ଏହି ପାକିସ୍ତାନୀ ଅମ୍ପାୟରଙ୍କୁ ବିସିସିଆଇ କରିଥିଲା ବ୍ୟାନ୍, ଏବେ ବିକ୍ରି କରୁଛନ୍ତି ଜୋତା

ନୂଆଦିଲ୍ଲୀ,୨୪।୬: ପାକିସ୍ତାନର ଜଣେ ପ୍ରସିଦ୍ଧ ଅମ୍ପାୟରଙ୍କ ଭିତରେ ଅଛନ୍ତି ଅସଦ ରଉଫ୍। ଅସଦ୍ ନିଜର ୧୩ ବର୍ଷର କ୍ୟାରିୟରରେ ୪୯ ଟେଷ୍ଟ, ୯୮ଟି ଓ୍ବାନଡେ ଓ ୨୩ଟି ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚ୍ରେ ଅମ୍ପାୟରିଂ କରିଥିଲେ। ଏବେ ଅସଦ ରଉଫଙ୍କ ଜୀବନ ଖୁବ୍ ବଦଳି ସାରିଛି ଓ ସେ ଲାହୋରର ଏକ ବଜାରରେ ଜୋତା ଦୋକାନ ଚଳାଉଛନ୍ତି। ରଉଫ୍ଙ୍କୁ ଏବେ କ୍ରିକେଟ୍ ଖେଳିବାରେ କୌଣସି ଇଛା ମଧ୍ୟ ନାହିଁ।
ଅସଦ ରଉଫ୍ ଏକ ପାକିସ୍ତାନୀ ଚ୍ୟାନେଲ ସହିତ କଥା ହୋଇ କହିଛନ୍ତି, ମୁଁ ସାରା ଜୀବନ ଯେତେବେଳେ ଖେଳିଦେଲି ଏବେ କାହାକୁ ଦେଖିବାର ଅଛି ? ମୁଁ ୨୦୧୩ ପରେ କ୍ରିକେଟକୁ ବିଲକୁଲ ହିଁ…. କାରଣ ମୁଁ ଯେଉଁ କାମ ଛାଡିଦିଏ ତାକୁ ଛାଡି ଦିଏ। ମୁଁ ଏଠାରେ ଏକ ଛୋଟ ସେଟଅପ୍ ରଖିଛି। ଦେଖନ୍ତୁ କାମ ମଧ୍ୟ କରିବାର ଅଛି। ମୋର ଦେହରେ ଯେଉଁ ପର୍ଯ୍ୟନ୍ତ ଜୀବନ ରହିଛି କାମ କରିବି। ମୋତେ ଏବେ ୬୬ ବର୍ଷ ଓ ଏବେ ବି କାମ କରୁଛି। ଲୋକଙ୍କୁ କାମ କରିବା ଦରକାର, ଯଦି ଆପଣ କାମ ଛାଡି ଦେବେ ତେବେ ଘରେ ବସିଯିବେ।’
ଉଲ୍ଲେଖନୀୟ ଯେ, ରଉଫ୍ଙ୍କ ଉପରେ ୨୦୧୬ ରେ ବିସିସିଆଇ ୫ ବର୍ଷ ପାଇଁ କଟକଣା ଲଗାଇଥିଲା। ସେତେବେଳେ ଅନୁଶାସନ ସମିତି ତାଙ୍କୁ ଭ୍ରଷ୍ଟାଚାରରେ ସାମିଲ ହେବା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲା। ରଉଫ୍ ବୁକିଙ୍କଠାରୁ ମୂଲ୍ୟବାନ ଉପହାର ଗ୍ରହଣ କରିଥିଲେ ଓ ୨୦୧୩ ରେ ଆଇପିଏଲ ବେଳେ ମ୍ୟାଚ୍ ଫିକ୍ସିଂ କାଣ୍ଡରେ ମଧ୍ୟ ତାଙ୍କର ଭୂମିକା ସାମନାକୁ ଆସିଥିଲା। ବିସିସିଆଇର କଟକଣାକୁ ନେଇ ରଉଫ୍ କହିଛନ୍ତି, ମୁଁ ନିଜର ସର୍ବଶ୍ରେଷ୍ଠ ସମୟ ଆଇପିଏଲରେ ବିତାଇଛି,ଏହି ପ୍ରସଙ୍ଗ ବ୍ୟତୀତ ଯାହାକି ପରେ ଆସିଛି। ଏହା ସହିତ ମୋର କୌଣସି ଦିଆନିଆ ନାହିଁ, ସେ ବିସିସିଆଇ ପକ୍ଷରୁ ଆସିଥିଲେ ଓ ସେ ନିଷ୍ପତ୍ତି ନେଇଥିଲେ।’
ଉଲ୍ଲେଖନୀୟ ଯେ, ୨୦୧୨ରେ ମୁମ୍ବାଇର ଏକ ମଡେଲ ତାଙ୍କ ଉପରେ ଯୌନ ଉତ୍ପୀଡନର ଅଭିଯୋଗକୁ ଆଣିଥିଲେ। ମଡେଲ ଜଣକ ଦାବି କରିଥିଲେ, ପାକିସ୍ତାନୀ ଅମ୍ପାୟରଙ୍କ ସହିତ ସେ ସମ୍ପର୍କ ରଖିଥିଲେ, କାରଣ ସେ ବିବାହ କରିବାର ପ୍ରତିଶୃତି ଦେଇଥିଲେ। ପରେ ରଉଫ୍ ତାଙ୍କର ପ୍ରତିଶୃତିରୁ ଓହରି ଯାଇଥିଲେ। ଏହି ମାମଲାକୁ ନେଇ ରଉଫ୍ କହିଛନ୍ତି, ମଡେଲଙ୍କ ମାମଲା ଯେତେବେଳେ ଆସିଥିଲା, ତା’ର ପର ବର୍ଷ ଆଇପିଏଲରେ ଅମ୍ପାୟରିଂ କରିବାକୁ ଯାଇଥିଲି।