ଭୁବନେଶ୍ୱର,୨୭ ।୧(ବ୍ୟୁରୋ): ଆସନ୍ତା ୩୧ ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ଭୁବନେଶ୍ୱର ଆସିବେ । ଏ ନେଇ ଆମ୍ ଆଦମୀ ପାର୍ଟି(ଆପ୍)ର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ସୂଚନା ଦେଇଛନ୍ତି । ସେହିଦିନ ଅପରାହ୍ନରେ ଲୋୟର୍ ପିଏମଜିରେ ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ଆୟୋଜିତ ହେବାକୁ ଥିବା ସାଧାରଣ ସଭାରେ ଶ୍ରୀ କେଜରିୱାଲ୍ ଯୋଗ ଦେବେ । ସନ୍ଧ୍ୟାରେ ସେ ସ୍ଥାନୀୟ ବୁଦ୍ଧିଜୀବୀ ଓ ଦଳୀୟ କର୍ମୀଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । କେଜ୍ରିୱାଲ୍ଙ୍କ ସହିତ ଆପର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ମଧ୍ୟ ଆସିବେ । ଓଡ଼ିଶାରେ ସାମାଜିକ ନ୍ୟାୟ ଅଭିଯାନକୁ ମଜବୁତ୍ କରିବା ସହିତ ଏକ ବିକଳ୍ପ ରାଜନୀତି ପାଇଁ ଆପର ରାଷ୍ଟ୍ରୀୟ ନେତା ଅନ୍ୟାନ୍ୟ ସମଭାବାପନ୍ନ ଦଳଗୁଡିକ ସହିତ ଆଲୋଚନା କରିବେ ବୋଲି ମଧ୍ୟ ଜଣାପଡିଛି ।

ନିର୍ବାଚନ ଫଳାଫଳ ପୂର୍ବରୁ ସିଏମ୍ ଶିବରାଜ ଡାକିଲେ କ୍ୟ...