ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍

ଭୁବନେଶ୍ୱର, ୦୯/୧୨: ମାୟାବିନୀ ଅର୍ଚ୍ଚନା ନାଗ ମାମଲାରେ ଗୁରୁବାର ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହୋଇଥିଲେ ଠିକାଦାର ପବିତ୍ର ପାତ୍ର । ଇଡି ଅଫିସକୁ ସାଙ୍ଗରେ କିଛି କାଗଜପତ୍ର ନେଇ ଆସିଥିଲେ । ୩ ଘଣ୍ଟା ଇଡି କାର୍ଯ୍ୟାଳୟ ରହିଥିଲେ । ଅର୍ଚ୍ଚନାଙ୍କ ସତ୍ୟବିହାର ଘର କାମ କରିବା ସମୟରେ ହୋଇଥିବା ଟଙ୍କା କାରବାର ବିଷୟରେ ଇଡି ପବିତ୍ରଙ୍କୁ ଜେରା କରିଥିଲା ।
ଅର୍ଚ୍ଚନା ଘର ତିଆରି କାମ ପବିତ୍ର ନେଇଥିଲା । ୨୦୨୦ରୁ ୨୦୨୧ ମିହାରେ ଉକ୍ତ ଘର କାମ (କୋରହାଉସ୍) ପାଇଁ ସେ ୪୦ ଲକ୍ଷ ଅନ୍ଲାଇନ୍ ମାଧ୍ୟମରେ ନେଇଥିଲେ । ଏବାବଦରେ ଜାଣିବା ପାଇଁ ଇଡି ଦୁଇ ଦିନ ପବିତ୍ରଙ୍କୁ ୧୦ ଘଣ୍ଟା ଜେରା କରି ଛାଡି ଦେଇଥିଲା । ଏ ନେଇ ଇଡି କିଛି କାଗଜପତ୍ର ମାଗିଥିଲା । ସବୁ କାଗଜପତ୍ର ନେଇ ଗୁରୁବାର ଇଡିରେ ପବିତ୍ର ହାଜର ହୋଇଥିଲେ ।
ଇଡି କାର୍ଯ୍ୟାଳୟରୁ ବାହାରିବା ପରେ ଗଣମାଧ୍ୟମକୁ ସେ କହିଥିଲେ, ଇଡି ଅଧିକାରୀମାନେ ବ୍ୟାଙ୍କ୍ ଟ୍ରାଞ୍ଜାକ୍ସନ୍ ନେଇ କାଗଜପତ୍ର ମାଗିଥିଲେ । ସେ ସବୁ ମୁଁ ଦେଇଛି । ସେପଟେ ଅର୍ଚ୍ଚନା ହନିଟ୍ରାପ ମାମଲାରେ ପୁଣି କିଛି ନୂଆ ବିସ୍ଫୋରକ ତଥ୍ୟ ପଦାକୁ ଆସିଛି । ନାଗ ସହ ଜଣେ ପୂର୍ବତନ ରଣଜୀ ପ୍ଲେୟାରଙ୍କ ଲିଙ୍କ୍ ଥିବା ଜଣାପଡ଼ିଛି । ଏହି କ୍ରିକେଟର ଜଣଙ୍କ ଅର୍ଚ୍ଚନାଙ୍କ ସହ ୩ ବର୍ଷ ଧରି ସଂପର୍କରେ ଥିବା ଜଣାପଡିଛି । ଅର୍ଚ୍ଚନା ସହ ତାଙ୍କର ବ୍ୟାବସାୟୀକ ଲିଙ୍କ୍ର ପ୍ରମାଣ ମିଳିଛି । ଅନ୍ୟ ପକ୍ଷରେ ଇଡି ଗତ ସପ୍ତାହରେ ଜଣେ ହୋଟେଲ୍ ମାଲିକଙ୍କୁ ଜେରା କରିଥିଲା । ସେ ହୋଟେଲ୍ ମାଲିକଙ୍କର କିଛି ଅଶ୍ଳୀଳ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।