PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ସାମ୍ନାକୁ ଆସିଲା ‘ଅର୍ଜୁନ୍ ପଟିୱାଲା’ର ଦମଦାର ଟ୍ରେଲର, ହସି ହସି ଗଡିବେ

ମୁମ୍ବାଇ ୨୦/୬: କିର୍ତ୍ତୀ ସାନନ୍, ଦିଲଜିତ୍ ଦୋସାଞ୍ଜ ଓ ବରୁଣ ଶର୍ମାଙ୍କ ଫିଲ୍ମ ‘ଅର୍ଜୁନ୍ ପଟିୱାଲା’ର ଦମଦାର ଟ୍ରେଲର ରିଲିଜ ହୋଇଯାଇଛି । ଟ୍ରେଲର ରିଲିଜ ପୂର୍ବରୁ ଫିଲ୍ମ ମେକର୍ସ ଏହାର ପୋଷ୍ଟରକୁ ସେୟାର କରି ପ୍ରମୋଟ୍ କରିଥିଲେ । ପୋଷ୍ଟର ଦେଖିବା ପରେ ଦର୍ଶକଙ୍କ ମଧ୍ୟରେ ଟ୍ରେଲର ପାଇଁ ଉତ୍ସାହ ବଢି ଯାଇଥିଲା । ତେବେ ଟ୍ରେଲର ରିଲିଜ ହେବା ପରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବାକୁ ଲାଗିଛି । ତେବେ ଆପଣଙ୍କୁ କହିରଖୁଛୁ ଅର୍ଜୁନ୍ ପଟିୱାଲା ଏକ କମେଡି ସହିତ ଲଭ୍ ଷ୍ଟୋରୀ ଉପରେ ଆଧାରିତ । ଫିଲ୍ମରେ କିର୍ତ୍ତୀ ସାନନ୍ ଜଣେ ସାମ୍ବାଦିକ ଭୂମିକାରେ ନଜର ଆସିବେ । ଦିଲଜିତ୍ ଓ ବରୁଣ ପୋଲିସ ଭୂମିକାରେ ନଜର ଆସିବେ ।

ଫିଲ୍ମରେ କିର୍ତ୍ତୀ ସାନନ, ଦିଲଜିତ୍ ଦୋସାଞ୍ଜ ଓ ବରୁଣ ଶର୍ମାଙ୍କ ବ୍ଯତୀତ ସନି ଲିଓନି ମଧ୍ଯ ଏକ ଆଇଟମ୍ ନମ୍ବରରେ ନଜର ଆସିବେ । ଟ୍ରେଲରରେ ସନ୍ନି ଲିଓନି ନଜର ଆସୁଛନ୍ତି । ତେବେ ଟ୍ରେଲର ଦେଖି ଅନୁମାନ ହେଉଛି ଦର୍ଶକ ହଲରେ ହସିହସି ଗଡିଯିବେ । ପ୍ରଥମ ଥର ପାଇଁ କିର୍ତ୍ତୀ ଓ ଦିଲଜିତ୍ ଏକାଠି ନଜର ଆସିବେ ।

ଫିଲ୍ମକୁ ରୋହିତ ଜୁଗରାଜ ନିର୍ଦ୍ଦେଶନା ଦେଇଛନ୍ତି । ଭୁଷଣ କୁମାର, କୃଷ୍ଣ କୁମାର, ଦିନେଶ ବିଜାନ ଓ ସନ୍ଦୀପ ଲେଜେଲ ମିଶି ଏହି ଫିଲ୍ମକୁ ପ୍ରଡ୍ଯୁସ୍ କରିବେ । ଫିଲ୍ମଟି ୨୬ ଜୁଲାଇରେ ସିନେମା ଘରେ ମୁକ୍ତିଲାଭ କରିପାରେ । ଏହା ପରେ ଦିଲଜିତ୍ ଦୋସାଞ୍ଜ ଅକ୍ଷୟ କୁମାର ଓ କରୀନା କପୁରଙ୍କ ଆଗାମୀ ଫିଲ୍ମ ‘ଗୁଡ୍ ନ୍ଯୁଜ’ରେ ନଜର ଆସିବେ ।

ସମ୍ବନ୍ଧିତ ଖବର