ମୁମ୍ୱାଇ : ଯଦି ଆପଣ ଏଣ୍ଟରଟେନମେଣ୍ଟ ଖବରରେ ନିଜକୁ ଅପଡେଟ୍ ରଖିଥାନ୍ତି ତ ଆପଣଙ୍କୁ ସଲମାନ ଖାନ ଓ ଅଭିନବ କଶ୍ୟପଙ୍କ ମଧ୍ୟରେ ହୋଇଥିବା ବିବାଦ ମଧ୍ୟରେ ନିଶ୍ଚୟ ଜାଣିଥିବେ। ଗତ ବର୍ଷ ଅଭିନବ କଶ୍ୟପ କିଛି ୨୬ଟି ଭିଡ଼ିଓ ଇଣ୍ଟରଭ୍ୟୁଜ୍ କରିଥିଲେ , ଯେଉଁଥିରେ ସେ ସଲମାନ ଖାନ ଓ ତାଙ୍କ ପରିବାର ବିରୋଧରେ ଅନେକ ଅପଶବ୍ଦ ପ୍ରୟୋଗ କରିଥିଲେ। ଏହାପରେ ସଲମାନ ଖାନ ଅଭିନବ କଶ୍ୟପଙ୍କ ଉପରେ ମାନହାନିର କେସ୍ କରିଥିଲେ। ଏବେ ଅଭିନବ କଶ୍ୟପଙ୍କ ଭାଇ ଅନୁରାଗ କଶ୍ୟପ କହିଛନ୍ତି ଯେ, କାହିଁକି ସେ ଏହି ମାମଲାରେ କିଛି ବି କହି ନଥିଲେ।

ଅନୁରାଗ କଶ୍ୟପଙ୍କ ଗଣତି ଇଣ୍ଡଷ୍ଟ୍ରର ଭଲ ଡାଇରେକ୍ଟରଙ୍କ ମଧ୍ୟରେ କରାଯାଏ। ଅଭିନବ କଶ୍ୟପ ଅନୁରାଗ କଶ୍ୟପଙ୍କ ଭାଇ। ସେ ନିକଟରେ ମିଡ୍ ଡେ’ରେ ସ୍ୱତନ୍ତ୍ର ଆଲୋଚନାରେ କହିଥିଲେ , କାହିଁକି ସେ ସଲମାନ ଖାନ ଓ ଅଭିନବ କଶ୍ୟପଙ୍କ ବିବାଦରେ କିଛି ମଧ୍ୟ କହି ନଥିଲେ। ସେ କହିଛନ୍ତି, ତାଙ୍କୁ ଏହି ମାମଲାରେ କିଛି ନକହିବାକୁ କୁହାଯାଇ ଥିଲା।

ଅନୁରାଗ କହିଛନ୍ତି , ମୋତେ ଜଣା ବାସ୍ତବରେ କଣ ହୋଉଛି , ତ ମୁଁ ସିଧା କଥା ଏହି ବିଷୟରେ କିଛି ମଧ୍ୟ କହିବି ନାହିଁ , କାରଣ ସେ (ଅଭିନବ) ମୋତେ କହିଥିଲେ ଯେ, ମୁଁ ତାଙ୍କ ବିଷୟରେ କିଛି ଯେମିତି ନକହିବି ଏବଂ ଜଣେ ଭାଇ ଭାବେ ମୁଁ ତାଙ୍କୁ ଭଲ ପାଏ ...ମୁଁ ବୁଝି ପାରୁଛି ଯେ, କିଛି ଜିନିଷ କୁହାଯାଇଛି ଏବଂ ଯେଉଁଥିରେ ମାନହାନିର କେସ୍ ଯାହା ସେ ହାରିଗଲେ। କିନ୍ତୁ ପବ୍ଲିକଲି , ମୁଁ ଏହା ବିଷୟରେ କିଛି ବି କହିବି ନାହିଁ। ଦ୍ୱିତୀୟ କଥା , ସେ ମୋତେ ସ୍ପଷ୍ଟ ଭାବେ କହି ଥିଲେ ଯେ, ମୁଁ ତାଙ୍କ ବିଷୟରେ କିଛି କହିବି ନାହିଁ।

କହି ରଖୁଛୁ କି , ବଲିଉଡ ଠିକାନା ସହ ବିଶେଷ କଥାବାର୍ତ୍ତାରେ ଅଭିନବ କଶ୍ୟପ ସଲମାନ ଖାନଙ୍କୁ ଜଣେ ଡ଼ରୁଆ ଅଭିନେତା କହିଥିଲେ। ସେ ସଲମାନ ଖାନଙ୍କ ଭାଇ ଅରବାଜ ଖାନଙ୍କ ପାଇଁ ଗଧ ଓ ଜିହାଦୀ ଭଳି ଶବ୍ଦର ବ୍ୟବହାର କରିଥିଲେ। ସେ କହିଥିଲେ ଯେ, ଅରବାଜ ଖାନଙ୍କୁ କିଛି ବି ଆସେ ନାହିଁ। ସଲମାନ ଓ ତାଙ୍କ ପରିବାର ବିରୋଧରେ ଅଭିନବଙ୍କ ଶବ୍ଦ ଥମିବାର ନାଁ ହିଁ ନେଉ ନଥିଲା। ଏହାପରେ ସଲମାନ ଖାନ ଓ ତାଙ୍କ ଭାଇ ଅଭିନବଙ୍କ ବିରୋଧରେ ମାନହାନିର କେସ୍ କରିଥିଲେ। ସଲମାନ ଓ ତାଙ୍କ ଭାଇ ଅଭିନବ ସମସ୍ତଙ୍କ ସାମ୍ନାରେ କ୍ଷମା ମାଗନ୍ତୁ ଏବଂ ୯ କୋଟିର କ୍ଷତିପୂରଣ ଦେବାକୁ ବୋଲି ଦାବି କରିଥିଲେ ।

କହି ରଖୁଛୁ ଯେ, ଅଭିନବ କଶ୍ୟପଙ୍କୁ ସଲମାନ ଖାନଙ୍କ ଫିଲ୍ମ ‘ଦବଙ୍ଗ’କୁ ନିର୍ଦ୍ଦେଶନା ଦେବାରେ ଜଣାଯାନ୍ତି। ଦବଙ୍ଗ ୨୦୧୦ ମସିହାରେ ରିଲିଜ ହୋଇଥିଲା। ସଲମାନ ଖାନଙ୍କ ଭାଇ ଅରବାଜ ଖାନ ଫିଲ୍ମର ସହ-ପ୍ରଯୋଜକ ଥିଲେ।