PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜ୍ୟ କ୍ୟାବିନେଟରେ ୧୮ ପ୍ରସ୍ତାବ ପାରିତ, ମୋ ଘର ଯୋଜନା ପ୍ରସ୍ତାବରେ ବାଜିଲା ମୋହର
  • ||
  • ଗୌହାଟୀ : ଭୂମିକମ୍ପ ଝଟ୍‌କାରେ ଥରିଲା ଆସାମ, ରିକ୍ଟର ସ୍କେଲରେ ୪.୪ ତୀବ୍ରତା ରେକର୍ଡ
  • ||
  • ଭୁବନେଶ୍ୱର : ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୭ରୁ ୮ ପ୍ରସ୍ତାବ ଉପରେ ବାଜିପାରେ ମୋହର, ବଡ଼ ଘୋଷଣା ଉପରେ ନଜର
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ଅନୁକୂଳ ପରେ ଦଣ୍ଡାରେ ପଡ଼ିଲା କଣ୍ଟା, ଗୁଜ, ଜଳଯନ୍ତ୍ର ରହି ଉଠିଲା ନିରାଡି
  • ||
  • ଭୁବନେଶ୍ୱର: ଜୁନ୍‌ ୧ରୁ ବଢ଼ିବ ତାତି, ତତଲା ପବନ କଲବଲ କରିବ: ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା
  • ||
  • କେସିଙ୍ଗା : ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି, ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟ୍
  • ||
  • କରଞ୍ଜିଆ : କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||

ଜିମ୍ବାୱେ ସବୁଠୁ ଦୟନୀୟ ଦେଶ, ସ୍ୱିଜରଲାଣ୍ଡ ସବୁଠୁ ଖୁସି: ୧୦୩ ନମ୍ବରରେ ଭାରତ

ନୂଆଦିଲ୍ଲୀ,୨୫/୦୫: ବିଶିଷ୍ଟ ଅର୍ଥନୀତିଜ୍ଞ ଷ୍ଟିଭ୍‌ ହାଙ୍କେଙ୍କ ଆନୁଆଲ ମିଜରି ଇଣ୍ଡେକ୍ସ (ଏଚଏଏମ୍‌ଆଇ) ବା ବାର୍ଷିକ ଦୁର୍ଦ୍ଦଶା ସୂଚକାଙ୍କ ଅନୁସାରେ ଜିମ୍ବାୱେ ବିଶ୍ୱର ସବୁଠୁ ଦୟନୀୟ ଦେଶ । ମୋଟ ୧୫୭ ଦେଶକୁ ନେଇ ଏହି ସୂଚକାଙ୍କ ପ୍ରସ୍ତୁତ କରାଯାଇଥିବାବେଳେ ଜିମ୍ବାୱେ ୧ ନମ୍ବରରେ ରହିଛି । ଦେଶଗୁଡ଼ିକର ଆର୍ଥିକ ସ୍ଥିତି ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ।

ଏହା ମୁତାବକ, ଆଫ୍ରିକୀୟ ଦେଶ ଜିମ୍ବାୱେ ଅତ୍ୟନ୍ତ ଗମ୍ଭୀର ସ୍ଥିତି ଦେଇ ଗତି କରୁଛି । ଯୁଦ୍ଧଗ୍ରସ୍ତ ୟୁକ୍ରେନ୍‌, ସିରିୟା, ସୁଦାନ ଭଳି ଦେଶଠାରୁ ଜିମ୍ବାୱେରେ ଲୋକେ ସବୁଠୁ ଦୟନୀୟ ଭାବେ ବଞ୍ଚିଛନ୍ତି । ଏଠାରେ ମୁଦ୍ରାସ୍ଫୀତି ଗତବର୍ଷ ୨୪୩.୮%କୁ ବଢ଼ିଥିଲା । ମୁଦ୍ରାସ୍ଫୀତି, ବେରୋଜଗାରୀ, ଅତ୍ୟଧିକ ଋଣ, ଜିଡିପି ହ୍ରାସ ଆଦି କାରଣ ପାଇଁ ଜିମ୍ବାୱେର ଏପରି ଅବସ୍ଥା ବୋଲି ଷ୍ଟିଭ୍‌ ହାଙ୍କେ ଟୁଇଟ୍‌ କରିଛନ୍ତି । ସୂଚକାଙ୍କର ଶୀର୍ଷ ୧୫ ଭିତରେ ଭେନେଜୁଏଲା, ସିରିୟା, ଲେବାନନ୍‌, ଆର୍ଜେଣ୍ଟିନା, ୟେମେନ, ୟୁକ୍ରେନ୍‌, କ୍ୟୁବା, ତୁର୍କୀ, ଶ୍ରୀଲଙ୍କା, ହାଇତି, ଆଙ୍ଗୋଲା, ଟୋଙ୍ଗା ଏବଂ ଘାନା ରହିଛନ୍ତି ।

ଭାରତର ସ୍ଥାନ ୧୦୩ ରହିଛି । ଭାରତ ଏହି ସ୍ଥାନରେ ରହିବା ପାଛର ବଡ଼ କାରଣ ହେଉଛି ଦେଶରେ ବଢ଼ୁଥିବା ବେରୋଜଗାରୀ । ଆମେରିକା ୧୩୪ତମ ସ୍ଥାନରେ ରହିଛି । ସେହିପରି ସବୁଠୁ ଖୁସି ଦେଶ ସୁଇଜରଲ୍ୟାଣ୍ଡ ବୋଲି ରିପୋର୍ଟରେ କୁହାଯାଇଛି । ସୁଇଜରଲ୍ୟାଣ୍ଡ ପରେ କୁଏତ, ଆୟର୍ଲାଣ୍ଡ୍‌, ମାଲେସିଆ, ତାଇୱାନ, ନାଇଜର, ଥାଇଲାଣ୍ଡ, ଟୋଗୋ ଏବଂ ମାଲ୍‌ଟା ରହିଛି