ପ୍ରମୂଖ ଖବର
  • କୋଣାର୍କ ଚନ୍ଦ୍ରଭାଗା ସମୁଦ୍ରରେ ବୁଡିଯାଇ ୩ ଯୁବକ ମୃତ
  • ||
  • ମୟୂରଭଞ୍ଜ : କପ୍ତିପଦା ବଜାରରୁ ଯୁବତୀ ଅପହରଣ ଘଟଣା; ଅପରାଧୀଙ୍କ ଟେର୍ ପାଉନି ପୁଲିସ
  • ||
  • କେନ୍ଦୁଝର : ବଜ୍ରପାତରେ ଜଣେ ମୃତ, ୨ ସାଙ୍ଗ ଗୁରୁତର
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; କିଲର ଥର୍ ଜବତ, ମାଲିକ ଫେରାର, ମିଳୁନି ସ୍କର୍ପିଓ
  • ||
  • ବଲାଙ୍ଗୀର : କୁକୁର କାମୁଡ଼ାରେ ୨ ଜଣଙ୍କ ମୃତ୍ୟୁ, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ
  • ||
  • ଛତ୍ରପୁର : ଲୁଣି ପାଣି ହେବ ପାନୀୟ ଯୋଗ୍ୟ, ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ
  • ||
  • ଏମ୍ସରେ ଆଖି ବୁଜିଲେ ନର୍ସିଂ ଛାତ୍ରୀ, ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ କରାଯିବ ହସ୍ତାନ୍ତର
  • ||
  • କଟକ ବିଡ଼ାନାସୀରେ ଅଘଟଣ, ପୂର୍ବ ଶତ୍ରୁତାରୁ ଦମ୍ପତିଙ୍କୁ ଛୁରାମାଡ଼
  • ||
  • କୋରାପୁଟରେ ନୂତନ ମେଡିକାଲ କଲେଜ କୋଠାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ଆୟୁଷ୍ମାନ କାର୍ଡ
  • ||
  • ଆସନ୍ତା ୧୩ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ, ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ
  • ||
  • ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ, ୧୯ଟି ଇଭେଣ୍ଟରେ ୧୭ ଦେଶର ୨୨୫ ପ୍ରତିଯୋଗୀ କରିବେ ଅଂଶଗ୍ରହଣ
  • ||
  • ଆସୁଛି ଆଉ ଏକ ଲଘୁଚାପ: ୧୨ରୁ ବଢ଼ିପlରେ ବର୍ଷା ,୯ ଜିଲ୍ଲାରେ ନିିଅଣ୍ଟିଆ ବର୍ଷା ଭରଣା ଆଶା
  • ||

ଆଉ ଏକ ବ୍ରିଟିଶ ଏଫ୍-୩୫ ଯୁଦ୍ଧବିମାନ କଲା ଜରୁରୀ ଅବତରଣ; ଆମେରିକାକୁ କଟାକ୍ଷ କଲା ଚୀନ ଗଣମାଧ୍ୟମ

Published By : Bijay Swain | August 10, 2025 9:08 PM

ଟୋକିଓ: ବ୍ରିଟିଶ ରୟାଲ ଏୟାର ଫୋର୍ସର ଏକ ଏଫ୍-୩୫ ଯୁଦ୍ଧବିମାନ ଜାପାନରେ ଜରୁରୀ ଅବତରଣ କରିଛି। ଯାହା ଚୀନର ରାଷ୍ଟ୍ରୀୟ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସରେ ବ୍ରିଟେନର ସାମରିକ ସାମର୍ଥ୍ୟ ଉପରେ ଉପହାସର କାରଣ ହୋଇଛି। ଏହି ଘଟଣା ରବିବାର ଜାପାନ, ଯୁକ୍ତରାଷ୍ଟ୍ର ଏବଂ ବ୍ରିଟେନ ମଧ୍ୟରେ ଚାଲିଥିବା ଏକ ଯୌଥ ସାମରିକ ଅଭ୍ୟାସ ସମୟରେ ଘଟିଛି। ଯେଉଁଠାରେ ବିମାନଟି ଟେକ୍ନିକାଲ ତ୍ରୁଟି ହେତୁ ଜାପାନର କାଗୋଶିମା ବିମାନବନ୍ଦରରେ ସକାଳ ପ୍ରାୟ ୧୧:୩୦ରେ ନିରାପଦ ଅବତରଣ କରିଥିଲା। ବିମାନ ଚଳାଉଥିବା ପାଇଲଟ ସୁରକ୍ଷିତ ଥିବା ନେଇ ସୂଚନା ମିଳିବା ସହ ବିମାନର କୌଣସି କ୍ଷତି ହୋଇନଥିବା ଜଣାପଡିଛି।

ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଏହା ଗତ ଦୁଇ ମାସ ମଧ୍ୟରେ ଏସିଆରେ ବ୍ରିଟିଶ ଏଫ୍-୩୫ ବିମାନର ଦ୍ୱିତୀୟ ଜରୁରୀ ଅବତରଣ। ଖବର ମୁତାବକ, ଜୁନ୍ ମାସରେ ଏକ ଅନ୍ୟ ଏଫ୍-୩୫ ବିମାନ ହାଇଡ୍ରୋଲିକ ତ୍ରୁଟି ହେତୁ ଭାରତର ତିରୁଅନନ୍ତପୁରମ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରି ଅବତରଣ କରିଥିଲା। ବୌଷୟିକ ତ୍ରୁଟି ଯୋଗୁଁ ପ୍ରାୟ ଏକ ମାସ ଧରି ସେଠାରେ ଅଟକି ରହିଥିଲା।

ଚାଇନାର ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସ ଏହି ଘଟଣାକୁ ନେଇ ବ୍ରିଟିଶ ନୌସେନାର ଏଫ୍-୩୫ ପରିଚାଳନା କ୍ଷମତା ଉପରେ ପ୍ରଶ୍ନ ଉଠାଇଛି। ଏହାର ସମ୍ପାଦକ ଓ୍ଵାଙ୍ଗ ଯା’ନାନ କହିଛନ୍ତି, “ବ୍ରିଟେନର ନୌସେନା ପୂର୍ବ ଭଳି ନାହିଁ।” ସେ ଆହୁରି ମତ ଦେଇଛନ୍ତି ଯେ ବ୍ରିଟେନ ଏଫ୍-୩୫ ର ଜଟିଳ ପ୍ରଯୁକ୍ତିବିଦ୍ୟା ଏବଂ ରକ୍ଷଣାବେକ୍ଷଣ ଆବଶ୍ୟକତା ସହିତ ଦୂରବର୍ତ୍ତୀ ଅଞ୍ଚଳରେ ସଂଘର୍ଷ କରୁଛି। ସେ ବ୍ରିଟେନକୁ ଯୁକ୍ତରାଷ୍ଟ୍ରର ସ୍ୱାର୍ଥକୁ ସମର୍ଥନ କରିବାରେ ନୀତି ପୁନର୍ବିଚାର କରିବାକୁ ପରାମର୍ଶ ଦେଇଛନ୍ତି।

ପ୍ରତିରକ୍ଷା ବିଶେଷଜ୍ଞମାନେ କହିଛନ୍ତି ଯେ ଜାପାନରେ ହୋଇଥିବା ଅବତରଣ ଏକ ମାନକ ସତର୍କତାମୂଳକ ପଦକ୍ଷେପ ଥିଲା ଏବଂ ଏଥିରେ କୌଣସି ବଡ଼ ଧରଣର ଯାନ୍ତ୍ରୀକ ତ୍ରୁଟି ପରିଲକ୍ଷିତ ହୋଇନଥିଲା। ତେବେ ଏହାକୁ ନେଇ ଏବେ ଅନେକ ଦେଶ ନିଜର ମତ୍ତ ବଦଳାଇବାକୁ ଲାଗିଛନ୍ତି। 

ଏହି ଘଟଣା ବ୍ରିଟେନର ଏଚଏମଏସ ପ୍ରିନ୍ସ ଅଫ ୱେଲ୍ସ ବିମାନବାହୀ ଜାହାଜରୁ ଅପରେଟ କରୁଥିବା ଏଫ୍-୩୫ବି ବିମାନର ସମ୍ପୃକ୍ତିରେ ଘଟିଛି। ଯାହା ଏକ ଅତ୍ୟାଧୁନିକ ଷ୍ଟେଲଥ ଯୁଦ୍ଧବିମାନ ହୋଇଥିବା ବେଳେ ଏହା ଆମେରିକୀୟ ଯୁଦ୍ଧାସ୍ତ୍ର ନିର୍ମାଣକାରୀ କମ୍ପାନୀ ଲକହିଡ ମାର୍ଟିନ ଦ୍ୱାରା ନିର୍ମାଣ କରାଯାଇଛି। ଏହା ପୂର୍ବରୁ ଭାରତରେ ଅବତରଣ କରିଥିବା ବିମାନଟି ହାଇଡ୍ରୋଲିକ ତ୍ରୁଟି ହେତୁ ୩୭ ଦିନ ଧରି କେରଳରେ ଅଟକି ରହିଥିଲା। ଏବଂ ଶେଷରେ ଗତ ଜୁଲାଇ ୨୨ ତାରିଖରେ ସଫଳତାର ସହିତ ଅଷ୍ଟ୍ରେଲିଆର ଡାରୱିନ ବିମାନବନ୍ଦର ଅଭିମୁଖେ ଉଡ଼ାଣ ଭରିଥିଲା।

ଏହି ଘଟଣା ଏଫ୍-୩୫ ବିମାନର ଜଟିଳ ପ୍ରଯୁକ୍ତିବିଦ୍ୟା ଏବଂ ଦୂରବର୍ତ୍ତୀ ଅଞ୍ଚଳରେ ଏହାର ରକ୍ଷଣାବେକ୍ଷଣ ସମ୍ବନ୍ଧୀୟ ଚ୍ୟାଲେଞ୍ଜ ଉପରେ ଆଲୋକପାତ କରିଛି। ଏହାସହ ଅନେକ ଦେଶ ଏହି ପଞ୍ଚମ ପିଢିର ଆମେରିକୀୟ ଯୁଦ୍ଧ ବିମାନକୁ କ୍ରୟ କରିବାରୁ ଏଡାଇବାକୁ ଚାହୁଁଥିବା ଜଣାପଡିଛି। ଖାଲି ଏତିକି ନୁହେଁ ନିଜେ ବ୍ରିଟେନ ବାକି ଥିବା ଆଉ ସମସ୍ତ ଏଫ୍-୩୫ ବିମାନର କ୍ରୟ ଉପରେ ମଧ୍ୟ ରହିତାଦେଶ ଜାରି କରିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.