ନୂଆଦିଲ୍ଲୀ,୧୬/୦୭; ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଭାରତ ଛାଡି ବିଦେଶରେ ରହୁଛନ୍ତି । ହେଲେ ସେ ଯେବେ ନିଜ ଦେଶକୁ ଆସନ୍ତି, ତାଙ୍କର ଗୋଟିଏ ଝଲକ ପ୍ରଶଂସକଙ୍କ ହୃଦୟ ଜିତିନିଏ । ବିରାଟ କୋହଲି ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହିତ ନଜର ଆସିଛନ୍ତି । କିଙ୍ଗ କୋହଲି ଜଣେ ହିରୋଙ୍କଠୁ କିଛି କମ୍ ଦେଖାଯାଉ ନଥିଲେ । ସମସ୍ତଙ୍କ ଦୃଷ୍ଟି ଅନୁଷ୍କାଙ୍କ ଉପରେ ମଧ୍ୟ କେନ୍ଦ୍ରିତ ହୋଇଥିଲା । ଯିଏକି ବେକରେ ତୁଳସୀ ମାଳି ସହିତ ସୁଟ୍ ପିନ୍ଧି ତାଙ୍କର ସରଳତାର ପରିଚୟ ଦେଇଛନ୍ତି । ବିରୁଷ୍କାଙ୍କର ଏହି ଏୟାରପୋର୍ଟ ଲୁକ୍ ସମସ୍ତଙ୍କୁ ଆକର୍ଷିତ କରିଛି ।
ବିରାଟ ଏବଂ ଅନୁଷ୍କା ସର୍ବଦା ସେମାନଙ୍କର ଷ୍ଟାଇଲିସ୍ ଲୁକ୍ ସହ ତାଙ୍କ ଫ୍ୟାନ୍ସଙ୍କ ହୃଦୟ ଜିତିଥାନ୍ତି, ଏଥର ସେମାନଙ୍କର ଷ୍ଟାଇଲ୍ ଭିନ୍ନ ଥିଲା। ବିରାଟଙ୍କ ଲୁକ୍ ତାଙ୍କ ହେୟାର ଷ୍ଟାଇଲ ଏକଦମ ପରିବର୍ତ୍ତନ ହୋଇଥିଲା । ପ୍ରେମାନନ୍ଦ ମହାରାଜଙ୍କଠାରୁ ଦୀକ୍ଷା ଗ୍ରହଣ କରିବା ପରେ ଦେଶୀ ଲୁକ୍ରେ ନଜର ଆସିଥିବା ଅନୁଷ୍କା ମଧ୍ୟ ନିଆରା ଦେଖାଯାଉଥିଲେ । ବିରାଟ ଏବଂ ଅନୁଷ୍କାଙ୍କୁ ବିମାନବନ୍ଦରରେ ଦେଖିବାକୁ ମିଳିଛି । ସେମାନଙ୍କ ଷ୍ଟାଇଲ୍ ପ୍ରତ୍ୟେକ ଥର ଲୋକଙ୍କୁ ପ୍ରଭାବିତ କରେ । ଅନୁଷ୍କାଙ୍କ ଗୁଲମୋହର ମୁଗଲ ବ୍ଲୁ ବ୍ଲାକ୍ ପ୍ରିଣ୍ଟେଡ୍ ସୁଟ୍ ପିନ୍ଧିଥିବା ଦେଖିବାକୁ ମିଳିଛି । ସୁଟଟି ରିଦ୍ଧି ସୁରୀ ଲେବଲର । ଯାହାର ପ୍ରାଇସ୍ ୧୦, ୫୦୦ ଟଙ୍କା ହେବ । ବର୍ତ୍ତମାନ ୱେବସାଇଟରେ ତାହା ୧୦ ପ୍ରତିଶିତ ଅଫରେ ୯,୪୫୦ଟଙ୍କାରେ ଉପଲବ୍ଧ । ସୁଟଟି ୧୦୦% କଟନ । ଅନୁଷ୍କାଙ୍କ ସୁଟ୍ରେ ଗୋଟିଏ ଗୋଟିଏ ଫୁଲ ଡିଜାଇନ ରହିଥିଲା । ଅଖିଲେ ସନଗ୍ଲାସରେ ଅନୁଷ୍କାଙ୍କ ଲୁକ୍ ଜବରଦସ୍ତ ଥିଲା ।
ଏହା ବି ପଢନ୍ତୁ...'ଧୁରନ୍ଧର' ଦେଖି ୟାମି ଗୌତମଙ୍କୁ କାହିଁକି କ୍ଷମା ମାଗିରେ ରବିନା ଟଣ୍ଡନ ? ଅଭିନେତ୍ରୀ କହିଲେ କାରଣ
ବିରାଟଙ୍କ ଲୁକ୍ ବିଷୟରେ କହିବାକୁ ଗଲେ ,ସେ ଏକ ଅଫ୍-ହ୍ୱାଇଟ୍ ସାର୍ଟ ପିନ୍ଧିଥିବାର ଦେଖିବାକୁ ମିଳିଛି । ଯାହାର ସାମ୍ନା ଭାଗର ଉଭୟ ପାର୍ଶ୍ୱରେ ପକେଟ୍ ଥିଲା । ସେ ହାତକୁ ଫୋଲ୍ଡ କରି ଷ୍ଟାଇଲ୍ କରିଥିଲେ । ସେ କଳା ଢିଲା-ଫିଟ୍ ହୋଇଥିବା ବ୍ୟାଗି ଟ୍ରାଉଜର ପିନ୍ଧିଥିଲେ । ଧଳା ଜୋତା ସହିତ କଳା ସନଗ୍ଲାସ୍ ଏବଂ ଏକ ଅଲିଭ୍ ସବୁଜ ବ୍ୟାଗ ସହିତ ଏକଦମ ହିରୋ ଲୁକରେ ନଜର ଆସିଥିଲେ ବିରାଟ ।