେପି ନେତାଙ୍କ ପୁଅ ପୁଲକିତକୁ ଗିରଫ କରାଯାଇଥିବା ବେଳେ ଖୋଳତାଡ କରୁଛି ପୋଲିସ । ଅଙ୍କିତାଙ୍କୁ ନ୍ୟାୟ ଦେବାପାଇଁ ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରାଯାଉଛି । ଏହାରି ମଧ୍ୟରେ ଅଙ୍କିତାଙ୍କ ପରିବାର ଲୋକେ ବଡ ଅଭିଯୋଗ ଆଣିଛନ୍ତି ।

ଅଙ୍କିତାଙ୍କ ଶବ ପୋଷ୍ଟମର୍ଟମ ହୋଇ ରବିବାର ବାସଭବନରେ ପହଞ୍ଚିଥିବା ବେଳେ ଅନ୍ତିମ ସଂସ୍କାର କରାଯିବାର ଥିଲା । କିନ୍ତୁ ପରିବାର ଲୋକ ଅନ୍ତିମ ସଂସ୍କାର କରିବା ପାଇଁ ମନା କରିଦେଇଛନ୍ତି । ପୀଡିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଯେ, ପ୍ରଶାସନ ଉପରେ ସେମାନଙ୍କର ଆଦୌ ଭରସା ନାହିଁ । ଯେ ପର୍ଯ୍ୟନ୍ତ ଅଙ୍କିତାଙ୍କର ପୋଷ୍ଟମର୍ଟମ୍‌ ରିପୋର୍ଟ ନଆସିଛି ସେପର୍ଯ୍ୟନ୍ତ ଶବ ସଂସ୍କାର କରାଯିବନି ବୋଲି ପରିବାର ଲୋକ ରୋକଠୋକ୍‌ କହିଛନ୍ତି ।

ଉତ୍ତରାଖଣ୍ଡ ସରକାରକୁ ପ୍ରଶ୍ନ କରି ଅଙ୍କିତାଙ୍କ ବାପା ବିରେନ୍ଦ୍ର ଭଣ୍ଡାରୀ କହିଛନ୍ତି, ସରକାର ବିଜେପି ନେତାଙ୍କ ବିବାଦୀୟ ରିସର୍ଟକୁ କାହିଁକି ଭାଙ୍ଗିଲେ? ଅଙ୍କିତା ସେଠାରେ ରିସପସନିଷ୍ଟ ଭାବେ କାମ କରୁଥିଲେ ଆଉ ସେହିଠାରେ ହିଁ ସବୁ ପ୍ରମାଣ ଥିଲା । ତେଣୁ ତରବରିଆ ଭାବେ ସରକାର ଉକ୍ତ ରିସର୍ଟକୁ ଭାଙ୍ଗିବାର କାରଣ କଣ? ଅଙ୍କିତା ହତ୍ୟାକାଣ୍ଡ ମାମଲାର ଶୁଣାଣି ଫାଷ୍ଟ ଟ୍ରାକ୍‌ କୋର୍ଟରେ କରାଯାଉ ଏବଂ ଅଭିଯୁକ୍ତଙ୍କୁ ତୁରନ୍ତ ଫାଶୀ ଦଣ୍ଡ ଦିଆଯିବାକୁ ବିରେନ୍ଦ୍ର ଭଣ୍ଡାରୀ ଦାବି କରିଛନ୍ତି ।

ସୂଚନାଯୋଗ୍ୟ ଯେ, ବିଜେପି ନେତା ବିନୋଦ ଆର୍ଯ୍ୟଙ୍କ ପୁଅ ପୁଲକିତ ଆର୍ଯ୍ୟର ମାଲିକାନାରେ ଥିବା ଏକ ରିସର୍ଟରେ ରିସପସନିଷ୍ଟ ଭାବେ କାର୍ଯ୍ୟ କରୁଥିଲେ ଅଙ୍କିତା ଭଣ୍ଡାରୀ । ଯାହାକି ପୌରୀ ଜିଲ୍ଲା ୟମକେଶ୍ବର ନିକଟରେ ଅବସ୍ଥିତ । କିଛିଦିନ ପୂର୍ବରୁ ଅଙ୍କିତା ଡ୍ୟୁଟି ଯାଇ ସେହି ରିସର୍ଟରୁ ହିଁ ନିଖୋଜ ହୋଇଯାଇଥିଲେ । ନିଖୋଜର କିଛିଦିନ ପରେ ତାଙ୍କର ମୃତଦେହ ଜବତ କରାଯାଇଥିଲା । ପ୍ରାଥମିକ ତଦନ୍ତ କରି ରିସର୍ଟ ମାଲିକ ପୁଲକୀତ ଆର୍ଯ୍ୟ ଏବଂ ସେଠାରେ କାର୍ଯ୍ୟ କରୁଥିବା ଦୁଇ ଜଣଙ୍କୁ ଗିରଫ କରିଥିଲା ପୋଲିସ ।

ପଚରାଉଚରା ବେଳେ ଅଭିଯୁକ୍ତ ମାନେ ସତ ମାନିଥିଲା । ବ୍ୟକ୍ତିଗତ ବିବାଦ ପରେ ସେମାନେ ମିଶି ଅଙ୍କିତାଙ୍କୁ ଏକ କେନାଲକୁ ଠେଲିଦେଇଥିଲେ । ଫଳରେ ସେ ପାଣିରେ ବୁଡି ଅଙ୍କିତାଙ୍କ ମୃତ୍ୟୁ ଘଟିଥିଲା । ଏ ନେଇ ପୋଲିସ ସୂଚନା ଦେଇଥିଲା । ଘଟଣାରେ ଏବେ ପୋଲିସ, ମୁଖ୍ୟ ଅଭିଯୁକ୍ତ ପୁଲକିତକୁ ରିମାଣ୍ଡରେ ନେଇ ପଚରାଉଚରା କରୁଛି ।

ସମ୍ବନ୍ଧିତ ଖବର