PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ବଲିଉଡରେ ଅମିତାଭଙ୍କ ୫୦ ବର୍ଷ ପୂରଣ, ଅଭିଷେକ ଲେଖିଲେ ଭାବପୂର୍ଣ୍ଣ ଚିଠି

ମୁମ୍ବାଇ,୧୫।୨: ବଲିଉଡର ମହାନାୟକ ବିଗ୍ ବି ଅମିତାଭ ବଚ୍ଚନ ଆଜି ଇଣ୍ଡଷ୍ଟ୍ରୀରେ ପୂରଣ କରିଛନ୍ତି ୫୦ ବର୍ଷ।  ‘ସାତ ହିନ୍ଦୁସ୍ତାନୀ’ ଫିଲ୍ମରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ବିଗ୍ ବି।  ଏହି ଅବସରରେ ଅମିତାଭଙ୍କ ପୁଅ ଅଭିଷେକ ବଚ୍ଚନ ତାଙ୍କ ବାପାଙ୍କୁ ଶୁଭେଚ୍ଛା ଜଣାଇବା ସହ ଖୁବ୍ ଭାବପୂର୍ଣ୍ଣ ଶବ୍ଦରେ   ଇନଷ୍ଟାଗ୍ରାମରେ ଏକ ଚିଠି ଲେଖିଛନ୍ତି । ସେ ଉଲ୍ଲେଖ କରିଛନ୍ତି ‘ମୋର ଆଇକନ୍ ମୋର ବାପା, ମୋର ବନ୍ଧୁ, ପଥପ୍ରଦର୍ଶକ, ସବୁଠାରୁ ବଡ ସମାଲୋଚକ, ସମର୍ଥକ, ମୋର ଆଇଡଲ ଓ ହିରୋ। ୫୦ ବର୍ଷ ପୂର୍ବରୁ ଏହି ଦିନ ସେ ଫିଲ୍ମ ଦୁନିଆକୁ ଆସିଥିଲେ। ଯେତେବେଳେ ସେ ପ୍ରଥମେ ଆସିଥିଲେ ସେଭଳି ଉତ୍ସାହ ଆଜି ବି ତାଙ୍କ ପାଖରେ ରହିଛି। ପ୍ରିୟ ପା ଆମେ ଆପଣଙ୍କ ସେହି ପ୍ରତିଭା, ଉତ୍ସାହ ଓ ବୁଦ୍ଧିମତାର ଦିନକୁ ପାଳନ କରୁଛୁ। ଆପଣଙ୍କୁ ଆଗାମୀ  ୫୦ ବର୍ଷ ପର୍ଯ୍ୟନ୍ତ ଏଭଳି କାମ କରୁଥିବାର ଦେଖିବାକୁ ଚାହେଁ।ଏହାପରେ ଅଭିଷେକ ଆହୁରି ଲେଖିଛନ୍ତି ଯେ, ମୁଁ ଆପଣଙ୍କ ଠାରୁ ବହୁତ କିଛି ଶିଖିବାକୁ ପାଇଛି। ଆଜି ଯେତେବେଳେ ସକାଳେ ଉଠିଲି ଓ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ଯାଉଥିଲି ତାଙ୍କୁ ପ୍ରସ୍ତୁତ ହୋଇ ବାହାରକୁ ଯାଉଥିବାର ଦେଖିଲି।  ପଚାରିଲି କୁଆଡେ ଯାଉଛନ୍ତି? ସେ କହିଲେ କାମକୁ ଯାଉଛି। ଏହା ହେଉଛି ଜଣେ ଅଭିନେତାର  ସବୁଠାରୁ ବଡ ଉପଲବ୍ଧି ବୋଲି କହିଛନ୍ତି ଅଭିଷେକ। ଏଠାରେ ଉଲ୍ଲେଖନୀୟ ଯେ, ଖୁବ୍ ଶୀଘ୍ର ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ବଦଲା’ ରିଲିଜ୍ ହେବାକୁ ଯାଉଛି। ଯାହାକୁ ନେଇ ବିଗ୍ ବି ଖୁବ୍ ଉତ୍ସାହିତ। ଅଭିଷେକ ବଚ୍ଚନଙ୍କ ସହ ସେ ବଣ୍ଟି ଔର ବବଲି, ସରକାର ଏବଂ ପା ଭଳି ଫିଲ୍ମରେ ଅଭିନୟ କରିସାରିଛନ୍ତି।

View this post on Instagram

ICON! To me, he's so much more. My father, best friend, guide, best critic, greatest support, idol….. HERO! 50 years today he started his journey in films. Even today, his passion and love for his craft and work is the same as I'm sure it was on the first day. Dearest Pa, today we celebrate you, your talent, your passion, your brilliance and your immense influence. Can't wait to see what you have in store for the next 50 years. The coolest thing he taught me today…. As I went, in the morning to wish him for completing 50 years of being an actor and to tell him that I was leaving for work- I asked him where he was all ready to go to? He said….. To work! ? . . . . #50yrsofBigB #amitabhbachchan #BigB

A post shared by Abhishek Bachchan (@bachchan) on

ସମ୍ବନ୍ଧିତ ଖବର