PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ସିଏମ୍ ପଦରୁ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ କଣ ରହିଛି ବିଜେପିର ପ୍ଲାନ୍? ଫଡନବୀସ-ସିନ୍ଦେ ମେଣ୍ଟ ସରକାର ଗଠନ ନେଇ ଜୋରଦାର ଚର୍ଚ୍ଚା
  • ||
  • ‘ଦେଶରୁ କଂଗ୍ରେସ ମୂଳପୋଛ ହୋଇଯିବା ଉଚିତ, ଖାସ୍‌ ସେହି ଦଳ ପାଇଁ ଦୁଇଦୁଇ ଥର ପ୍ରଧାନମନ୍ତ୍ରୀ ହେଲେଣି ମୋଦି’: ଅସଦୁଦ୍ଦିନ ଓଓ୍ବେସୀ
  • ||
  • ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ମିଳିଲା ଅନ୍ତରୀଣ ଜାମିନ
  • ||
  • ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ, ଜୁଲାଇ ୧୭ ନାମାଙ୍କନର ଶେଷ ତାରିଖ : ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ଡାବୁଗାଁ ବ୍ଲକ ଅନ୍ତର୍ଗତ ଯବାଗୁଡ଼ା ଗ୍ରାମରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା
  • ||
  • ପରକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ
  • ||
  • ଭୁବନେଶ୍ୱର : ରାଜ୍ୟରେ ପୁଣି ବଢ଼ିଲା କରୋନା ମାମଲା, ୨୪ ଘଣ୍ଟାରେ ୧୬୧ କରୋନା ପଜିଟିଭ୍
  • ||
  • ନୟାଗଡ଼ : ଟ୍ରକ୍‌କୁ ପଛପଟୁ ପିଟିଲା କାର୍, ୮ ଆହତ
  • ||
  • କଟକ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ପାଟଣା : ଦୁଇ ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଲୁଟେରା, ଝିଅ ବାହାଘର ପାଇଁ ରଖିଥିଲେ ସୁନାଗହଣା
  • ||
  • ମାଲକାନଗିରି : ବିଜାପୁରରେ ମାଓ ହିଂସା, ପୋଲିସ ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କୁ ଗଳା କାଟି ହତ୍ୟା
  • ||

ମହାଖଳାକୁ ଆସିବେ ଅନୁପ ଜଲୋଟା

ଭୁବନେଶ୍ୱର,୧ ।୩(ବ୍ୟୁରୋ): ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ଅବସରରେ ମହାଖଳାରେ ଭଜନ ପରିବେଷଣ କରିବାକୁ ଏଥର ଭଜନ ସମ୍ରାଟ ଅନୁପ ଜଲୋଟା ଆସୁଛନ୍ତି । ତାଙ୍କ ସହିତ ବଲିଉଡ୍‌ କଣ୍ଠଶିଳ୍ପୀ ଅନୁରାଧା ପୌଡ଼ୁୱାଲ ମଧ୍ୟ ଆସିବେ ବୋଲି ଆୟୋଜକ ସଂଗଠନ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ କୁହାଯାଇଛି ।
ଆଜି ଅପରାହ୍ଣରେ ମହାଖଳାସ୍ଥିତ ପ୍ରକାଶନୀର କାର୍ଯ୍ୟାଳୟ କକ୍ଷରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସଂଗଠନର ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ ଏହି ସୂଚନା ଦେଇଛନ୍ତି । ଚଳିତ ବର୍ଷ କାର୍ଯ୍ୟକ୍ରମ ଉପରେ ଅଧିକ ସୂଚନା ଦେଇ ସେ କହିଥିଲେ ମୁମ୍ବାଇର କଳାକାର ଲାଲାଜୀ ଶର୍ମା ଓ ନେହା କାକ୍କର ମଧ୍ୟ ଭଜନ ପରିବେଷଣ କରିବାକୁ ଆସୁଛନ୍ତି । ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ରଙ୍କ ନିର୍ଦ୍ଦେଶନାରେ ଏଥିରେ ଓଡ଼ିଶାର ନାମୀ କଳାକାରଙ୍କ ମଧ୍ୟରେ ସୌରଭ ନାୟକ, କୁମାର ବାପି, ଶାନ୍ତିଲତା ଛୋଟରାୟ, ରବି ମହାପାତ୍ର, ଶ୍ରୀଚରଣ ମହାନ୍ତି, କ୍ରିଷ୍ଣା ମିଶ୍ର, ଦିବ୍ୟା ଦାସ, ସୁଧାକର ମିଶ୍ର, ପିନାକୀ ନାୟକ, ପ୍ରଭୁପ୍ରସାଦ ନନ୍ଦ, ଅଞ୍ଜଳି ମିଶ୍ର, ଅର୍ପିତା ଚୌଧୁରୀ, ଅନ୍ତରା ଚକ୍ରବର୍ତ୍ତୀ, ପ୍ରଦୀପ ପଲାଇ, ଆଲୋକ କୁଣ୍ଡୁ, ଅମରେଶ ମିଶ୍ର, ପ୍ରଫୁଲ୍ଲ ବେହେରା ପ୍ରମୁଖ ଭଜନ ପରିବେଷଣ କରିବେ ।
ସେହିଭଳି ଶିବରାତ୍ରି ଅବସରରେ ଭକ୍ତଙ୍କ କଷ୍ଟ ଲାଘବ ନିମନ୍ତେ ସଂଗଠନ ପକ୍ଷରୁ ଅନେକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ ହୋଇଛି । ଶିବରାତ୍ରି ପ୍ରତ୍ୟୁଷ ୪ଟାରେ ଶଙ୍ଖଧ୍ୱନିରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ । ଏହାପରେ ବେଦ ପାଠ, ଶିବ ସହସ୍ରନାମ, ଭାଗବତ ପାଠ, ଶିବଚେତନା, ହରିହର ଭଜନ, ରାମ ଚରିତ ମାନସ, ପ୍ରବଚନ ଆଦି ଅଧ୍ୟାତ୍ମିକ କାର୍ଯ୍ୟକ୍ରମ ଦିନତମାମ ଲାଗିରହିବ ।
ସନ୍ଧ୍ୟାରେ ଏହି ଜାତୀୟସ୍ତରୀୟ ଭଜନ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଗଣେଶୀ ଲାଲ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବେ । ଅନ୍ୟ ଅତିଥିଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ପ୍ରକାଶନୀର ସମ୍ପାଦକ ସନତ ମିଶ୍ର ସୂଚନା ଦେଇଛନ୍ତି ।