ଭୁବନେଶ୍ୱର ୧୯/୭: ୟୁଟ୍ଯୁବ୍ ଖୋଲୁ ଖୋଲୁ ରେକମେଣ୍ଡସନ୍ ଭିଡିଓ ଦେଖାଯାଉଛି ଏବଂ ଆପଣ ଏଥିପାଇଁ ଚିନ୍ତିତ ଅଛନ୍ତି କି ? ତେବେ ଆଉ ଚିନ୍ତା କରିବା ଦରକାର ନାହିଁ । କାରଣ ୟୁଟ୍ଯୁବର ନୂଆ ଅପଡେଟ୍ ଭର୍ସନରେ ଏବେ ଏମିତି ଫିଚର ଅଛି ଯାହା ଆପଣଙ୍କ ପସନ୍ଦ ଓ ନାପସନ୍ଦ ଭିଡିଓକୁ ଚୟନ କରିବାରେ ସାହାଯ୍ଯ କରିବ ଏବଂ ଏଥିପାଇଁ ସ୍ୱାଧୀନତା ମଧ୍ଯ ଦେବ । ଏହି ଫିଚର ସାହାଯ୍ଯରେ ୟୁଜର୍ସ ନିଜ ରେକମେଣ୍ଡେସନ୍ ଓ ଅଧିକ ପ୍ରିଫର କରୁଥିବା ଭିଡିଓକୁ ଅଧିକ ଦେଖିପାରିବେ । ଏଥିପାଇଁ ଆପଣଙ୍କୁ କିଛି ସାମାନ୍ଯ ଷ୍ଟେପ୍ସ ନେବାକୁ ପଡିବ । କିନ୍ତୁ କହିରଖୁଛୁ ଏଥିପାଇଁ ଆପଣଙ୍କ ୟୁଟ୍ୟୁବ୍ ଅପଡେଟ୍ ହୋଇଥିବା ଦରକାର । କାରଣ ଏହି ସୁବିଧା କେବଳ ଲାଟେଷ୍ଟ ଭର୍ସନରେ ମିଳୁଛି ।
ଏହାର ୨ଟି ଉପାୟ ଅଛି । ଏଥିପାଇଁ କୌଣସି ଖାସ୍ ଚ୍ଯାନେଲ୍ ପାଇଁ ସେଟିଙ୍ଗ୍ସିଂକୁ ଯାଇ ତାର ରେକମେଣ୍ଡେସନ୍କୁ ଅଫ କରିଦିଅନ୍ତୁ । କିମ୍ବା ୟୁଟ୍ୟୁବରେ ନଟ୍ ଇଣ୍ଟ୍ରେଷ୍ଟେଡ୍ କ୍ଲିକ୍ କରିଦିଅନ୍ତୁ । ଏହା କରିବା ଫଳରେ ଭବିଷ୍ଯତରେ ଏହିଭଳି ଯେତେ ବି ଭିଡିଓ ରେକମେଣ୍ଡେସନ୍ ଆସିବ ତାହା ଅଟୋମିକାଲି ଡିଲିଟ ହୋଇଯିବ ।
ପ୍ରଥମ ଉପାୟ
ୟୁଟ୍ଯୁବ୍ ଚ୍ୟାନେଲ୍ ଖୋଲନ୍ତୁ ଏବଂ ଯେଉଁ ଭିଡିଓକୁ ରେକମେଣ୍ଡେସନ୍ ଭାବେ ଆପଣ ଦେଖିବାକୁ ଚାହୁଁନାହାଁନ୍ତି ତାକୁ ସ୍କ୍ରୋଲ୍ କରନ୍ତୁ ।
ଏହାପରେ ଭିଡିଓ ଉପରେ ୩ଟି ବିନ୍ଦୁ ଉପରେ କ୍ଲିକ୍ କରନ୍ତୁ ।
ଡୋଣ୍ଟ ରେକମେଣ୍ଟ ଚ୍ୟାନେଲ୍ ଉପରେ କ୍ଲିକ୍ କରନ୍ତୁ ।
ଏହା ପରେ ଆପଣହ୍କୁ ଏକ ପପ୍-ଅପ ଦେଖାଯିବ- 'We won’t recommend videos from this channel to you again'
ଏହା ପରେ ସେହି ଚ୍ୟାନେଲର ଭିଡିଓ ଆପଣଙ୍କୁ କେବେ ବି ରେକମେଣ୍ଡେସ୍ ରୂପେ ଦେଖାଯିବନି ।
ଦ୍ୱିତୀୟ ଉପାୟ
ୟୁଟ୍ଯୁବ ଆପକୁ ଓପନ କରନ୍ତୁ ଏବଂ ଯେଉଁ ଭିଡିଓକୁ ଦେଖିବାକୁ ଚାହୁଁ ନାହାନ୍ତି ତାକୁ ସ୍କ୍ରୋଲ୍ କରନ୍ତୁ ।
ଭିଡିଓ ରେକମେଣ୍ଡେସନର ଡାହାଣ ପଟେ ଥିବା ୩ଟି ଡଟ୍ ଉପରେ କ୍ଲିକ୍ କରନ୍ତୁ ।
ନଟ୍ ଇଣ୍ଟ୍ରେଷ୍ଟେଡ୍ ବିକଳ୍ପ ଚୟନ କରନ୍ତୁ ।
ଏହାପରେ ଆପଣଙ୍କୁ ପପ୍-ଅପ୍ ମେସେଜ ଦେଖାଯିବ- ‘Video removed’ କିମ୍ବା Tell us why and Undo.
ଏହା ପରେ ‘Tell us why’ ବଟନ୍ ଉପରେ କ୍ଲିକ୍ କରନ୍ତୁ ଏବଂ I’ve already watched' କିମ୍ବା 'I don’t like the video' ବିକଳ୍ପ ଚୟନ କରନ୍ତୁ ।
ଏହାପରେ ଆପଣଙ୍କୁ ଏହିଭଳି ଭିଡିଓ କେବେ ବି ଦେଖାଯିବନି ।