ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଦରିସୁଗା ସେବାଶ୍ରମରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

Published By : Harapriya Sethi | February 14, 2025 1:31 PM

ଫିରିଙ୍ଗିଆ,୧୪/୦୨: ଫିରିଙ୍ଗିଆ ବ୍ଲକ ପଲାବୃଡ଼ି ପଞ୍ଚାୟତର ଦରିସୁଗା ଆବାସିକ ସେବାଶ୍ରମରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଞ୍ଜା କହଁରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପଲାବୃଡ଼ି ପଞ୍ଚାୟତର ସରପଞ୍ଚ ଲୀଳାବତୀ କହଁର ଯୋଗଦେଇ ଅନୁଷ୍ଠାନିକ ଭାବରେ ଉତ୍ସବକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଲିପଦର ସାଧନ କର୍ମୀ ସଂଯୋଜକ ପ୍ରଦ୍ୟୁମ୍ନ ଦିଗାଲ, ବିଦ୍ୟାଳୟର ସଭାପତି ରାଜେନ୍ଦ୍ର କହଁର, ୱାର୍ଡ ସଭ୍ୟ ବଳରାମ କହଁର, ପଲାବୃଡ଼ି ଅବାସିକ ଶେବାଶ୍ରମର ପ୍ରଧାନ ଶିକ୍ଷକ ଯତୀନ୍ଦ୍ର ପ୍ରସାଦ ରାଉତ ଯୋଗ ଦେଇଥିଲେ । ଉତ୍ସବରେ ଉପସ୍ଥିତ ଅତିଥି ବିଦ୍ୟାଳୟ ଓ ଛାତ୍ର ଛାତ୍ରୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ରଖିଥିଲେ ।

ବିଦ୍ୟାଳୟରେ ପୂର୍ବରୁ ବାର୍ଷିକ ଉତ୍ସବ ଉପଲକ୍ଷେ ବିଭିନ୍ନ କ୍ରୀଡା ଅନୁଷ୍ଠିତ ହୋଇଥିଲା। ବିଭିନ୍ନ କ୍ରୀଡାରେ କୃତିତ୍ୱ ହାସଲ କରି ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ଟ୍ରଫି ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରା ଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଗୋପୀନାଥ ଦିଗାଲ, ସଂଜୀବ କୁମାର ମହନ୍ତ, ଶିକ୍ଷୟିତ୍ରୀ ବନିତା ପ୍ରଧାନ, ମଞ୍ଜୁଷା ପାତ୍ର, ମେଟ୍ରୋନ ସମ୍ପତି କହଁର କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.