ନୂଆଦିଲ୍ଲୀ,୨୯।୩: ଭାରତ ସରକାରଙ୍କ ସାଇବର ସୁରକ୍ଷା ଏଜେନ୍ସି ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ ଜାରି କରିଛି, ଯେଉଁଥିରେ ସ୍ମାର୍ଟଫୋନ୍, ଟାବଲେଟ୍, କମ୍ପ୍ୟୁଟର ଏବଂ ସ୍ମାର୍ଟୱାଚ୍ ବ୍ୟବହାରକାରୀଙ୍କୁ ସତର୍କ ରହିବାକୁ କୁହାଯାଇଛି। ଏହି ଚେତାବନୀ ଇଣ୍ଡିଆନ୍ କମ୍ପ୍ୟୁଟର ଏମର୍ଜେନ୍ସି ରେସପନ୍ସ ଟିମ୍ ଦଳ (CERT-In) ଦ୍ୱାରା ଜାରି କରାଯାଇଛି ଏବଂ ଏହା ଆପଲ୍ ଡିଭାଇସଗୁଡ଼ିକ ପାଇଁ ରହିଛି।
ଏହି ଚେତାବନୀ iPhone, iPad, Mac, ଏବଂ Apple Watch ଡିଭାଇସଗୁଡ଼ିକରେ ଅନେକ ଦୁର୍ବଳତା ଚିହ୍ନଟ କରିଛି୨୬ ମାର୍ଚ୍ଚ ୨୦୨୬ ରେ ଏହାକୁ ନେଇ ଆଡଭାଇଜରୀ ଜାରି କରାଯାଇଛି।
CERT-In ର ଆଡଭାଇଜରୀରେ କୁହାଯାଇଛି ଯେ ଏହି ଦୁର୍ବଳତାଗୁଡ଼ିକୁ ସାଇବର ଅପରାଧୀମାନେ ବ୍ୟବହାର କରିପାରିବେ, ଯେଉଁମାନେ ଡିଭାଇସରେ ସଂରକ୍ଷିତ ସମ୍ବେଦନଶୀଳ ଡାଟା ଚୋରି କରିପାରିବେ, ଏପରିକି ବ୍ୟାଙ୍କ ବିବରଣୀ ମଧ୍ୟ ପାଇପାରିବେ।
CERT-In ଦ୍ୱାରା ଜାରି କରାଯାଇଥିବା ଆଡଭାଇଜରୀରେ କୁହାଯାଇଛି ଯେ ଏହି ଦୁର୍ବଳତାଗୁଡ଼ିକ Apple ର ସଫ୍ଟୱେର୍ ଇକୋସିଷ୍ଟମର ବିଭିନ୍ନ ଅଂଶ ମଧ୍ୟରେ ରହିଛି, ଯେଉଁଥିରେ ସିଷ୍ଟମ୍ କମ୍ପୋନେଣ୍ଟ ଏବଂ ସିକ୍ୟୁରିଟି ମେକାନିଜିମ୍ ରହିଛି। ଏହି କାରଣରୁ ସାଇବର ଆଟାକର ସିଷ୍ଟମ୍ ନିୟନ୍ତ୍ରଣ କରିବାକୁ କିମ୍ବା ସିକ୍ୟୁରିଟି ଓ୍ବାଲ୍କୁ ବାଇପାସ୍ କରିପାରନ୍ତି।
ଆପଲର ବହୁ ଡିଭାଇସ୍ ଓ ପୁରୁଣା ସଫ୍ଟଓ୍ବେର ଭର୍ସନକୁ ବିପଦ
୧- iOS ଏବଂ iPadOS (26.4 t 18.7.7ପୂର୍ବ ଭର୍ସନ)
୨-macOS Tahoe (26.4 ପୂର୍ବର ଭର୍ସନ)
୩-macOS Sequoia (15.7.5 ପୂର୍ବ ଭର୍ସନ)
୪-macOS Sonoma (14.8.5 ପୂର୍ବ ଭର୍ସନ)
୫-Safari (26.4 ପୂର୍ବ ଭର୍ସନ)
୬-watchOS, tvOS, ଏବଂ visionOS (26.4 ପୂର୍ବ ଭର୍ସନ)
Apple Xcode (26.4 ପୂର୍ବ ଭର୍ସନ)
CERT-In ର ପରାମର୍ଶଦାତା କହିଛନ୍ତି ଯେ ଏହି ଦୁର୍ବଳତାଗୁଡ଼ିକ ବିଭିନ୍ନ ଉପାୟରେ ଡିଭାଇସଗୁଡ଼ିକୁ କ୍ଷତି ପହଞ୍ଚାଇପାରେ। ଆସନ୍ତୁ ସେଗୁଡ଼ିକୁ ବିଷୟରେ ଜାଣିବା
-ଡାଟା ଚୋରି
- ମାଲୱେର ବ୍ୟାପିବା
- ଡିଭାଇସ୍ କ୍ରାସ୍ ଏବଂ ବିନା ଅନୁମତିରେ ଆକ୍ସେସ ମିଳିପାରେ।
CERT-In ସମସ୍ତ ୟୁଜରଙ୍କୁ ପରାମର୍ଶ ଦେଇଛି ଯେ, ସେମାନେ ତୁରନ୍ତ ସେମାନଙ୍କର Apple ଡିଭାଇସଗୁଡ଼ିକୁ ଲାଟେଷ୍ଟ ସିଷ୍ଟମରେ ଅପଡେଟ୍ କରନ୍ତୁ। ପ୍ରାୟତଃ, ଲୋକମାନେ ସେମାନଙ୍କର ଡିଭାଇସଗୁଡ଼ିକୁ ଅପଡେଟ୍ କରନ୍ତି ନାହିଁ। କମ୍ପାନୀଗୁଡ଼ିକ ବାରମ୍ବାର ସୁରକ୍ଷା ଅପଡେଟ୍ ଜାରି କରନ୍ତି ଯାହା ନୂତନ ବିପଦରୁ ସୁରକ୍ଷା ଦେବାରେ ସାହାଯ୍ୟ କରେ।