ନୂଆଦିଲ୍ଲୀ : ଭାରତରେ ବଢିବାକୁ ଯାଉଛି ଆମେରିକୀୟ ଟେକ୍ କମ୍ପାନୀ ଆପଲର ମୁସ୍କିଲ। ଏହାର କାରଣ ହେଲା, କମ୍ପାନୀ ନୂଆ ନିୟମକୁ ବିରୋଧ କରୁଛି ଏବଂ ଏହାକୁ ଚ୍ୟାଲେଞ୍ଜ କରିବା ପାଇଁ କୋର୍ଟ ଯାଏ ପହଞ୍ଚି ସାରିଛି।ହେଲେ ଆପଲ୍ ଉପରେ ଭାରତରେ ଏବେସୁଦ୍ଧା କୌଣସି ନିର୍ଦ୍ଦିଷ୍ଟ ଜୋରିମନା ଲାଗୁ ହୋଇ ନାହିଁ। କିନ୍ତୁ ଆଣ୍ଟି କମ୍ପିଟିସନ ଆଇନରେ ପରିବର୍ତ୍ତନ ଯୋଗୁଁ ଏହା ଉପରେ ୩୮ ବିଲିୟନ ଡଲାର୍ସର ପେନାଲ୍ଟି ବିପଦ ରହିଛି। ଏହା ଭାରତୀୟ ଟଙ୍କାରେ ପାଖାପାଖି ୩ ଲକ୍ଷ ୨୦ ହଜାର କୋଟି ଟଙ୍କା।
ପ୍ରଥମେ ଭାରତରେ ଜୋରିମନା କେବଳ ସେହି ବ୍ୟବସାୟ ଉପରେ ଲାଗୁ ହୋଇ ଥିଲା , ଯାହା ଏଠାରେ ଚାଲୁଥିଲା। ଅର୍ଥାତ୍ ଆପଲ ମାମଲାରେ କେବଳ ଆପ୍ ଷ୍ଟୋର ଇଣ୍ଡିଆର ଆୟ ଉପରେ। ଏହି ଅର୍ଥ ରାଶି ଖୁବ୍ କମ୍। କିନ୍ତୁ ଆଇନ ବଦଳିବା କ୍ଷଣି ସିସିଆଇ (କମ୍ପିଟିସନ କମିସନ ଅଫ୍ ଇଣ୍ଡିଆ)କୁ ଅଧିକାର ମିଳି ଯାଇଛି ଯେ, ସେ କୌଣସି ବି କମ୍ପାନୀର ପୂରା ଦୁନିଆର ଆୟକୁ ପେନାଲ୍ଟିର ଆଧାର କରିପାରିବ।
ଏହି ପରିବର୍ତ୍ତିତ ନିୟମରେ ଏହି ବିପଦ ଏତେ ବଡ଼ ଆମାଉଣ୍ଟ ଯାଏ ପହଞ୍ଚି ଯାଇଛି। ଏହି କାରଣରୁ ଆପଲ୍ ଚିନ୍ତାରେ ପଡ଼ି ଯାଇଛି ଏବଂ ଏବେ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚି ଯାଇଛି। ଆସନ୍ତୁ ଜାଣିବା ଏହି ମାମଲା ଆରମ୍ଭ କେମିତି ହେଲା ଏହା ପଛର କାହାଣୀ କଣ ରହିଛି –
ଏହି ବିବାଦ ଆପଲର ଆପ୍ ଷ୍ଟୋରର ପଲିସି ଗୁଡ଼ିକୁ ନେଇ ଆରମ୍ଭ ହୋଇଥିଲା। ଇଣ୍ଡିଆନ ଡେଭଲପର୍ସ ଅଭିଯୋଗ କରିଛି ଯେ, ଆଇଫୋନ୍ ୟୁଜର୍ସ କେବଳ ଆପଲର ହିଁ ଆପ୍ ଷ୍ଟୋରରୁ ଆପ୍ ଡାଉନଲୋଡ୍ କରି ପାରିବେ। ପେମେଣ୍ଟ ସିଷ୍ଟମ ମଧ୍ୟ ଆପଲର ହୋଇଥାଏ ଏବଂ କମିଶନ ମଧ୍ୟ ଏହାର ନିୟମ ଉପରେ ଚାଲିଥାଏ। ଏହି କାରଣରୁ ଇଣ୍ଡିଆନ ଡେଭଲପର୍ସଙ୍କର କ୍ଷତି ମଧ୍ୟ ହୋଇପାରେ।
ଡେଭଲପରଙ୍କ ଅନୁସାରେ ଏହା ବଜାର ଉପରେ ଏକ ଅନାବଶ୍ୟକୀୟ ନିୟନ୍ତ୍ରଣ ଥିଲା। ଏହି ଅଭିଯୋଗକୁ ଶୁଣି ସିସିଆଇ ଏକ ତଦନ୍ତ ଆରମ୍ଭ କରିଥିଲା। ଆପଲ୍ ତାର କ୍ଷମତାର ଅପବ୍ୟବହାର କରୁଛି କି ନାହିଁ, ଏହି ତଦନ୍ତ ସେ ବିଷୟରେ ଅନେକ ପ୍ରଶ୍ନ କରିଥିଲା। ଉକ୍ତ ତଦନ୍ତ ଯୋଗୁଁ ମାମଲାକୁ ପେନାଲ୍ଟି ପରିସରକୁ ଆଣି ଥିଲା।
ଯେବେ ଯାଞ୍ଚ ଆରମ୍ଭ ହୋଇଥିଲା ତ ଆପଲ୍କୁ ଜଣାଥିଲା ଯେ, ଜୋରିମନା ଯଦି ଲାଗେ ତ କେବଳ ଭାରତରେ କାର୍ଯ୍ୟ ଉପରେ ଲାଗିବ। କିନ୍ତୁ ୨୦୨୩ରେ କମ୍ପିଟିସନ ଆକ୍ଟ ବଦଳିଲା। ସରକାର ସିସିଆଇକୁ ନୂଆ ଶକ୍ତି ଦେଲେ ଯେ, ସେ କୌଣସି ବି କମ୍ପାନୀର ଗ୍ଲୋବାଲ ଟର୍ଣ୍ଣଓଭର ଉପରେ ୧୦ ପ୍ରତିଶତ ଯାଏ ପେନାଲ୍ଟି ଲଗାଇ ପାରନ୍ତି।
ଆପଲ୍ ବିଶ୍ୱର ସବୁଠୁ ବଡ଼ ଟେକ୍ କମ୍ପାନୀ ଗୁଡ଼ିକ ମଧ୍ୟରେ ଗୋଟିଏ । ଏହାର ଗ୍ଲୋବାଲ ଆୟ ଟ୍ରିଲିୟନ ଡଲାର୍ସ। ଏଥିପାଇଁ ୧୦ ପ୍ରତିଶତର ଅର୍ଥ ସିଧା ୩୮ ବିଲିୟନ ଡଲାର ଯାଏ ପହଞ୍ଚି ଯାଇଛି।ତଦନ୍ତ ଭାରତରେ ହୋଇଛି , କିନ୍ତୁ ବିପଦ ପୂରା ଦୁନିଆର ଆୟ ସହ ଯୋଡ଼ିହୋଇ ଯାଇଛି । ପୂରା ଗେମ୍ ଓଲଟି ଯାଇଛି।
ଆପଲର ଯୁକ୍ତି ଯେ , ଯଦି ଯାଞ୍ଚ ଆପ୍ ଷ୍ଟୋର ଇଣ୍ଡିଆର ନୀତି ଗୁଡ଼ିକ ଉପରେ ଅଛି ତ ପେନାଲ୍ଟି ମଧ୍ୟ ସେହି ହିସାବରେ ଆୟ ଉପରେ ଲାଗିବା ଉଚିତ୍। କମ୍ପାନୀର କହିବାନୁସାରେ, ଭାରତର ନୂଆ ନିୟମ ତା ବିରୁଦ୍ଧରେ ଦଣ୍ଡ ଭଳି। ଆପଲ୍ ଏହା ମଧ୍ୟ କହୁଛି ଯେ, ସୁପ୍ରିମକୋର୍ଟ ପୂର୍ବରୁ ହିଁ କହିସାରିଛନ୍ତି ଯେ,ପେନାଲ୍ଟି ରିଲେଭଣ୍ଟ ଟର୍ଣ୍ଣଓଭର ଉପରେ ଲାଗିବା ଉଚିତ୍। ଅର୍ଥାତ୍ ଯେଉଁ ବିଜନେସରେ ସମସ୍ୟା ସୃଷ୍ଟି ହୋଇଛି , କେବଳ ସେହି ଆୟ ଉପରେ ଲାଗୁ। ଆପଲ ଅନୁସାରେ, ଭାରତର ନୂଆ ବ୍ୟବସ୍ଥା ଏହି ସିଦ୍ଧାନ୍ତର ଓଲଟା। ଏଥିପାଇଁ ଏହାକୁ ରୋକି ଯିବା ଉଚିତ୍।