PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ଏୟାରପୋର୍ଟରୁ ୪୦ ନିୟୁତ ଡଲାର୍ ମୂଲ୍ୟର ସୁନା ଏବଂ ଧାତୁ ଗାଏବ

ସାଓ ପାଓଲୋ ୨୬।୭: ଦକ୍ଷିଣ ଆମେରିକାର ବିମାନ ବନ୍ଦରରେ ସଶସ୍ତ୍ର ଦୁର୍ବୃତ୍ତମାନେ ଦୁଇ ଜଣ ବ୍ୟକ୍ତିଙ୍କୁ ପଣବନ୍ଦୀ ରଖି ସାଓ ପାଓଲୋ ମାଲବାହୀ ବିମାନ ଟର୍ମିନାଲ୍‌ରୁ ୪୦ ନିୟୁତ ଡଲାର୍‌ ମୂଲ୍ୟର ସୁନା ଓ ଅନ୍ୟ ମୂଲ୍ୟବାନ ଧାତୁ ଚୋରାଇ ନେଇଛନ୍ତି।

ସିକ୍ୟୁରିଟି ଫୁଟେଜ୍‌ରୁ ଜଣାପଡ଼ିଛି ଯେ, ବ୍ରାଜିଲ୍‌ ଫେଡେରାଲ୍‌ ପୁଲିସ ପୋଷାକ ପରି ପୋଷାକ ପିନ୍ଧି କେତେକ ସନ୍ଦିଗ୍ଧ କଳା ପିକ୍‌ଅପ୍‌ ଟ୍ରକ୍‌ ନେଇ ଗୁଆରୁଲ୍‌ହୋସ୍‌ ବିମାନ ବନ୍ଦରରେ ପହଞ୍ଚିଥିଲେ। ମୁହଁ ଘୋଡ଼ାଇ ଥିବା ଚାରିଜଣ ଲୋକ ଗାଡ଼ିରୁ ବାହାରିଥିଲେ। ସେମାନଙ୍କ ହାତରେ ଥିଲା ରାଇଫଲ୍‌ଟିଏ। ସେମାନେ ଏୟାର୍‌ପୋର୍ଟର କର୍ମଚାରୀଙ୍କ ସହ ଧସ୍ତାଧସ୍ତି କରି ମାଲ୍‌ପତ୍ର ସବୁ ପିକ୍‌ଅପ୍‌ ଟ୍ରକ୍‌ରେ ଭରି ଥିଲେ।  

ଏୟାର୍‌ପୋର୍ଟ ପୁଲିସ କହିବାନୁସାରେ, ଚୋରମାନେ ପ୍ରାୟ ୭୫୦ କିଲୋ ସୁନା ଏବଂ ଅନ୍ୟାନ୍ୟ ଦାମିକା ଧାତୁ ନେଇ ପଳାଇଛନ୍ତି। ଏଥିପାଇଁ ସେମାନେ ବିମାନ ବନ୍ଦରର ଦୁଇ ଜଣ କର୍ମଚାରୀଙ୍କୁ ପଣବନ୍ଦୀ ରଖିଥିଲେ।

ସମ୍ବନ୍ଧିତ ଖବର