ଆଜି ଅର୍ଥ ବିଭାଗ ଦାୟିତ୍ବକୁ ଫେରିଲେ ଅରୁଣ ଜେଟଲୀ

ନିଆଦିଲ୍ଲୀ,୧୫/୨: ପ୍ରାୟ ମାସେ ହେବ ଯୁକ୍ତରାଷ୍ଟ୍ର ଆମେରିକାରେ ଚିକିତ୍ସିତ ହୋଇ ଆସିବା ପରେ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀ ଶୁକ୍ରବାର ଦିନ ପୁଣି ଅର୍ଥମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବେ। ଜେଟଲୀଙ୍କ ଅନୁପସ୍ଥିତିରେ ତାଙ୍କ ବିଭାଗ ଫାଇନାନ୍ସ୍ ଆର୍ଡ୍ କର୍ପୋରେଟ୍ ଆଫାୟାର୍ସ ସାମୟିକ ଭାବେ ରେଳବାଇ ମନ୍ତ୍ରୀ ଆୟୁଷ ଗୋୟଲଙ୍କୁ ଦିଆଯାଇଥିଲା।
ନ୍ୟୁୟର୍କ ଠାରେ ଚିକିତ୍ସିତ ହୋଇ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲି ଫେବ୍ରୁଆରି ୯ ତାରିଖ ଦିନ ଭାରତକୁ ଫେରି ଆସିଥିଲେ।
ବିଭାଗ ନ ଥାଇ ମନ୍ତ୍ରୀ ପାହ୍ୟାରେ ଥିବା ଜେଟଲିଙ୍କର ଗତ ବର୍ଷ ଅଖିଳଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନରେ ବୃକ୍କ ପ୍ରତିରୋପଣ କରାଯାଇଥିଲା। ଭାରତ ବାହାରେ ଥିଲେ ମଧ୍ୟ ଜେଟଲି ଟ୍ବିଟରରେ ସକ୍ରିୟ ଥିଲେ ମଧ୍ୟ ନିୟମିତ ତାଙ୍କ ବ୍ଲଗ୍ ପୋଷ୍ଟ କରୁଥିଲେ।