PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଲକାତା :ପଶ୍ଚିମବଙ୍ଗ ବିଜେପି ନେତାଙ୍କ ଅଭିଯୋଗ, ରାଜ୍ୟରେ ମମତା ବାନାର୍ଜି ଓ ଶୁଭେନ୍ଦୁ ଅଧିକାରୀଙ୍କ ଭିତରେ ହୋଇଛି ଗୁପ୍ତ ବୁଝାମଣା…
  • ||
  • ନୟାଗଡ଼ : ମାର୍ବଲ ବୋଝେଇ ଟ୍ରକ୍ ପଛକୁ ପିଟିଲା ମାଣିକେଶ୍ଵରୀ ବସ୍ : ଜଣେ ମୃତ,୫ ଗୁରୁତର
  • ||
  • ଭୁବନେଶ୍ୱର: ଆଜି ପଛୁଆ ବର୍ଗର ଭାରତ ବନ୍ଦ ଡାକରା, ସକାଳ ସାଢ଼େ ୯ଟା ପୂର୍ବରୁ ଅଫିସ ପହଞ୍ଚିବାକୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଏବେ ଉତ୍ତର ପୂର୍ବରୁ ପବନ ବହୁଥିବାରୁ କମିବ ଶୀତ, ୩ ତାରିଖରୁ ପ୍ରବଳ ଶୀତ: ୫.୬ ଡିଗ୍ରୀରେ ଥରୁଛି ସିମିଳିଗୁଡ଼ା
  • ||

ସିଦ୍ଧୁଙ୍କ ପରେ ଆଉ ଜଣେ ଗାୟକଙ୍କ ଉପରେ ମରଣାନ୍ତକ ଆକ୍ରମଣ, ପୋଷ୍ଟ କରି ଜଣାଇଲେ ହନି ସିଂହ

ନୂଆଦିଲ୍ଲୀ ୦୩/୧୦: ସିଦ୍ଧୁ ମୁସେୱାଲାଙ୍କ ପରେ ଏବେ ଆଉ ଜଣେ ଗାୟକଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଛି। ସିଦ୍ଧୁଙ୍କ ମୃତ୍ୟୁର ଶୋକରୁ ଦେଶ ଏପର୍ଯ୍ୟନ୍ତ ବାହାରିପାରି ନାହିଁ, ଆଉ ଜଣେ କଳାକାର ଟାର୍ଗେଟ୍‌ରେ ଆସିଛନ୍ତି। ହନି ସିଂହ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଏହି ଗାୟକଙ୍କ ଉପରେ ହୋଇଥିବା ଆକ୍ରମଣର ଖବର ସେୟାର କରିଛନ୍ତି। ଖବର ଅନୁଯାୟୀ, ପ୍ରସିଦ୍ଧ ଗାୟକ ଅଲଫାଜଙ୍କୁ ଟାର୍ଗେଟ୍ କରାଯାଇଛି ।

ହନି ସିଂହ ଅଲଫାଜଙ୍କ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କୁ ଡାକ୍ତରଖାନା ଶଯ୍ୟାରେ ଦେଖିବାକୁ ମିଳିଛି। ହନି ତାଙ୍କ ପୋଷ୍ଟରେ ଲେଖିଛନ୍ତି, ଯିଏ ଏହା କରିଛି, ମୁଁ ତାକୁ ଛାଡିବି ନାହିଁ। ଅଲଫାଜଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ଏବଂ ତାଙ୍କ ଅବସ୍ଥା ଗୁରୁତର ରହିଛି। ରବିବାର ଦିନ ତାଙ୍କୁ ଚିକିତ୍ସା ପାଇଁ ମୋହାଲିର ଫୋର୍ଟିସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଶନିବାର ରାତିରେ, ଯେତେବେଳେ ଅଲଫାଜ୍ ତାଙ୍କର କିଛି ସାଙ୍ଗମାନଙ୍କ ସହ ଖାଇବା ପାଇଁ ଏକ ଢାବାରେ ପହଞ୍ଚିଥିଲେ, ସେତେବେଳେ ଗ୍ରାହକ ଏବଂ ଢାବା ମାଲିକଙ୍କ ମଧ୍ୟରେ ଟଙ୍କାକୁ ନେଇ ଯୁକ୍ତିତର୍କ ଚାଲିଥିଲା। ଗ୍ରାହକ ସେଠାରୁ ପଳାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଅଲଫାଜ୍ ତାଙ୍କୁ ଅଟକାଇଥିଲେ। ଯାହାପରେ କ୍ରୋଧରେ ସେମାନେ ଗାୟକଙ୍କୁ ଆକ୍ରମଣ କରିଥିଲେ।

ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ନାମ ବିଶାଲ ବୋଲି କୁହାଯାଉଛି ଏବଂ ମୋହାଲି ପୋଲିସ ଷ୍ଟେସନରେ ତାଙ୍କ ବିରୋଧରେ ଏଫଆଇଆର ଦାଖଲ କରାଯାଇଛି। ଅଲଫାଜଙ୍କ ଟିମ୍ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି, ଆଇପିସିର ଧାରା ୨୭୯, ୩୩୭, ୩୩୮ ଅନୁଯାୟୀ ପୋଲିସ ସେହି ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର