PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ହଜାର ହଜାର ବର୍ଷ ପୁରୁଣା କବରସ୍ତାନର ଖନନ: ମିଳିଲା ବସ୍ତି ଏବଂ କଙ୍କାଳ

ନୂଆଦିଲ୍ଲୀ ୨୯/୯: ସ୍ଲୋଭାକିଆ ଦେଶରେ ପ୍ରତ୍ନତତ୍ତ୍ୱବିତଙ୍କୁ ଏମିତି କିଛି ମିଳିଛି ଯାହା ସମ୍ପର୍କରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପଶ୍ଚିମ ସ୍ଲୋଭାକିଆର Vráble ଟାଉନରେ ପ୍ରତ୍ନତତ୍ତ୍ୱବିତମାନେ ଏକ ପୁରୁଣା କବରସ୍ତାନର ସନ୍ଧାନ କରିଛନ୍ତି । ଏହା ଅନେକ ହଜାର ବର୍ଷ ପୁରୁଣା ବୋଲି କୁହାଯାଉଛି । ପ୍ରତ୍ନତତ୍ତ୍ୱବିତଙ୍କୁ ସାଇଟରେ ପ୍ରାୟ ୩୬ଟି ବିନା ମୁଣ୍ଡର କଙ୍କାଳ ମିଳିଛି । କୁହାଯାଉଛି କି ଯେଉଁ ଲୋକମାନଙ୍କ ଏହି କଙ୍କାଳ ସେମାନେ ୫୨୫୦-୪୯୫୦ ଖ୍ରୀଷ୍ଟପୂର୍ବ ସମୟରେ ଏଠାରେ ରହୁଥିଲେ ।

ପ୍ରତ୍ନତତ୍ତ୍ୱବିତଙ୍କୁ ମଧ୍ୟ ୟୁରୋପର ସବୁଠାରୁ ବଡ ନିଓଲିଥିକ ବସ୍ତିର ଖନନ ସମୟରେ ଏହି କଙ୍କାଳ ସବୁ ମିଳିଛି । ସ୍ଲୋଭାକିଆର ଏହି ଟାଉନରେ ସ୍ଲୋଭାକ ଏବଂ ଜର୍ମାନ ପ୍ରତ୍ନତତ୍ତ୍ୱବିତ ଏକାଠି ମିଶି ପ୍ରସ୍ତର ଯୁଗର ସବୁଠାରୁ ବଡ ବସ୍ତିକୁ ନେଇ ସନ୍ଧାନ କରୁଛନ୍ତି । ପ୍ରତ୍ନତତ୍ତ୍ୱବିତଙ୍କ ସୂଚନା ଅନୁସାରେ ଏହି ସମସ୍ତ ଲୋକଙ୍କୁ କୌଣସି କଲ୍ଟ ସେଲିବ୍ରେଶନ ସମୟରେ ମାରିଦିଆଯାଇଥିବ ।

ଗତ ୭ ବର୍ଷରେ ଜାରି ଖନନ ଏବଂ ସର୍ଭେରେ ୧୨୦ ଏକରରେ ବ୍ୟାପିଥିବା ଏହି ବସ୍ତିରେ ଏପର୍ଯ୍ୟନ୍ତ ୩୦୦ରୁ ବଡ ଘରର ସନ୍ଧାନ ମିଳିଛି । ଏଥିରୁ ୫୦ରୁ ୭୦ ଘର ଏମିତି ଥିଲା ଯାହାକି ସେ ସମୟରେ ବ୍ୟବହାର ହେଉଥିଲା । ପ୍ରତି ବସ୍ତିରେ ସୁରକ୍ଷାକୁ ନଜରରେ ରଖି ଚାରିପଟେ ବାଡ ବା ପାଚେରୀ ବ୍ୟବସ୍ଥା କରାଯାଇଛି । ବସ୍ତିରେ ପଶିବା ପାଇଁ ୬ଟି ରାସ୍ତା ଅଛି ଯାହା ସୁରକ୍ଷା ପାଇଁ ପ୍ରସ୍ତୁତ ହୋଇଥିବା ଗାତ ମଧ୍ୟ ଦେଇ ଯାଉଛି । ଗତ ଖନନରେ ଏହି ସ୍ଥାନରେ ଅନେକ ଅଲଗା ଅଲଗା ସମାଧିର ମଧ୍ୟ ସନ୍ଧାନ ମିଳିଥିଲା ।

ଏବେ ଏହି ଖନନରେ ପ୍ରତ୍ନତତ୍ତ୍ୱବିତଙ୍କୁ ବସ୍ତି ଭିତରକୁ ଯାଉଥିବା ରାସ୍ତା ପାଖରେ ଖାଇରେ ପ୍ରାୟ ୩୬ ଜଣଙ୍କ ଅବଶେଷ ମିଳିଛି । ଏହି ସମସ୍ତ କଙ୍କାଳର ମୁଣ୍ଡ ନାହିଁ । ତେବେ ସବୁଥିରେ ହାତ ଗୋଡ ଅଛି । ଏଥିରେ ପୁରୁଷଙ୍କ ସମେତ ମହିଳା ଏବଂ ଶିଶୁଙ୍କ କଙ୍କାଳ ମଧ୍ୟ ସାମିଲ ରହିଥିବା ଜଣାପଡିଛି । ତେବେ କେବଳ ଗୋଟିଏ ଶିଶୁର କଙ୍କାଳରେ ମୁଣ୍ଡ ମିଳିଛି । ବର୍ତ୍ତମାନ ସମସ୍ତ ଅବଶେଷକୁ ଟିମ ଯାଞ୍ଚ ପାଇଁ ନେଇଛି । ଖୁବ୍ ଶୀଘ୍ର ସେମାନଙ୍କ ଯାଞ୍ଚ ଆରମ୍ଭ ହୋଇଯିବ, ଯାହା ପରେ ଅନୁମାନ କରାଯାଉଛି କି ଏମିତି କିଛି ସୂଚନା ମିଳିପାରିବ ଯାହା ପ୍ରତ୍ନତତ୍ୱବିତଙ୍କୁ ଆଗକୁ ସନ୍ଧାନ ଜାରି ରଖିବାରେ ସାହାଯ୍ୟ କରିବ ।