PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ବହୁବାର ମୋତେ ହତ୍ୟା ଉଦ୍ୟମ ହୋଇଛି, ପାଣିରେ ମିଶା ଯାଉଥିଲା ବିଷ : ଅଭିନେତ୍ରୀ ତନୁଶ୍ରୀ ଦତ୍ତଙ୍କ ସଙ୍ଗୀନ ଅଭିଯୋଗ

ମୁମ୍ବାଇ,୨୩।୯: ୨୦୨୦ରେ ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତ ସେତେବେଳେ ବିବାଦ ଘେରକୁ ଆସିଥିଲେ ଯେତେବେଳେ ଅଭିନେତା ନାନା ପାଟେକର ତାଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ କରିଥିଲେ । ତନୁଶ୍ରୀଙ୍କ ସହ ଆରମ୍ଭ ହୋଇଥିବା ବିବାଦ  ବଡ ଧରଣର ହୋଇଗଲା ଏବଂ ଟ୍ୱିଟରରେ ‘ମି ଠୁ’ ନାମକ   ଅଭିଯାନ ଆରମ୍ଭ ହେଲା। ଦୀର୍ଘ ଦିନ ଧରି ଚାଲିଥିବା ଏହି ଅଭିଯାନ ଭାରତରେ ତନୁଶ୍ରୀଙ୍କ ଅଭିଯୋଗରୁ ଆରମ୍ଭ ହୋଇଥିଲା। ବର୍ତ୍ତମାନ ତନୁଶ୍ରୀ ପୁଣି ଥରେ ଏକ ଗମ୍ଭୀର ଖୁଲାସା କରିଛନ୍ତି।

ନିକଟରେ ଏକ ସାକ୍ଷାତକାରରେ ତନୁଶ୍ରୀ କହିଛନ୍ତି , ତାଙ୍କ ଜୀବନ ନେବାକୁ ଅନେକ ଥର ଚେଷ୍ଟା କରାଯାଇଥିଲା। ଥରେ  ଏକ କାର ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ । ତନୁଶ୍ରୀ କହିଛନ୍ତି  ମୋ ଜୀବନ ନେବାକୁ ଅନେକ ଚେଷ୍ଟା  ହୋଇଛି।  ମିଡିଆ ରିପୋର୍ଟ ଅନୁଯାୟୀ, କନେକ୍ଟ ଏଫଏମ କାନାଡାକୁ ଏକ ସାକ୍ଷାତକାର ଦେବାବେଳେ ତନୁଶ୍ରୀ କହିଛନ୍ତି ଯେ ତାଙ୍କ ପାଣିରେ କିଛି ମିଶାଇ ତାଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରାଯାଇଛି।

ତନୁଶ୍ରୀ, କହିଛନ୍ତି  ଯେତେବେଳେ ସେ ଉଜୈନରେ ଥିଲେ ତାଙ୍କ କାର ବ୍ରେକ୍ ଫେଲ କରାଯାଇଥିଲା। ଏହି ସମୟରେ ସେ ଏକ ଭୟଙ୍କର କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଯେଉଁଥିରେ ତାଙ୍କର ହାଡ ଭାଙ୍ଗି ଯାଇଥିଲା। ଯେଉଁଥିପାଇଁ ଅନେକ ମାସ ପର୍ଯ୍ୟନ୍ତ ବେଡ୍‌ ରେଷ୍ଟ କରିଥିଲେ। ତନୁଶ୍ରୀ କହିଛନ୍ତି, ଦୁର୍ଘଟଣା ପରେ ସୁସ୍ଥ ହେବାକୁ ମୋତେ ବହୁତ ସମୟ ଲାଗିଲା। ଏହା ସହିତ ମୋର ମଧ୍ୟ ରକ୍ତ ଖରାପ ହୋଇଯାଇଥିଲା। ମୋତେ ହତ୍ୟା କରିବା ପାଇଁ ଏକ ଷଡଯନ୍ତ୍ର ହୋଇଥିଲା, ଯେତେବେଳେ ମୁଁ ଜାଣିବାକୁ ପାଇଲି ଯେ ମୋ ପାଣିରେ ବିଷ ମିଶାଯାଉଛି।  ଏଥିପାଇଁ ଯୋଜନା କରି ମୋ ଘରକୁ ଏକ ମେଡ୍‌ (ଘରୋଇ ସହାୟିକା) ପଠାଯାଇଥିଲା। ତା ପରେ ମୁଁ ଅସୁସ୍ଥ ହୋଇଗଲି । ଦୀର୍ଘ ଦିନ ଏଭଳି ହେବାପରେ  ମୁଁ ନିଶ୍ଚିତ ହେଲି ଯେ ମୋ ପାଣିରେ ବିଷ ମିଶାଯାଉଛି।

ଉଲ୍ଲେଖନୀୟ ଯେ, ପ୍ରାୟ ୨ ବର୍ଷ ପୂର୍ବରୁ ତନୁଶ୍ରୀ ଦତ୍ତ ଅଭିନେତା ନାନା ପାଟେକରଙ୍କ ଉପରେ ଯୌନ ଶୋଷଣର ଗମ୍ଭୀର ଅଭିଯୋଗ କରିଥିଲେ। ଏହାପରେ ବହୁ ଦିନ ପର୍ଯ୍ୟନ୍ତ ବିବାଦ ଘେରରେ ରହିଥିଲେ। ତନୁଶ୍ରୀ କହିଛନ୍ତି ଯେ ଯେତେବେଳେ ମୁଁ ବଲିଉଡରେ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କଲି, ସେତେବେଳେ ଏହାର ଖରାପ ଫଳାଫଳ ପାଇଲି। ମୋତେ ଆତ୍ମହତ୍ୟା କରିବାକୁ ମଧ୍ୟ ପ୍ରବର୍ତ୍ତାଉ ଥିଲେ।  ତନୁଶ୍ରୀ କହିଛନ୍ତି ଯେ ବଲିଉଡ ମାଫିଆ ଏବଂ ଆମ ଦେଶର ପୁରୁଣା ଅଭିଯୁକ୍ତ ନେତାମାନେ ଏଭଳି କାର୍ଯ୍ୟ କରୁଛନ୍ତି ଏବଂ ଲୋକମାନେ ହଇରାଣ କରୁଛନ୍ତି। ତନୁଶ୍ରୀ କହିଛନ୍ତି ଯେ ଏହି ସବୁ ପଛରେ, ସେହି ଲୋକ ଅଛନ୍ତି ଯାହାଙ୍କୁ ମୁଁ ‘ମି ଠୁ‘ଅଭିଯାନ ଦ୍ବାରା ଲୋକ ଲୋଚନକୁ ଆଣିଥିଲି।’