ମୁମ୍ବାଇ,୫/୩ : କ୍ରିକେଟ କିମ୍ବଦନ୍ତୀ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କ ବିବାହ ସରିଛି । ଏହି ମାଙ୍ଗଳିକ କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ । ବଲିଉଡ ସହ କ୍ରୀଡ଼ା ଜଗତ ଏବଂ ଭିଆଇପି ମାନେ ଏଥିରେ ଯୋଗ ଦେଇଥିଲେ । ତେବେ ସଚିନଙ୍କ ଝିଅ ସାରା ତେନ୍ଦୁଲକର ଗୋଲାପୀ ଶାଢ଼ୀ ପିନ୍ଧିଥିବା ନଜର ଆସିଥିଲେ । ସିମ୍ପୂଲ ଲୁକ୍ ପାଇଁ ବେଶ ସୁନ୍ଦର ଦିଶୁଥିଲେ ସାରା । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ୟୁଜର୍ସମାନେ ଏହାକୁ ଲାଇକ୍ କମେଣ୍ଟ କରୁଥିବା ଦେଖିବାକୁ ମିଳିଛି ।
ସେପଟେ ଅର୍ଜୁନ ଏବଂ ସାନିଆଙ୍କ ବିବାହର ପ୍ରଥମ ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଉତ୍ସାହର ସହ ଫ୍ୟାନ୍ସମାନେ ଏହି ଫଟୋକୁ ଆଗ୍ରହର ସହ ଚାହିଁ ବସିଥିଲେ । ଉଭୟ ସମାନ ରଙ୍ଗର ପୋଷାକ ପିନ୍ଧିଥିବାବେଳେ ସରଳ ଲୁକରେ ନଜର ଆସିଥିଲେ । ଅର୍ଜୁନ ତେନ୍ଦୁଲକର ଏକ ଧଳା ପାଇଜାମା ସାଙ୍ଗକୁ ଲାଲ ରଙ୍ଗର ଶେରଓ୍ବାନୀ ପିନ୍ଧିଥିବାବେଳେ ମୁଣ୍ଡରେ ଏକ ତିଳକ ଲଗାଇଥିଲେ । ସାନିଆ ମଧ୍ୟ ଲାଲ ରଙ୍ଗର ଶାଢ଼ୀ ପିନ୍ଧିଥିବା ଦେଖିବାକୁ ମିଳିଛି । ଯେଉଁଥିରେ ସେ ବେଶ ସୁନ୍ଦର ମଧ୍ୟ ଦିଶୁଛନ୍ତି ।