ବଲାଙ୍ଗିର,୦୩/୦୬: ବଲାଙ୍ଗିର ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ପକ୍ଷରୁ ଆଜି ୪ଗୋଟି ନିଶା ବିରୋଧୀ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । " ଆମ ସଂକଳ୍ପ - ନିଶା ନୁହେଁ , ଜୀବନ" ଶୀର୍ଷକ ଲେଖା ଥିବା ଏହି ସଚେତନତା ରଥକୁ ଅବକାରୀ ଡେପୁଟି କମିଶନର ତଥା ବର୍ତ୍ତମାନର ଜିଲ୍ଲା ଅବକାରୀ ଅଧିକ୍ଷକ ସୀତାକାନ୍ତ ମୁଦୁଲି ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ଉକ୍ତ ରଥଗୁଡ଼ିକ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବ୍ଲକ୍ ବୁଲି ସଙ୍ଗୀତ ଓ ବିଜ୍ଞାପନ ପତ୍ର ଦ୍ଵାରା ଅପମିଶ୍ରିତ ଓ ବିଷାକ୍ତ ମାଦକ ଦ୍ରବ୍ୟ ବର୍ଜନ ନିମନ୍ତେ ଜନ ସଚେତନତା ସୃଷ୍ଟି କରିବ । ଏଥି ସହିତ ଓଡ଼ିଶା ସରକାରଙ୍କର ଏକ ମହାନ ପଦକ୍ଷେପକୁ ସୁଦୂର ପ୍ରସାରି କରିପାରିବେ। ଏହି କାର୍ଯ୍ୟକ୍ରମ ଅବସରରେ ଉପ-ଅବକାରୀ ଅଧିକ୍ଷକ ତଥା ଅବକାରୀ ନିରୀକ୍ଷକମାନେ ଉପସ୍ଥିତ ଥିଲେ ।