ଭୁବନେଶ୍ୱର, ୧୫/୦୧: ଚର୍ଚ୍ଚାକୁ ଆସିଛନ୍ତି ଅଭିନେତା ଅନୁଭବ ମହାନ୍ତି। ମହମ୍ମଦ ମୋକିମଙ୍କ ମଞ୍ଚରେ ଅତିଥି ହୋଇ ଅନୁଭବ ଚର୍ଚ୍ଚା ଭିତରକୁ ଆସିଛନ୍ତି । ମୋକିମ ଫାଉଣ୍ଡେସନ୍ ପକ୍ଷରୁ ଚାଲିଥିବା ସ୍ପୋର୍ଟ୍ସ କାର୍ଣ୍ଣିଭାଲ୍ର ଉଦ୍ଯାପନୀ ଉତ୍ସବରେ ଯୋଗ ଦେଇଥିଲେ ଅନୁଭବ। ଅବଶ୍ୟ ତାଙ୍କର ଭୂମିକା ଥିଲା ଅତିଥି ଭାବେ। ହେଲେ ଏହାକୁ ନେଇ ଏବେ ଚାଲିଛି ଅନେକ କଳ୍ପନାଜଳ୍ପନା।
ତେବେ ଏ ସଂକ୍ରାନ୍ତରେ ଅନୁଭବ କହିଛନ୍ତି, ମୁଁ ଜଣେ ଚର୍ଚ୍ଚିତ ଵ୍ୟକ୍ତି। ଯାହାବି କଲେ ଚର୍ଚ୍ଚାରେ ରୁହେ। ମୋକିମ୍ ଆମ କଟକର ନେତା, ମୋତେ ଅତିଥି କରି ଡାକିଥିଲେ, ତେଣୁ ମୁଁ ଆସିଛି। କଟକ ଇଣ୍ଡୋର୍ ଷ୍ଟାଡିଅମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଅନୁଭବ ଏବେ ଚର୍ଚ୍ଚାରେ। ଯେହେତୁ ମହମ୍ମଦ ମୋକିମ୍ ନୂଆ ଦଳ ଗଠନ କରିବାକୁ ଯାଉଛନ୍ତି, ତେଣୁ ଅନୁଭବ ସେଥିରେ ଏକ ଅଂଶ ହେବେ, ନା ଏହା କେବଳ ଏକ ଔପଚାରିକତା ତାହା ସ୍ପଷ୍ଟ ହେଲାନାହିଁ।