ହାତୀ ଆକ୍ରମଣରେ ପୁଣି ଜଣେ ଗୁରୁତର

ରଣପୁର, ୨୩/୦୫: ଆମ୍ଵ ଗୋଟାଇବାକୁ ଯାଇ ହାତୀ ଆକ୍ରମଣରେ ଜଣେ ଗୁରୁତର । ଗୁରୁତର ବ୍ୟକ୍ତି ଜଣକ ଚାନ୍ଦପୁର ଥାନା ଅନ୍ତର୍ଗତ ଝାଡପଡ଼ା ଗ୍ରାମର ଅମିନ ବଳିୟାର ସିଂ । ତାଙ୍କୁ ୫୫ ବର୍ଷ ବୋଲି ଜଣାପଡ଼ିଛି । ସେ ଭୋର୍ ସମୟରେ ନିଜ ତୋଟାକୁ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ଆକ୍ରମଣ କରିଥିଲା ଦନ୍ତା ହାତୀ । ଦନ୍ତା ହାତୀ ଆକ୍ରମଣରେ ତାଙ୍କର ଗୋଟିଏ ହାତ ଭାଙ୍ଗିବା ସହ ପଞ୍ଝରାରେ ଆଘାତ ଲାଗିଥିବା ଜଣାପଡ଼ିଛି । ଆହତ ବ୍ୟକ୍ତିଙ୍କୁ ବନ କର୍ମଚାରୀମାନେ ଉଦ୍ଧାର କରି ରଣପୁର ମେଡିକାଲରେ ଭର୍ତ୍ତି କରିଛନ୍ତି । ଝାଡପଡ଼ା ଗ୍ରାମ ନିକଟରେ ୧୨ ଟିକିଆ ହାତୀ ପଲ ଦେଖିବାକୁ ମିଳିଛି ।