ପ୍ରମୂଖ ଖବର
  • ମଙ୍ଗଳବାର ଏନଡିଏ ସଂସଦୀୟ ଦଳର ବୈଠକ, ସାଂସଦଙ୍କୁ ସମ୍ବୋଧନ କରିବେ ପିଏମ ମୋଦୀ
  • ||
  • ଓଭାଲରେ ଇଂଲଣ୍ଡର ଭାଙ୍ଗିଲା ଗର୍ବ; ପଞ୍ଚମ ଟେଷ୍ଟକୁ ୬ ରନରେ ଜିତିଲା ଭାରତ, ସିରିଜ୍ ବରାବର
  • ||
  • ଭଦ୍ରକ : ରେଲ୍‌ ୱେ ଟ୍ରାକ୍‌ରେ କଟି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଧାରଣା
  • ||
  • ସୁନ୍ଦରଗଡ଼ : ରେଞ୍ଜଡା-କରମପଦା ମଝିରେ IED ବିସ୍ଫୋରଣ, ରେଳ ଧାରଣା ଉଡାଇଦେଲେ ମାଓବାଦୀ
  • ||
  • କୋଟିପତି MVI ଗୋଲାପ ଚନ୍ଦ୍ର ହାଁସଦା ଗିରଫ; ବାବୁଙ୍କର ୪୪ ପ୍ଲଟ୍‌, ଘରୁ କେଜିଏ ସୁନା ଜବତ
  • ||
  • ଏଣିକି ନାଇଟ୍‌ ସିଫ୍ଟ କରିପାରିବେ ମହିଳା; ସୁରକ୍ଷା ପାଇଁ ଉପଲବ୍ଧ ହେବ ଟୋଲ୍ ଫ୍ରି ନମ୍ୱର
  • ||
  • ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ, ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ସୋମବାରଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ମଠ ମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ ଦେବଦେବୀ
  • ||
  • ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲାରେ ଆକ୍ସନ୍, ଦୁଇ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇଲା କ୍ରାଇମ୍‌ବ୍ରାଞ୍ଚ୍
  • ||
  • ୟେମେନରେ ମଝି ଦରିଆରେ ବୁଡ଼ିଗଲା ଡଙ୍ଗା, ୬୮ ମୃତ , ୭୪ଜଣଙ୍କର ମିଳୁନି ପତ୍ତା
  • ||
  • ବାୟାବରରେ ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସଂପନ୍ନ, ଶୋକାକୂଳ ପରିବେଶରେ ଦିଆଗଲା କବର
  • ||
  • ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା,କଲେଜର ଦୁଇ ଛାତ୍ର ଗିରଫ, ଆତ୍ମାହୁତି ପାଇଁ ଉସ୍‌କାଇଥିବା ଅଭିଯୋଗ
  • ||
  • ଆସନ୍ତା ୭ରେ ହୋଇପାରେ ଘୂର୍ଣ୍ଣିବଳୟ, ୯ ଯାଏ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
  • ||

ଆମେରିକାରେ ପୁଣି ବିମାନ ଦୁର୍ଘଟଣା, ସମୁଦ୍ରରେ ଖସିପଡ଼ିଲା ପ୍ଲେନ୍‌

Published By : Tapas Panda | August 4, 2025 4:41 PM

Image courtesy: indiatv

ନୂଆଦିଲ୍ଲୀ: ଆମେରିକାରେ ପୁଣି ବିମାନ ଦୁର୍ଘଟଣା । ଉତ୍ତର କାରୋଲିନାର ଓକ୍ ଦ୍ୱୀପ ନିକଟରେ ସମୁଦ୍ରରେ ଏହି ଦୁର୍ଘଟଣା ଘଟିଥିଲା ବୋଲି ଜଣାପଡ଼ିଛି । ଲୋକମାନେ ଦ୍ୱୀପର କୂଳରେ ଚାଲି ଚାଲି ଯାଉଥିବା ସମୟରେ ଏକ ବିମାନ ସମୁଦ୍ରରେ ଖସିପଡ଼ିଥିଲା । ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ବିମାନଟି ଏକ ଛୋଟ ସିଙ୍ଗଲ-ଇଞ୍ଜିନ୍ ବିମାନ ଥିଲା । ଅଗଷ୍ଟ ୨, ଶନିବାର ଏହି ବିମାନ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।  ବିମାନଟି ସମୁଦ୍ରରେ ଦୁର୍ଘଟଣାଗ୍ରସ୍ତ ହେବା ପରେ, ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା ଫଳରେ ପାଇଲଟଙ୍କ ଜୀବନ ବଞ୍ଚିଯାଇଛି । ପାଇଲଟଙ୍କୁ ସାମାନ୍ୟ ଆଘାତ ଲାଗିଥିଲା ଏବଂ ତାଙ୍କୁ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସମୁଦ୍ରରେ ଖସିପଡ଼ିଥିବା ବିମାନକୁ ପାଣିରୁ ବାହାର କରିବା ପାଇଁ ଅନ୍ୟ ଜାହାଜର ସାହାଯ୍ୟ ନିଆଯାଇଛି । ଅଧିକାରୀଙ୍କ ଅନୁଯାୟୀ, ବିମାନରେ କେବଳ ପାଇଲଟ ଥିଲେ । ଫେଡେରାଲ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ (FAA) ଘଟଣାର କାରଣ ଖୋଜିବା ପାଇଁ ତଦନ୍ତ କରୁଛି । ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ବିମାନଟି ପାଣିରେ ଅବତରଣ କରିବା ପରି ତଳକୁ ଖସି ପଡ଼ିଥିଲା । ଏହି ଦୁର୍ଘଟଣା ପରେ ସମୁଦ୍ର କୂଳରେ ଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । କାହିଁକି ବିମାନକୁ ପାଣିରେ ଅବତରଣ କରିବାକୁ ପାଇଲଟ୍‌ ଚେଷ୍ଟା କରିଥିଲେ ତାହା ଜଣାପଡ଼ି ନାହିଁ । 

ପ୍ରାରମ୍ଭିକ ତଦନ୍ତ ପରେ ହିଁ ଘଟଣା ସମ୍ପର୍କରେ ଅଧିକ ସୂଚନା ମିଳିବ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ, ବିଶ୍ବରେ ବିମାନ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇଛି । ଭାରତର ଅହମ୍ମଦାବାଦରେ ୧୨ ଜୁନ ୨୦୨୫ରେ ଭୟଙ୍କର ବିମାନ ଦୁର୍ଘଟଣା ସମଗ୍ର ବିଶ୍ବକୁ ଦୋହଲାଇ ଦେଇଥିଲା । ଏହି ବିମାନ ଦୁର୍ଘଟଣାରେ ୨୬୦ ଲୋକଙ୍କ ଜୀବନ ଯାଇଥିଲା । ସେପଟେ ଏହି ବର୍ଷ ଜାନୁଆରୀରେ ଆମେରିକାର ସେନାର ଏକ ବ୍ଲାକ୍ ହକ୍ ହେଲିକପ୍ଟର ଏବଂ ଆମେରିକୀୟ ଏୟାରଲାଇନ୍ସର ଏକ ଆଞ୍ଚଳିକ ଯାତ୍ରୀବାହୀ ଜେଟ୍ ରେଗାନ୍ ୱାଶିଂଟନ୍ ଜାତୀୟ ବିମାନବନ୍ଦର ନିକଟରେ ଆକାଶରେ ଧକ୍କା ହୋଇଥିଲା । 

ଜାନୁଆରୀ ୨୯ ତାରିଖରେ ଏହି ଦୁର୍ଘଟଣାରେ ୬୭ ଜଣଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ହେଲିକପ୍ଟରର ତିନି ଜଣ କ୍ରୁ ସଦସ୍ୟ ମଧ୍ୟ ଥିଲେ। ଜାନୁଆରୀ ୩୦ ତାରିଖରେ ଆମେରିକାରେ ଆଉ ଏକ ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ଫିଲାଡେଲଫିଆରେ ଏକ ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଥିଲା। ଏପ୍ରିଲ ୧୦ ତାରିଖରେ ଆମେରିକାର ନ୍ୟୁ ଜର୍ସି ସହରରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ହେଲିକପ୍ଟରଟି ହଡସନ୍ ନଦୀରେ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ମେ ୨୨ରେ ଆମେରିକାର ସାନ ଡିଏଗୋରେ ଏକ ସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.