PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ପ୍ରାଣୀଙ୍କ ସେବାରେ ଜୀବନ ଉତ୍ସର୍ଗ କରିଛନ୍ତି ଅଭିନେତ୍ରୀ ଅନୁ‌ଷ୍କା ଶର୍ମା, ନ୍ୟୁଡ୍ ପାଇଁ ଛାଡ଼ିଦେଲେ ମାଂସ ଖାଇବା

ରାସ୍ତାକଡ଼ରେ ପଡ଼ିଥିବା ରୋଗୀଟିକୁ ଦେଖିଲେ ସାଧାରଣ ଲୋକ ମୁହଁ ଫେରାଇ ଚାଳିଯାଏ। ତେବେ ରୋଗୀ ତ ରୋଗୀ, ରାସ୍ତା କଡ଼ରେ ପଡ଼ି ଛଟପଟ ହେଉଥିବା ଜୀବଜନ୍ତୁଙ୍କୁ ଗୋଟାଇ ଆଣି ସେବା ଯୋଗାଇ ଦିଅନ୍ତି ଏହି ଅଭିନେତ୍ରୀ ଜଣକ। କେବଳ ନୁହେଁ, ହାତରେ ଔଷଧ, ତୁଳା, ଗଜ କପଡା ଧରି ଅତି ସହଯରେ ଚିକିତ୍ସା ମଧ୍ୟ କରିପାରନ୍ତି। ସେ ଆଉ କେହି ନୁହଁନ୍ତି ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା।

ଅନୁଷ୍କାଙ୍କୁ ଜୀବଜନ୍ତୁ ବହୁତ ପସନ୍ଦ। ଏମିତିକି ସେ ପୋଷା କୁକୁର ନ୍ୟୁଡ୍ ପାଇଁ ମାଂସ ଖାଇବା ବନ୍ଦ କରିଦେଇଥିଲେ। କାରଣ ନ୍ୟୁଡକୁ ମାଂସର ବାସ୍ନା ପସନ୍ଦ ନଥିଲା। ଏହା ବ୍ୟତୀତ ଅନୁଷ୍ମା ସମୟ ସମୟରେ ଜୀବଜନ୍ତୁଙ୍କ ପାଇଁ ନିଜର ଭଳପାଇବାକୁ ଉତ୍ସର୍ଗୀକୃତ କରିଦିଅନ୍ତି। ଯେଉଁ କାରଣ ପାଇଁ ଅନୁଷ୍କା ଏବେ ଜୀବଜନ୍ତୁଙ୍କ ପାଇଁ ପଶୁ ଚିକିତ୍ସାଳୟ ଏବଂ ଆଶ୍ରାସ୍ଥଳ କରିବାକୁ ଯାଉଛନ୍ତି।

ଅନୁଷ୍କା ମହାରାଷ୍ଟ୍ରର ଶାହପୁର ତାଲୁକା ସ୍ଥିତ ଦହଗାଁରେ ପଶୁ ଚିକିତ୍ସାଳୟ କରିବା ପାଇଁ ଜମି ନେଇଛନ୍ତି। ଜମି ପାଇଁ କଲେକ୍ଟର ଅଫିସରୁ ମଧ୍ୟ କ୍ଲିୟରାନ୍ସ ମିଳିଯାଇଛି। ଅନୁଷ୍କା ସେହି ସ୍ଥାନରେ ନିଜ ବାପାଙ୍କ ଏକ କୋଠା ବି ତିଆରି କରିବାକୁ ଚାହୁଁଛନ୍ତି। କାରଣ ତାଙ୍କ ବାପା ହିଁ ଏହି ପଶୁ ଚିକିତ୍ସାଳୟ ଓ ଆଶ୍ରାସ୍ଥଳର ଦେଖାଦେଖି କରିବେ ।

ଜୀବଜନ୍ତୁଙ୍କ ପାଇଁ ଆୟୋଜିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ଅନୁଷ୍କା ସାମିଲ ହୁଅନ୍ତି। ଅନୁଷ୍କାଙ୍କ କୁହନ୍ତି, ତାଙ୍କୁ ଏଭଳି କାମ ପାଇଁ ଦଲାଈ ଲାମା ପ୍ରେରିତ କରିଛନ୍ତି। ଜୀବଜନ୍ତୁଙ୍କ ରହିବା ପାଇଁ ଘର ସହିତ ସେମାନଙ୍କ ପାଇଁ କିଛି କରିବାକୁ ସେ ଚାହାନ୍ତି।  ଜୀବନରେ ମନୁଷ୍ୟକୁ ଯେତେ ପରିମାଣରେ ଭଲ ପାଉଛେ ଜୀବଜନ୍ତୁଙ୍କୁ ମଧ୍ୟ ସତିକି ପରିମାଣରେ ଭଲ ପାଇବା ଦରକାର। ଆମକୁ ଯେତେ ଖୁସି, ଇଚ୍ଛା, କଷ୍ଟ ଅନୁଭବ ହେଉଛି ଏବଂ ଆମେ ଯେମିତି ଅଧିକ ଦିନ ବଂଚିବାକୁ ଚାହୁଁଛୁ ସେମିତି ଜୀବଜନ୍ତୁଙ୍କ ସହ ମଧ୍ୟ ହେଉ ବୋଲି ଅନୁଷ୍କା କହିଛନ୍ତି।