PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ସିଙ୍ଗାପୁର ଓପନ ଜିତିଲେ ଅଙ୍କିତା

ନୂଆଦିଲ୍ଲୀ, ୨୦ା୧(ଏଜେନ୍ସି): ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍‌ର ଯୋଗ୍ୟତା ରାଉଣ୍ଡ ଅତିକ୍ରମ କରିପାରି ନଥିବା ଭାରତୀୟ ମହିଳା ଟେନିସ୍‌ ଖେଳାଳି ସିଙ୍ଗାପୁର ଓପନ ଟାଇଟଲ ଜିତିବାରେ ସଫଳ ହୋଇଛନ୍ତି । ୨୫୦୦୦ ଡଲାର ପୁରସ୍କାର ରାଶି ବିଶିଷ୍ଟ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ ମୁକାବିଲାରେ ସେ ୧୨୨ତମ ମାନ୍ୟତା ପ୍ରାପ୍ତ ଆରାଞ୍ଜା ରସଙ୍କୁ ସିଧା ସଳଖ ୬-୩, ୬-୨ ସେଟ୍‌ରେ ପରାସ୍ତ କରିଥିଲେ । ଏହା ତାଙ୍କ କ୍ୟାରିୟର୍‌ର ଚତୁର୍ଥ ଆଇଟିଏଫ୍‌ ଟାଇଟଲ । ଏହି ବିଜୟ ପରେ ଅଙ୍କିତାଙ୍କ ମାନ୍ୟତାରେ ଉନ୍ନତି ଘଟିବା ନିଶ୍ଚିତ ହୋଇଯାଇଛି । ଆସନ୍ତା ସପ୍ତାହରେ ସେ ଡବ୍ଲ୍ୟୁଟିଏ ମାନ୍ୟତା ତାଲିକାର ୧୭୦ତମ ସ୍ଥାନ ହାସଲ କରିବେ ।

ସମ୍ବନ୍ଧିତ ଖବର