ମୁମ୍ବାଇ,୧୨/୨ : ଅଭିନେତା ରାଜପାଲ ଯାଦବଙ୍କୁ ସାହାଯ୍ୟର ହାତ ବଢାଇଲେ ଭଜନ ସମ୍ରାଟ ଅନୁପ ଜଲୋଟା । ତାଙ୍କୁ ଅସୁବିଧା ସମୟରେ ପାଖରେ ଠିଆ ହୋଇଛନ୍ତି । ସିଙ୍ଗର ଅନୁପ ଜଲୋଟା ବଲିଉଡ଼ ଅଭିନେତା ରାଜପାଲ ଯାଦବଙ୍କ ସାହାଯ୍ୟ ଲାଗି ଆଗକୁ ଆସିଛନ୍ତି । ରାଜପାଲ ଏବେ ଚେକ୍ ବାଉନ୍ସ କେସରେ ତିହାଡ଼ ଜେଲରେ ଅଛନ୍ତି । ନିକଟରେ ଏକ ଭିଡ଼ିଓ ଷ୍ଟେଟମେଣ୍ଟରେ ଅନୁପ ଜଲୋଟା କହିଛନ୍ତି କି, ଫିଲ୍ମ ଇଣ୍ଡଷ୍ଟ୍ରିର କେତେକ ଲୋକ ଯାଦବଙ୍କ ସାହାଯ୍ୟ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି ଏବଂ ଏଥିଲାଗି ସେ ବି ନିଜ ସାଙ୍ଗଙ୍କ ଲାଗି ୫ଲକ୍ଷ ଟଙ୍କା ଦେବେ । ଅନୁପ ଜଲୋଟା କହିଛନ୍ତି, ମୋତେ ଜଣା ଅଛି କି ମୋର ସାଙ୍ଗ ରାଜପାଲ ଯାଦବ କେଉଁ ଅସୁବିଧାର ସାମ୍ନା କରୁଛନ୍ତି । ସେ ଏବେ ଜେଲରେ ଅଛନ୍ତି । ଉପର- ତଳ ଜୀବନର ଏକ ଭାଗିଦାରୀ ଅଟେ । ମୋତେ ମୋ ସାଙ୍ଗଙ୍କୁ ସାହାଯ୍ୟ କରିବା ଆବଶ୍ୟକ । ମୋତେ ଜଣା ଅଛି କି ବହୁତ ଲୋକ ସାହାଯ୍ୟ ଲାଗି ଆଗକୁ ଆସିଛନ୍ତି । ମୁଁ ବି ତାଙ୍କୁ ୫ଲକ୍ଷ ଟଙ୍କା ପଠାଉଛି । ମୋତେ ଆଶା ଅଛି କି ତା’ଦ୍ବାରା ତାଙ୍କୁ ସାହାଯ୍ୟ ମିଳିବ ।

ରାଜପାଲ ଯାଦବ ୬ମାସ ଜେଲର ସଜ୍ଜା କାଟୁଛନ୍ତି । କାରଣ ଦିଲ୍ଲୀ ହାଇକୋର୍ଟ ଲମ୍ବା ସମୟରୁ ଚାଲୁଥିବା ଚେକ୍ ବାଉନ୍ସ କେଶରେ ଜାମିନ୍ ଲାଗି ତାଙ୍କର ଶେଷ ସମୟର ଆବେଦନକୁ ଖାରଜ କରିଦେଇଥିଲେ । ସେ ୫ଫେବୃଆରୀରେ ତିହାଡ଼ ଜେଲରେ ସରେଣ୍ଡର କରିଛନ୍ତି । ୨୦୧୦ରେ ରାଜପାଲ ନିଜ ନିର୍ଦ୍ଦେଶିତ ଡେବ୍ୟୁ ଫିଲ୍ମ ‘ଅତା ପତା ଲାପତା’ ଲାଗି ମେସର୍ସ ମୁରଲୀ ପ୍ରୋଜେକ୍ଟ୍ସ ପ୍ରାଇଭେଟ୍ ଲିମିଟେଡରୁ ୫କୋଟି ଟଙ୍କା ଧାର୍ ନେଇଥିଲେ । କିନ୍ତୁ ଫିଲ୍ମ ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା । ସରେଣ୍ଡର କରିବା ପୂର୍ବରୁ ଯାଦବ କହିଥିଲେ କି, ମୋ ପାଖରେ ବାକି ଟଙ୍କା ଦେବାକୁ ଟଙ୍କା କିମ୍ବା ଅନ୍ୟ କୌଣସି ଉପାୟ ନାହିଁ । ସେ କହିଛନ୍ତି, ‘ସାର୍, କ’ଣ କରିବି ? ମୋ ପାଖରେ ଟଙ୍କା ନାହିଁ । ଆଉ କୌଣସି ଉପାୟ ଦେଖାଯାଉନାହିଁ ’। ଯେତେବେଳେ ତାଙ୍କୁ ପଚରାଗଲା କି କ’ଣ ଆପଣ ଆପଣଙ୍କ ବନ୍ଧୁମାନଙ୍କୁ ସାହାଯ୍ୟ ମାଗିଛନ୍ତି, ଅଭିନେତା କହିଥିଲେ କି, ଇଣ୍ଡଷ୍ଟ୍ରିରେ ସମସ୍ତେ ନିଜ ଦମରେ ଅଛନ୍ତି ।