ପ୍ରମୂଖ ଖବର
  • ପହଲଗାମ ଆକ୍ରମଣରେ ଟିଆରଏଫର ସଂପୃକ୍ତି ନେଇ ପ୍ରମାଣ ମାଗିଲା ପାକିସ୍ତାନ
  • ||
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ମହାକୁମ୍ଭରେ ଆଉ ଏକ ଅଘଟଣ; ମେଳାରୁ ଫେରୁଥିବା ଭକ୍ତଙ୍କ ଗାଡି ଉପରେ ମାଡିଗଲା ଟ୍ରକ

Published By : Bijay Swain | January 31, 2025 5:04 PM

Image courtesy: indiatoday

ନୂଆଦିଲ୍ଲୀ: କୁମ୍ଭମେଳାକୁ ନେଇ ଫୁଣି ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଖବର ମୁତାବକ ଉତ୍ତରପ୍ରଦେଶର ଗାଜିପୁର ଅଞ୍ଚଳରେ ଶୁକ୍ରବାର ସକାଳେ କୁମ୍ଭମେଳାରେ ଯୋଗଦେଇ ଫେରୁଥିବା ଭକ୍ତଙ୍କ ଗାଡି ଉପରେ ଏକ ଟ୍ରକ ମାଡିଯାଇଛି। ଏହି ଦୁର୍ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଗୁରୁତର ଆହାତ ହୋଇଥିବା ନେଇ ଆଧିକାରିକ ସ୍ତରରେ ସୂଚନା ମିଳିଛି। 

ସୂଚନା ମୁତାବକ, ଗାଡିରେ ଥିବା ସମସ୍ତ ଭକ୍ତ ଉତ୍ତରପ୍ରଦେଶର ହୋଇଥିବା ବେଳେ ସେମାନେ କୁମ୍ଭରେ ଯୋଗ ଦେଇ ଏକ ପିକଅପ ଗାଡି ଯୋଗେ ଘରକୁ ଫେରୁଥିଲେ। ହଠାତ୍ ଏହି ସମୟରେ ଏକ ଟ୍ରକ ନିୟନ୍ତ୍ରଣ ହରାଇ ଉକ୍ତ ଗାଡିକୁ ଧକ୍କା ଦେଇଥିଲା। ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ୬ ଜଣଙ୍କ ପ୍ରଣବାୟୁ ଉଡିଯାଇଥିଲା। ତେବେ ଖବର ଲେଖାହେବାଯାଏ ଏହି ଦୁର୍ଘଟଣାରେ ୨୦ ଜଣ ଗୁରୁତର ଆହତ ହୋଇ ଗାଜିପୁର ମେଡିକାଲ କଲେଜରେ ଭର୍ତ୍ତି ହୋଇଥିବା ନେଇ ସୂଚନା ମିଳିଛି। 

ପ୍ରାରମ୍ଭିକ ସ୍ତରରେ ଏହି ଦୁର୍ଘଟଣା ନନ୍ଦଗଞ୍ଜ ପୋଲିସ ଥାନା ଅଧିନ କୁସୁମି କାଲା ଅଞ୍ଚଳରେ ଘଟିଥିବା ନେଇ ସୂଚନା ମିଳିଛି। ତେବେ ଦୁର୍ଘଟମା ଘଟେଇ ସାରିବା ପରେ ଟ୍ରକ ଡ୍ରାଇଭର ଜଣଙ୍କ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଦୁର୍ଘଟଣାରେ ଆହତ ମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିବା ପାଇଁ ସ୍ଥାନିୟ ପ୍ରଶାସନ ସହ ସ୍ଥାନିୟ ଲୋକମାନେ ସହଯୋଗ କରିଥିଲେ। 

କୁମ୍ଭମେଳାରେ ଦଳାଚକଟା ହୋଇ ୩୦ ଜଣଙ୍କ ମୃତ୍ୟୁ ହେବା ସହ ୬୦ ଜଣ ଆହତ ହେବା ଘଟଣାର ଦିନକ ପରେ ଏହି ଦୁର୍ଘଟଣା ସମଗ୍ର ଦେଶରେ ଅଲଡୋନ ସୃଷ୍ଟି କରିଛି। ତେବେ ଘଟଣା ମୁତାବକ ପବିତ୍ର ମୌନି ଅମାବାସ୍ୟାରେ ଅମୃତ ସ୍ନାନ ପାଇଁ ଲକ୍ଷଲକ୍ଷ ଭକ୍ତ ପ୍ରୟାଗରାଜରେ ଏକାଠି ହୋଇଥିଲେ। ଠେଲାପେଲାରେ ହଠାତ ବ୍ୟରିକେଡ ଭାଙ୍ଗି ଯିବାରୁ ହଠାତ ଦଳାଚକଟା ଆରମ୍ଭ ହୋଇଯାଇଥିଲା। ଏହି ଘଟଣା ପରେ ବର୍ତ୍ତମାନ ଉତ୍ତରପ୍ରଦେଶ ସରକାର ବାହାର ରାଜ୍ୟର ଗାଡିକୁ ପ୍ରୟାଗରାଜରେ ପ୍ରବେଶ ଅନୁମତି ଦେବା ବନ୍ଦ କରିଦେଇଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.