PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ରାଜଧାନୀରେ ଆଉ ୨୩ ପୁଲିସ ସଂକ୍ରମିତ : ୨୪ ଘଣ୍ଟାରେ ୨୨୦ ଆକ୍ରାନ୍ତ, ୧୨୩ ସୁସ୍ଥ

ଭୁବନେଶ୍ୱର,୧୯।୮ : ଦିନକରେ ରାଜଧାନୀରୁ ୨୩ ପୁଲିସ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ରାଜଧାନୀରେ ସଂକ୍ରମଣ ଯେତିକି ମାଡୁଛି କୋଭିଡ୍‌ ଯୋଦ୍ଧାମାନେ ବିପଦରେ ପଡୁଛନ୍ତି । ସୁରକ୍ଷା ଦାୟିତ୍ୱରେ ନିୟୋଜିତ ପୁଲିସ କର୍ମଚାରୀଙ୍କ ସଂକ୍ରମଣ ସଂଖ୍ୟା ବେକାବୁ ହୋଇଚାଲିଛି । ଏହାକୁ ନେଇ ପୁଲିସ ବିଭାଗର ଚିନ୍ତା ବଢିଛି । ବାଟାଲିୟନ ଓ ରିଜର୍ଭ ପୁଲିସ କଲୋନି ଡେଇଁ ଏବେ କମିଶନରେଟ ମୁଖ୍ୟାଳୟରେ କରୋନା ଭୂତାଣୁ ପହଞ୍ଚିସାରିଛି । କମିଶନରେଟ ପୁଲିସ ଜୋନ୍‌-୪ ଏସିପିଙ୍କ ସମେତ ଅନେକ ପୁଲିସ କର୍ମଚାରୀ ସଂକ୍ରମିତ ହୋଇଛନ୍ତି ।

ଚନ୍ଦ୍ରଶେଖରପୁର ସପ୍ତମ ବାଟାଲିୟନରୁ ୮ଜଣ ପୁଲିସ ଆକ୍ରାନ୍ତ ବାହାରିଛନ୍ତି । ରିଜର୍ଭ ପୁଲିସ କଲୋନିରୁ ୭ଜଣ ଓ କମିଶନରରେଟ ପୁଲିସ ମୁଖ୍ୟାଳୟରୁ ୪ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ୩ଜଣ ଟ୍ରାଫିକ୍‌ ପୁଲିସ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ବିଏମ୍‌ସି ସୂତ୍ରରୁ ସୂଚନା ମିଳିଛି । ମଙ୍ଗଳବାର ୨୨୦ ଆକ୍ରାନ୍ତ ଧରାପଡ଼ିଛନ୍ତି । ୧୩୬ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ । ଏଥିରୁ ଦୁଇ ଜଣଙ୍କର ଟ୍ରାଭେଲ୍‌ ହିଷ୍ଟ୍ରି ବାହାରିଛି । ଗାଡକଣରୁ ବାହାରିଥିବା

ଜଣେ ଆକ୍ରାନ୍ତ ବେଙ୍ଗାଲୁରୁ ଓ ବରମୁଣ୍ଡା ହାଉସିଂବୋର୍ଡ କଲୋନୀର ଜଣେ ଆକ୍ରାନ୍ତ ନିକଟରେ ଦିଲ୍ଲୀରୁ ଫେରିଥିଲେ । ଚିହ୍ନଟ ଆକ୍ରାନ୍ତଙ୍କ ଭିତରୁ ୮୪ଜଣ ସ୍ଥାନୀୟ ସଂକ୍ରମିତ(କ୍ୱାରେଣ୍ଟାଇନ୍‌ ବ୍ୟବସ୍ଥା ବାହାରେ) ଥିଲେ । ସେପଟେ ସହରରେ ମୋଟ ଆକ୍ରାନ୍ତ ସଂଖ୍ୟା ୫୭୦୭ ଛୁଇଁଛି । ଆଜି ଆଉ ୧୨୩ ସୁସ୍ଥ ହେବା ପରେ ମୋଟ ଆରୋଗ୍ୟ ସଂଖ୍ୟା ୩୬୯୦ରେ ପହଞ୍ଚିଛି । ସହରର ବିଭିନ୍ନ ବସ୍ତି ଅଞ୍ଚଳରୁ ନୂଆ ୨୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆପଲ୍ଲୀ ଗୋବିନ୍ଦନଗର ବସ୍ତିରୁ ଏକାଥରକେ ୧୫ଜଣ ପଜିଟିଭ୍‌ ବାହାରିଛନ୍ତି । ଭୁବନେଶ୍ୱର ତହସିଲଦାରଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି । ତହସିଲ ଅଫିସ୍‌ରୁ ଜଣେ ଏବଂ ଉପଜିଲ୍ଲାପାଳଙ୍କ ଅଫିସ୍‌ରୁ ମଧ୍ୟ ଆଉ ଜଣେ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି । ନ’ ତାଲାରେ ଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ଦପ୍ତରରୁ ଆଉ ଜଣେ ପଜିଟିଭ୍‌ ଠାବ ହୋଇଛନ୍ତି । କଳ୍ପନା ଫାୟାର ଷ୍ଟେସନ୍‌ରୁ ଜଣେ ଓ ୟୁନିଟ୍‌-୯ରେ ଥିବା ଇଲେକ୍ଟ୍ରି ଅଫିସ୍‌ରୁ ଜଣେ କର୍ମଚାରୀ ସଂକ୍ରମିତ ହୋଇଥିବା ବିଏମ୍‌ସି ସୂଚନା ଦେଇଛି ।

ଲକ୍ଷ୍ମୀସାଗର ଅଞ୍ଚଳରୁ ଗୋଟିଏ ପରିବାରର ୫ଜଣ ପଜିଟିଭ୍‌ ବାହାରିଛନ୍ତି । ବରମୁଣ୍ଡା ଜଗନ୍ନାଥବିହାରରୁ ୫, ଡୁମୁଡୁମା ରଘୁନାଥନଗରରୁ ୪, ଜୟଦେବବିହାର ଦୂରଦର୍ଶନ କଲୋନିରୁ ୫, ଝାରପଡ଼ାରୁ ୩, ନୀଳାଦ୍ରିବିହାରରୁ ୩, ଭିଏସଏସନଗରରୁ ୨, ଖଣ୍ଡଗିରିରୁ ୨, ସହିଦନଗରରୁ ୨, କଳ୍ପନା ଛକରୁ ୨ଜଣ ଆକ୍ରାନ୍ତ ଧରା ପଡ଼ିଛନ୍ତି । ଏମାନେ ସମସ୍ତେ କ୍ୱାରେଣ୍ଟାଇନ୍‌ରେ ଥିଲେ ବୋଲି ବିଏମ୍‌ସି ଦର୍ଶାଇଛି । ବଡ଼ଗଡ଼ ବ୍ରିଟକଲୋନୀରୁ ୬ଜଣ ସ୍ଥାନୀୟ ସଂକ୍ରମିତ ଠାବ ହୋଇଛନ୍ତି । ଗଜପତିନଗରରୁ ୪, ରେଣ୍ଟାଲ କଲୋନିରୁ ୪, ବାଣୀବିହାରରୁ ୩, ଡୁମୁଡୁମା ହାଉସିଂବୋର୍ଡ କଲୋନିରୁ ୨, ଟଙ୍କପାଣି ରୋଡ୍‌ରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜଧାନୀରେ ଏବେ ୧୯୮୩ ସକ୍ରିୟ ରୋଗୀ ଥିବାବେଳେ ଆଜିସୁଦ୍ଧା ୨୮ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ସହରରେ ଏବେ ସୁସ୍ଥ ହାର ୬୫ପ୍ରତିଶତ ରହିଛି ।