ନୂଆଦିଲ୍ଲୀ,୨୦/୦୭; ଲର୍ଡ୍ସରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ୍ ଖେଳାଯାଇଥିଲା । ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଯୋଡ଼ି ଇତିହାସ ସୃଷ୍ଟି କରିଛନ୍ତି । ସେମାନେ ଏପରି ସଫଳତା ହାସଲ କରିଛନ୍ତି ଯାହା ଭାରତୀୟ କ୍ରିକେଟରେ ଅନ୍ୟ କୌଣସି ଯୋଡ଼ି ହାସଲ କରିନଥିଲେ । ସେମାନେ ଭାରତ ପାଇଁ ୪୦୦ ଦିନିକିଆ ଖେଳିଥିବା ପ୍ରଥମ ଖେଳାଳି ହୋଇଥିଲେ। ରୋହିତ ଏବଂ ବିରାଟଙ୍କ ପୂର୍ବରୁ କୌଣସି ଭାରତୀୟ ଯୋଡ଼ି ଏହି ସଫଳତା ପାଇ ନଥିଲେ । ଏହା ସହିତ ୧୦୦ପ୍ଲସରୁ ଅଧିକ ରନର ପାର୍ଟନରପିସ୍ କରିବାରେ ଏହି ଯୋଡ଼ି ଦ୍ୱିତୀୟ ସ୍ଥାନରେ ରହିଛି ।

୧୦୦ ପ୍ଲସ୍ ପାର୍ଟନରସିପ୍- ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ରୋହିତ ଶର୍ମା ଏବଂ ବିରାଟ କୋହଲି ଲର୍ଡ୍ସରେ ୮୬ ବଲରେ ୧୧୩ ରନ କରିଥିଲେ । ଯାହା ୧୦୦ ପ୍ଲସ୍ ଦିନିକିଆ ପାର୍ଟନରସିପରେ ୨୧ ଥର ହୋଇଛନ୍ତି । ତେନ୍ଦୁଲକର ଏବଂ ଗାଙ୍ଗୁଲି ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି । ଦୁହେଁ ୨୬ ଥର ଦିନିକିଆରେ ୧୦୦ ପ୍ଲସ୍ ପାର୍ଟନରସିପ କରିଛନ୍ତି । ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ୨ ଭେଟେରାନ ରୋହିତ ଏବଂ ବିରାଟ କୋହଲି । ଦୁହେଁ ୨୧ ଥରେ ଦିନିକିଆରେ ୧୦୦ରୁ ଅଧିକ ରନର ଭାଗିଦାରୀ ଗଠନ କରିଛନ୍ତି । ଏହା ପରକୁ ଦିଲସାନ-ସାଙ୍ଗାକାର ଯୋଡି (୨୦ଥର) ଏହାପରକୁ ପୁଣି ରୋହିତ-ଶିଖର ଧାୱନ୍ ଯୋଡ଼ି (୧୮ ଥର) ଏବଂ ପଛକୁ ଗିଲକ୍ରିଷ୍ଟ-ହେଡନ୍ ଯୋଡ଼ି ରହିଛନ୍ତି ଯିଏକି ୧୬ ଥର ଶତକୀୟ ପାର୍ଟନରସିପ କରିଛନ୍ତି ।

ରୋ-କୋ ଖେଳିଲେ ୪୦୦ ଅନ୍ତର୍ଜାତୀୟ ମ୍ୟାଚ୍-ଘରୋଇ ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆ ତଥା ସିରିଜର ଅନ୍ତିମ ମ୍ୟାଚ ଲର୍ଡ୍ସ ଗ୍ରାଉଣ୍ଡରେ ଖେଳାଯାଇଥିଲା । ରୋ-କୋ (ରୋହିତ ଶର୍ମା ଓ ବିରାଟ କୋହଲି) ଏହି ମ୍ୟାଚରେ ଏକ ରେକର୍ଡର ଅଧିକାରୀ ହୋଇଥିଲେ । ଉଭୟ ମିଳିତ ଭାବେ ୪୦୦ ଅନ୍ତର୍ଜାତୀୟ ମ୍ୟାଚ (ଟେଷ୍ଟ,ଦିନିକିଆ ଓ ଟି-ଟ୍ୱେଣ୍ଟି) ଖେଳିଥିଲେ । ରୋହିତ ଦିନିକିଆରେ ନିଜକୁ ଜଣେ ଦୁର୍ଦ୍ଧର୍ଷ ବ୍ୟାଟର ଭାବେ ପ୍ରମାଣିତ କରିଛି । ଲର୍ଡ୍ସରେ ସେ ଚମତ୍କାର ଶତକୀୟ ପାଳି ଖେଳିଥିଲେ । ସେମିତି କୋହଲି ସବୁ ଫର୍ମାଟରେ ନିଜର ଦବଦବା ଜାହିର କରିଛନ୍ତି ଏବଂ ଗୋଟିଏ ପରେ ଗୋଟିଏ ପୂର୍ବ ରେକର୍ଡ ଭଙ୍ଗ କରି ନୂଆ ରେକର୍ଡର ଅଧିକାରୀ ହୋଇ ଚାଲିଛି ।

ଏହା ବି ପଢନ୍ତୁ...Rohit Sharma: ରୋହିତଙ୍କ ଧୂଆଁଧାର ଶତକ ପରେ କାନ୍ଦି ପକାଇଲେ ପତ୍ନୀ ରିତିକା, ଅବସର ଗୁଜବ ଭିତରେ ହିଟ୍ମ୍ୟାନ୍ଙ୍କ ବିସ୍ଫୋରଣ  

ଲର୍ଡ୍ସରେ ୭୪୭ ରନ୍ ରେକର୍ଡ- କ୍ରିକେଟ୍ ମକ୍କା ଲର୍ଡ୍ସରେ ରନ୍ ରକେର୍ଡ ହୋଇଛି । ଭାରତ ଏବଂ ଇଂଲଣ୍ଡ ଏହି ଗ୍ରାଉଣ୍ଡରେ ମୋଟ୍ ୭୪୭ ରନ୍ କରିଥିଲେ । ଯାହା ଏ ପର୍ଯ୍ୟନ୍ତ ଏହି ଗ୍ରାଉଣ୍ଡରେ ଦିନିକିଆ କ୍ରିକେଟରେ ଉଭୟ ଟିମ୍ ଦ୍ୱାରା ହୋଇଥିହା ସର୍ବାଧିକ ସ୍କୋର । ଏହା ପୂର୍ବରୁ ଗ୍ରାଉଣ୍ଡରେ ସର୍ବାଧିକ ସ୍କୋର ୬୫୫ ଥିଲା । ଗତ ବର୍ଷ ଇଂଲଣ୍ଡ ବନାମ ଦକ୍ଷିଣ ଆଫ୍ରିକା ମ୍ୟାଚରେ ହୋଇଥିଲା । ଗତକାଲି ଭାରତ ଏବଂ ଇଂଲଣ୍ଡ ପ୍ରଥମ ଟିମ୍ ଯିଏକି ଗ୍ରାଉଣ୍ଡରେ ସ୍କୋରକୁ ୭୦୦ ପାର୍ କରିଛନ୍ତି ।