PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ଲୋକପାଳ ଓ ଲୋକାୟୁକ୍ତ ଦାବି ନେଇ ପୁଣି ଆରମ୍ଭ ହେଲା ଆନ୍ନାଙ୍କ ଅନଶନ

source:www.india.com

ଅହମଦନଗର ୩୦/୧: ସାମାଜିକକର୍ମୀ ଆନ୍ନା ହଜାରେ ବୁଧବାର ଲୋକପାଳ ଓ ଲୋକାୟୁକ୍ତ ଦାବି ନେଇ ରାଲେଗଣ-ସିଦ୍ଧି ଗାଁରେ ଅନଶନ ଆରମ୍ଭ କରିଦେଇଛନ୍ତି । ତାଙ୍କର ଜଣେ ସହଯୋଗୀ ସୂଚନା ଦେଇଛନ୍ତି ଯେ ୮୧ ବର୍ଷୀୟ ଆନ୍ନା ତ୍ରିରଙ୍ଗା ନେଇ ଅନେକ ସମର୍ଥକଙ୍କ ସହିତ ଗାଁ ଅଭିମୁଖେ ବାହାରିଲେ । ସେଠାରେ ତ୍ରିରଙ୍ଗା ଉଡାଇ ଅନିଶ୍ଚିତକାଳ ପର୍ଯ୍ୟନ୍ତ ଉପବାସ ଆରମ୍ଭ କଲେ ।

ଆନ୍ନା ଆନ୍ଦୋଳନ ଆରମ୍ଭ କରିବା ପୂର୍ବରୁ ଶହୀଦ ଦିବସ ଅବସରରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲେ । ୩ ଦିନ ପୂର୍ବରୁ ଆନ୍ନା ରାଜ୍ୟରେ ଲୋକାୟୁକ୍ତ ଲାଗୁ କରିବା ପାଇଁ ଦାବି କରି ମହାରାଷ୍ଟ୍ର ସରକାରଙ୍କୁ ଏକ ଅଲ୍ଟିମେଟମ ଦେଇଥିଲେ ଏବଂ ଏପରି ନକଲେ ଅନଶନ ଆରମ୍ଭ କରିବାର ଚେତାବନୀ ଦେଇଥିଲେ ।

ଏହା ପୂର୍ବରୁ ସେ ଲୋକପାଳ ପ୍ରାଧିକରଣ ଲାଗୁ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ପତ୍ର ଲେଖିଥିଲେ । କିନ୍ତୁ ସେ କହିଛନ୍ତି ଯେ ତାଙ୍କ କଥାକୁ କିଛି ଗୁରୁତ୍ୱ ଦିଆଗଲାନି ।

ତେବେ ମହାରାଷ୍ଟ୍ର ସରକାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଲୋକାୟୁକ୍ତଙ୍କ କ୍ଷମତା ଅନ୍ତୁର୍ଭୁକ୍ତ କରିବାର ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି କିନ୍ତୁ ଆନ୍ନା କହିଛନ୍ତି ଯେଉଁ ପର୍ଯ୍ୟନ୍ତ ଏହା ବାସ୍ତବରେ ସମ୍ପୂର୍ଣ୍ଣ ନହୋଇଛି ସେ ପର୍ଯ୍ୟନ୍ତ ସେ ଅନଶନ କରିବେ ।  

ସମ୍ବନ୍ଧିତ ଖବର