ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ବାଦୁଡ଼ିଙ୍କ ଠାରୁ ନୂଆ କରୋନା ଭାଇରସ ଆବିଷ୍କାର କଲା ଚାଇନା , କୋଭିଡ-୧୯ ପରି ଆତଙ୍କ ଖେଳାଇବନି ତ ?

Published By : Prameya | February 21, 2025 11:11 PM

ନୂଆଦିଲ୍ଲୀ : ଚୀନର ବୈଜ୍ଞାନିକମାନେ ବାଦୁଡିଙ୍କ ଠାରୁ ନୂଆ କରୋନା ଭାଇରସକୁ ଆବିଷ୍କାର କରିଛନ୍ତି, ଯେଉଁଥିରେ ସାରା ବିଶ୍ୱରେ ଆତଙ୍କ ଖେଳି ଯାଇଛି। ୫ବର୍ଷ ପୂର୍ବେ ଚୀନ୍‌ର ଉହାନ ଠାରୁ କରୋନା ଭାଇରସ ପୂରା ବିଶ୍ୱରେ ବ୍ୟାପି ଥିଲା, ଯେଉଁଥିରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କୋଭିଡ-୧୯କୁ ବୈଶ୍ୱିକ ମହାମାରୀ ଭାବେ ଘୋଷିତ କରିଥିଲା।

ସଦ୍ୟ ଯେଉଁ ନୂଆ କରୋନା ଭାଇରସ ଖୋଜି ବାହାର କରାଯାଇଛି, ତାହା ବି ପଶୁଙ୍କ ଠାରୁ ମନ୍ୟୁଷଙ୍କ ଠାରେ ବ୍ୟାପି ପାରେ। ଏହି କୋଭିଡ-୧୯ କାରଣ ସାଜିଥିବା ଭାଇରସର ସମାନ ମାନବ ରିସେପ୍ଟରର ବ୍ୟବହାର କରିଥାଏ। ଏଥିରେ ପ୍ରଶ୍ନ ଯେ, ଏହା କଣ ପୂର୍ବର କୋଭିଡ-୧୯ ପରି ବିପଜ୍ଜନକ ସାଜିବ ? 

ଏହି ନୂଆ ରସର୍ଚ୍ଚର ନେତୃତ୍ୱ ଶି ଝୋଙ୍ଗଲି ନେଇଛନ୍ତି। ଶି ଜଣେ ମୁଖ୍ୟ ଭାୟରୋଲଜିଷ୍ଟ ଏବଂ ଯିଏକି ବାଦୁଡି କରୋନାଭାଇରସରେ ତାଙ୍କର ବ୍ୟାପକ ରିସର୍ଚ୍ଚ ପାଇଁ ଜଣାଯାନ୍ତି। ଏଥିପାଇଁ ତାଙ୍କ ନାଁ ମଧ୍ୟ ବ୍ୟାଟୱୁମାନ ମଧ୍ୟ ରଖାଯାଇଛି। ସାଉଥ୍‌ ଚାଇନା ମର୍ଣ୍ଣିଂ ପୋଷ୍ଟ ଅନୁସାରେ , ଶି ଝେଙ୍ଗଲି ଗୁଆଙ୍ଗଝୋଉ ଲ୍ୟାବ୍‌ରେ ଗୁଆଙ୍ଗଝୋଉ ଏକାଡେମୀ ଅଫ୍‌ ସାଇନ୍ସେସ୍‌ , ଉହାନ ବିଶ୍ୱବିଦ୍ୟାଳୟ ଓ ଉହାନ ଇନଷ୍ଟିଟ୍ୟୁଟ୍‌ ଅଫ୍‌ ଭୟରୋଲଜିର ଗବେଷକଙ୍କ ସହ ମିଶି ଅଧ୍ୟୟନ କରିଛନ୍ତି। 

ଶି’ ଙ୍କୁ ଉହାନ ସଂସ୍ଥାନରେ ତାଙ୍କର କାମ ପାଇଁ ଜଣାଯାନ୍ତି। ଉହାନ ହିଁ କୋଭିଡ୍‌ର ଉପତ୍ତିର ବିବାଦ କେନ୍ଦ୍ରରେ ରହିଛି। ଏକ ସିଦ୍ଧାନ୍ତ ଏହା ପରାମର୍ଶ ଦେଉଛି କି, ଏହି ସହରରେ ଏକ ଲ୍ୟାବ୍‌ ଲିକ୍‌ରୁ ଆସି ଥିଲା। ହେଲେ ଭାଇରସର ଉତ୍ପତ୍ତିରେ ଏବେ ବି କୌଣିସ ସାଧାରଣ ସହମତି ନାହିଁ , କିନ୍ତୁ କିଛି ଅଧ୍ୟୟନରୁ ଜଣାପଡ଼ିଛି କି ଏହା ବାଦୁଡିଙ୍କ ଠାରୁ ଉତ୍ପନ୍ନ ହୋଇଛି ଏବଂ ଏକ ମଧ୍ୟବର୍ତ୍ତୀ ପଶୁ ହୋଷ୍ଟ ମାଧ୍ୟମରେ ମନୁଷ୍ୟଙ୍କ ଠାରେ ବ୍ୟାପିଛି। ଶି' ଏହି କଥାରେ ମନା କରିଛନ୍ତି କି, ଏହି ପ୍ରକୋପ ପାଇଁ ସଂସ୍ଥାନକୁ ଦୋଷୀ ସାବ୍ୟସ୍ତ କରାଯାଇ ପାରେ। ତାଜା ରିସର୍ଚ୍ଚ ଏଚକେୟୁ ୫ କରୋନା ଭାଇରସର ଏକ ନୂଆ ବଂଶାବଳୀ , ଯାହାକୁ ପ୍ରଥମ ଥର ହଂକଂରେ ଜାପାନୀ ପିପିଷ୍ଟ୍ରେଲ୍‌ ବାଦୁଡିରେ ଚିହ୍ନଟ କରାଯାଇ ଥିଲା।

ଏହି ନୂଆ ଭାଇରସ ମେରବେକୋଭାଇରସ ସବଜେନସରୁ ଆସି ଥାଏ, ଯେଉଁଥିରେ ମଧ୍ୟ ପୂର୍ବ ଶ୍ୱସନ ସିଣ୍ଡ୍ରୋମ ( ମର୍ସ) ସୃଷ୍ଟି କରୁଥିବା ଭାଇରସ ମଧ୍ୟ ସାମିଲ ଅଛି। ଏହି ଭାଇରସ ମାନବ ଆଞ୍ଜିୟୋଟେନ୍ସିନ କନଭର୍ଟିଂ ଏନଜାଇମ୍‌ ( ଏସିଇ୨) ସହ ଯୋଡ଼ି ହେବାରେ ସକ୍ଷମ , ଯାହା କି Sars-CoV-2 ଭାଇରସ ଭାଇରସ ଦ୍ୱାରା ଉପଯୋଗ କରାଯାଉ ଥିବା ସେହି ରିସେପ୍ଟର , ଯାହା କୋଭିଡ-୧୯ର କାରଣ ସାଜିଥାଏ କୋଶିକା ଗୁଡ଼ିକୁ ସଂକ୍ରମିତ କରିବା ପାଇଁ।

କହି ରଖୁଛୁ କି, କରୋନା ଭାଇରସକୁ ନେଇ ନିକଟରେ ଆମେରିକୀୟ ଗୁଇନ୍ଦା ଏଜେନ୍ସି ସିଆଇଏ ବଡ଼ ଦାବି କରି ଥିଲା। ସେ କହିଥିଲା କି, କରୋନା ମହାମାରୀ ନ୍ୟାଚୁରାଲ ନଥିଲା , ବରଂ ଏହି ଭାଇରାଲ ଲ୍ୟାବ୍‌ରୁ ହିଁ ବାହାରି ଥିଲା। ନିଜର ପ୍ରଥମ କାର୍ଯ୍ୟକାଳ ବେଳେ ମଧ୍ୟ ଟ୍ରମ୍ପ କରୋନା ଭାଇରସକୁ ବାରମ୍ୱାର ଚାଇନା ଭାଇରସ କହୁ ଥିଲେ। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.