ନୂଆଦିଲ୍ଲୀ,୨୭/୦୫: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ୍‌ଙ୍କୁ ବୋକା ବନାଇଲେ ପାକ୍‌ ସେନାମୁଖ୍ୟ ଆସିଫ୍ ମୁନୀର । ଭାରତ ଉପରେ ପାକିସ୍ତାନ ଆକ୍ରମଣ କରିଥିବା କହି ଏକ ଫଟୋ ଉପହାର ଦେଇ ସରିଫ୍‌ଙ୍କୁ ଭୂଆଁ ବୁଲାଇଥିଲେ । ଚୀନ ସାମରିକ ଅଭ୍ୟାସ ଫଟୋକୁ ଭାରତ ବିରୋଧୀ ଅପରସେନ୍ ବୋଲି କରିଥିଲେ ପାକ୍‌ ସେନାମୁଖ୍ୟ । ଉକ୍ତ ଫଟୋକୁ ନେଇ ପାକିସ୍ତାନ ଉପରେ ବର୍ଷିଛନ୍ତି ଏଆଇଏମ୍‌ଆଇଏମ୍‌ ଚିଫ୍‌ ତଥା ସାଂସଦ ଅସଦୁଦ୍ଦିନ୍‌ ୱୱେସୀ । ପାକିସ୍ତାନକୁ ବୋକା କହିବା ସହିତ ନକଲ କରିବାକୁ ଅକଲ ଥିବା ଦରକାର କହି କଟାକ୍ଷ କରିଛନ୍ତି ।

'ନକଲ କରିବାକୁ ଅକଲ ଦରକାର'- କୁଏତରେ ପ୍ରବାସୀ ଭାରତୀୟଙ୍କ ସହ ଆଲୋଚନା କରି ୱୱେସୀ କହିଛନ୍ତି, ''ନକଲ କରିବାକୁ ଅକଲ ଥିବା ଦରକାର । ପାକିସ୍ତାନ ଆର୍ମି ଚିଫ୍‌ ପାକ୍‌ ପିଏମ୍ ଶହବାଜ୍‌ଙ୍କୁ ଏକ ଫଟୋ ଦେଇଥିଲେ । ଏ ଜୋକର ଭାରତ ସହ ପ୍ରତିଯୋଗିତା କରିବେ । ୨୦୧୯ ଚୀନ ଆର୍ମି ସମରାଭ୍ୟାସର ଏକ ଫଟୋ ଗିଫ୍ଟ କରିଛନ୍ତି । ତାକୁ ଭାରତ ଉପରେ ବିଜୟ ବୋଲି କହୁଛନ୍ତି । ନିର୍ବୁଦ୍ଧିଆଙ୍କ ପାଖରେ ଟିକେ ବି ବୁଦ୍ଧି ନାହିଁ । ଠିକ୍‌ରେ କପି କରିବା ବି ଜାଣି ନାହାନ୍ତି । ପାକିସ୍ତାନ ଯାହା ବି କହୁ କିଛି ଫରକ ପଡିବ ନାହିଁ । ଆମର ତାଠୁ ଚିମୁଟାଏ ବି ଲୁଣ ଦରକାର ନାହିଁ ।''

ଅଧିକ ପଢନ୍ତୁ...ପୁଣି ଧରା ପଡିଲା ପାକିସ୍ତାନର ମିଛ ଫଟୋ , ଶରିଫଙ୍କ ଏହି ଭୁଲ ପାଇଁ ସୋସିଆଲ ମିଡିଆରେ ହେଲେ ଟ୍ରୋଲ

ପାକିସ୍ତାନୀ ସେନା ମୁଖ୍ୟ ଆସିଫ ମୁନିର ଫିଲ୍ଡ ମାର୍ଶଲ ଭାବେ ପଦୋନ୍ନତି ପାଇବା ପରେ ଗତ ରବିବାର ଉଚ୍ଚସ୍ତରୀୟ ଡିନର୍‌ ପାର୍ଟିର ଆୟୋଜନ କରିଥିଲେ । ଏହି ଭବ୍ୟ ଆୟୋଜନରେ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ, ରାଷ୍ଟ୍ରପତି ଆସିଫ ଅଲି ଜରଦାରୀ ଓ ବିଲାୱଲ ଭୁଟ୍ଟୋଙ୍କ ସମେତ ରାଜନୀତି ଓ ସେନା ସହ ଜଡ଼ିତ ଅନେକ ବଡ଼ ଅଧିକାରୀ ପହଞ୍ଚିଥିଲେ । ଶାହବାଜ ଶରିଫଙ୍କୁ ଉପହାର ଦିଆଯାଇଥିବା ଏକ ଫଟୋକୁ ନେଇ ଏବେ ବିବାଦ ଉପୁଜିଛି । ଭୋଜିରେ ମୁନିର ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କୁ ଏକ ଚିତ୍ର ଉପହାର ଦେଇଥିଲେ । ଏହାକୁ ନିକଟରେ ଭାରତ ଉପରେ ପାକିସ୍ତାନର ଆକ୍ରମଣ କହି ତାଙ୍କୁ ଭୂତାଇଥିଲେ । ବାସ୍ତବରେ ଏହି ଫଟୋ ୨୦୧୯ ମସିହାର । ସରିଫଙ୍କୁ ମୁନୀର ଦେଇଥିବା ଏହି ଚିତ୍ର ୫ ବର୍ଷ ପୁରୁଣା, ଯାହା ଚୀନ୍‌ ସେନାର ।