PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

କୋମାରେ ଥିବା ଅଭିନେତ୍ରୀ ଏଣ୍ଡ୍ରିଲାଙ୍କୁ ସାହାଯ୍ୟ କରିବେ ଅରିଜିତ ସିଂହ

ନୂଆଦିଲ୍ଲୀ ୨୦/୧୧: ବଙ୍ଗୀୟ ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମା ଜୀବନ-ମୃତ୍ୟୁ ସହ ଲଢେଇ କରୁଛନ୍ତି। ଏଣ୍ଡ୍ରିଲା ଏବେ କୋମାରେ ଅଛନ୍ତି ଏବଂ ପରିବାର ଝିଅକୁ ବଞ୍ଚାଇବା ପାଇଁ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଲେଣି। ବର୍ତ୍ତମାନ ବଲିଉଡ୍ ଗାୟକ ଅରିଜିତ ସିଂହ ପରିବାରକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଗାୟକଙ୍କ ଉଦାରତା ଦେଖି ଫ୍ୟାନ୍ସ ବହୁତ ଖୁସି ଅଛନ୍ତି। ସୋସିଆଲ ମିଡିଆରେ ଅରିଜିତଙ୍କ ଏହି ପଦକ୍ଷେପକୁ ଫ୍ୟାନ୍ସ ବହୁତ ପ୍ରଶଂସା କରୁଛନ୍ତି।

୨୫ ବର୍ଷୀୟା ଏଣ୍ଡ୍ରିଲା ଶର୍ମାଙ୍କୁ ନଭେମ୍ବର ୧ ରେ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା। ଯାହା ପରେ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା। ଏଥିସହ ସେ ଅନେକ ଥର ହୃଦ୍‌ଘାତର ଶିକାର ମଧ୍ୟ ହୋଇଥିଲେ। ବର୍ତ୍ତମାନ ସେ କୋମାରେ ଅଛନ୍ତି ଏବଂ ଜୀବନ ମୃତ୍ୟୁ ସହ ଯୁଦ୍ଧ କରୁଛନ୍ତି। ଏଣ୍ଡ୍ରିଲାଙ୍କ ପରିବାର କୌଣସି ସାହାଯ୍ୟ ମାଗିନଥିଲେ ବି ଅଭିନେତ୍ରୀଙ୍କୁ ସାହାଯ୍ୟ କରିବାକୁ ଗାୟକ ଅରିଜିତ ସିଂହ ଆଗକୁ ଆସିଛନ୍ତି। ରିପୋର୍ଟ ଅନୁଯାୟୀ, ଅରଜିତ୍ ଏଣ୍ଡ୍ରିଲାଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଅଭିନେତ୍ରୀଙ୍କ ପରିବାର ସହ ଯୋଗାଯୋଗରେ ଅଛନ୍ତି ଏବଂ ଯଥା ସମ୍ଭବ ସାହାଯ୍ୟ କରିବାକୁ କହିଛନ୍ତି। ଏଣ୍ଡ୍ରିଲା ମୁର୍ସିଦାବାଦର, ଯାହାକି ଅର୍ଜିତ ସିଂହଙ୍କର ମଧ୍ୟ ହୋମ୍ ଟାଉନ୍। ସେଥିପାଇଁ ଅରିଜିତ୍ ଅଭିନେତ୍ରୀଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି।

ଏଣ୍ଡ୍ରିଲା ଶର୍ମା ଅନେକ ଟିଭି ଶୋ’ରେ କାମ କରିଛନ୍ତି। ସେ ୨୦୦୭ ରେ ଟିଭି ଶୋ ‘ଝୁମର’ ସହିତ ଡେବ୍ୟୁ କରିଥିଲେ। ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କର ବହୁତ ଫ୍ୟାନ୍ ଫଲୋଇଙ୍ଗ୍ ଅଛନ୍ତି।