PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ୧୧୨୦ ବୋତଲ କଫ ସିରପ୍ ଜବତ, ୫ ଗିରଫ
  • ||
  • କେନ୍ଦୁଝର : ବାଘକୁ ଘେରିଲେଣି ଶିକାରୀ, ଅଟେଇ ଜଙ୍ଗଲରୁ ୯ ଶିକାରୀ ଗିରଫ
  • ||
  • ବୁର୍ଲା : ଉଚ୍ଚ ବେତନ ନିଯୁକ୍ତିରେ ପୁଣି ରେକର୍ଡ କଲା ଆଇଆଇଏମ୍‌ ସମ୍ୱଲପୁର, ଖୁବ୍‌ଶୀଘ୍ର ଆରମ୍ଭ ହେବ ଯୁଗ୍ମ ପାଠ୍ୟକ୍ରମ
  • ||
  • ବୌଦ୍ଧ : ଏସିଏଫଙ୍କ ଗାଡି ଉପରକୁ ଗୁଳିମାଡ଼, ୨ ବନ କର୍ମଚାରୀ ଆହତ
  • ||

ବିଗିଡ଼ିଲା ଆନ୍ନାଙ୍କ ସ୍ବାସ୍ଥ୍ୟାବସ୍ଥା, ହସ୍ପିଟାଲରେ ଭର୍ତ୍ତି

ଅହମଦନଗର,୧୪/୨: କେନ୍ଦ୍ରରେ ଲୋକପାଳ ଓ ରାଜ୍ୟରେ ଲୋକାୟୁକ୍ତର ନିଯୁକ୍ତିକୁ ନେଇ ମହାରା​ଷ୍ଟ୍ର ସ୍ଥିତ ନିଜ ଗ୍ରାମ ଚାଲେଗଣ ସିନ୍ଧିରେ ସାତଦିନ ପର୍ଯ୍ୟନ୍ତ ଚାଳିଥିବା ଅନଶନ ପରେ ସମାଜସେବୀ ଆନ୍ନା ହଜାରେ(୮୨) ଦୁର୍ବଳ ହୋଇପଡ଼ିଛନ୍ତି। ଗୁରୁବାର ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଛି।  ଆନ୍ନା  ହଜାରେଙ୍କ ଶରୀର ଦୁର୍ବଳ ହୋଇଯିବା ସହିତ ତାଙ୍କ ମୁଣ୍ଡ ବୁଲାଉଥିବା ଜଣାପଡ଼ିଛି।

ଚିକିତ୍ସା ଚାଳିଥିବା ସମୟରେ ଆନ୍ନାଙ୍କ ମସ୍ତିଷ୍କକୁ ରକ୍ତ ପ୍ରବାହ ଠିକ୍ ଭବେ ହୋଇପାରୁନଥିଲା ବୋଲି ଡାକ୍ତର ବାପୁ କାନ୍ଦେକର ସୂଚନା ଦେଇଛନ୍ତି। ଗତ ଦୁଇ ଦିନ ଧରି ହେବ ଆନ୍ନା ମାନସିକ ରୋଗରେ ପଡ଼ିଥିବା ଜଣାପଡ଼ିଥିଲା। ଆନ୍ନା ହଜାର​‌ରେ ଏ​‌ବେ ଦୁର୍ବଳ ହୋଇ ପଡିଛନ୍ତି। ତାଙ୍କୁ ହୁଇଲ୍ ଚେୟାର ସାହାଯ୍ୟରେ ଆମ୍ବୁଲାନ୍ସ ଯୋଗେ ନିଆଯାଇ ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି।

ଅନ୍ନାଙ୍କ ସହଯୋଗୀ ସଞ୍ଜୟ ପଠାଡ଼ଙ୍କ କହିବାନୁସାରେ, ଆନ୍ନା ହଜାର​ରେ​‌ ଚିକିତ୍ସା କରାଯିବା ପରେ ଟିକେ ସୁସ୍ଥ ଅନୁଭବ କରୁଛନ୍ତି। ତାଙ୍କୁ ବୋଧହୁଏ ଶୁକ୍ରବାର ହସ୍ପିଟାଲରୁ ଛୁଟି ମିଳିଯିବ।

ସମ୍ବନ୍ଧିତ ଖବର