କଟକ, ୬।୧୨ : ଜାନୁଆରୀ ୨୦ତାରିଖରେ ଅନୁଷ୍ଠିତ ହେବ ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଏସଟିଇଟି)। ପରୀକ୍ଷା ପାଇଁ ଇଚ୍ଛୁକ ଥିବା ଆଶାୟୀ ପ୍ରାର୍ଥୀମାନେ ଆଜିଠାରୁ ଅବେଦନ କରିପାରିବେ। ଆସନ୍ତା ୧୭ ତାରିଖ ଆବେଦନର ଶେଷ ତାରିଖ ରହିଛି। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ପକ୍ଷରୁ ସମୟ ଧାର୍ଯ୍ୟ କରାଯାଇଛି।
ଆଶାୟୀମାନେ ଜାନୁଆରୀ ୧୦ ତାରିଖରେ ବୋର୍ଡ ୱେବସାଇଟରୁ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ। ଜାନୁଆରୀ ୨୦ତାରିଖରେ ପରୀକ୍ଷା ହେବ। ଓଏସଏସଟିଇଟିର ଦୁଇଟି ପେପରରେ ପରୀକ୍ଷା ହେବ। ପ୍ରଥମ ପେପର ପରୀକ୍ଷା ସକାଳ ୯ ଟାରୁ ଆରମ୍ଭ ହୋଇ ସାଢେ ୧୧ଟା ପର୍ଯ୍ୟନ୍ତ ଚାଲିବ। ସେହିପରି ଦ୍ଵିତୀୟ ପେପର ପରୀକ୍ଷା ଅପରାହ୍ନ ୨ଟାରୁ ୪ଟା ଯାଏ ଚାଲିବ ବୋଲି ବୋର୍ଡ ପକ୍ଷରୁ ସମୟ ନିର୍ଘଣ୍ଟ ଜାରି କରାଯାଇଛି।